Posted inଖେଳ

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ

ବେଲଗ୍ରେଡ୍‌,୮।୯(ଏଏଫ୍‌ପି): ୟୁରୋପିଆନ୍‌ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଶନିବାର ଅନୁଷ୍ଠିତ ମୁକାବିଲାରେ ସର୍ବିଆକୁ ୪-୨ ଗୋଲ୍‌ରେ ପରାସ୍ତ କରିଛି। ପର୍ତ୍ତୁଗାଲ ଆରମ୍ଭରୁ ପ୍ରଭାବ ବିସ୍ତାର କରିଖେଳିଥିଲା। ପର୍ତ୍ତୁଗାଲ ତରଫରୁ ୪୨ତମ ମିନିଟ୍‌ ଓ୍ବିଲିୟମ କାରଭାଲୋ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଗୋନକାଲୋ ଗୁଏଡ୍ସ ୫୮ତମ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୬୮ତମ ମିନିଟ୍‌ରେ ସର୍ବିଆର ନିକେଲା ମିଲେନୋକୋଭିକ ଗୋଲ ପ୍ରଦାନ କରି ଗୋଲ ବ୍ୟବଧାନ କମାଇଥିଲେ। ଏହାପରେ ୮୦ତମ ମିନିଟ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଅଗ୍ରଣୀ ବଢ଼ାଇଥିଲେ। ତେବେ ୮୫ତମ ମିନିଟ୍‌ରେ ସର୍ବିଆର ଆଲେକଜାଣ୍ଡାର ମିଟ୍ରୋଭିକ୍‌ ଗୋଲ ସ୍କୋର କରିଥିଲେ। ତେବେ ଏହାର ଗୋଟିଏ ମିନିଟ ପରେ ବର୍ଣ୍ଣାଡୋ ସିଲଭା ଗୋଲ ଦେଇ ପର୍ତ୍ତୁଗାଲକୁ ବିଜୟୀ କରାଇଥିଲେ। ଏଥିସହିତ ପର୍ତ୍ତୁଗାଲ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ ୫ ପଏଣ୍ଟ ପାଇ ଗ୍ରୁପ୍‌ ବି’ର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଗ୍ରୁପ୍‌ରେ ୟୁକ୍ରେନ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ଡ୍ର ସହ ୧୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ଦଳରେ ଥିଲେ ହେବ ୫ ଫାଇଦା

ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଚୟନକର୍ତ୍ତାମାନେ...

ଚୌକା, ଛକା ବର୍ଷା କଲେ ଏହି କ୍ରିକେଟର୍‌: ଧୋନୀ, କୋହଲିଙ୍କୁ ପଛରେ ପକାଇଲେ

ସୌରାଷ୍ଟ୍ର୍ୟ,୧୧।୩: ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’ ଚମତ୍କାର ଇନିଂସ ଖେଳିଛନ୍ତି। ସେ ମାତ୍ର ୧୨୩ ବଲରୁ ୧୮୫ ରନର...

ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷା କରିବ ଭାରତ

ଇନ୍ଦୋର,୪ା୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କାର ଷ୍ଟାଡିୟମରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ଏହି...

କ୍ରିକେଟର ଅଘୋଷିତ ରାଜକୁମାର ସଲିମ୍‌ ଦୁରାନୀ

ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍‌ ଦୁରାନୀଙ୍କ ପରଲୋକ। ୮୮ ବର୍ଷ ବୟସରେ ରବିବାର ସଲିମ୍‌ ପ୍ରାଣ ହରାଇଛନ୍ତି। ୬୦ ଦଶକର ଏହି ଲୋକପ୍ରିୟ କ୍ରିକେଟର...

୨୦୨୨ ଆଇପିଏଲ୍‌ ପୂର୍ବରୁ ଆର୍‌ସିବିର ବଡ଼ ଘୋଷଣା

ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ କୋଚ୍‌ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ...

ଆଇପିଏଲ୍‌-୧୪: ମୁମ୍ବାଇ-ବାଙ୍ଗାଲୋର ଉଦ୍‌ଘାଟନୀ ମ୍ୟାଚ

* ଏପ୍ରିଲ ୯ରେ ଆରମ୍ଭ, ମେ’ ୩୦ରେ ଫାଇନାଲ * ବିନା ଦର୍ଶକରେ ୬ଟି ଭେନ୍ୟୁରେ ମ୍ୟାଚ୍‌ ନୂଆଦିଲ୍ଲୀ,୮।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର...

ଆର୍‌ସିବିର ମୁଖ୍ୟ ଅସ୍ତ୍ର ମ୍ୟାକ୍ସଓ୍ବେଲ

ନୂଆଦିଲ୍ଲୀ,୩୧।୩: ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ତଥା ଆକ୍ରମଣାତ୍ମକ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଆଗାମୀ ସଂସ୍କରଣରେ ସେ...

ବଂଶୀ ବଜାଇଲେ ଧାଓ୍ବନ: ସ୍ବରର ତାଳେ ତାଳେ ଗୀତ ଗାଇଲେ ଶ’

କଲମ୍ବୋ,୧୬।୭: ଭାରତୀୟ ଓପନର୍‌ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଫଟୋ-ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ...

Advertisement
Archives

Model This Week