Posted inଖେଳ

ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଲକ୍ଷ୍ୟ, ପ୍ରଣୟ, ସୌରଭ ୨ୟ ରାଉଣ୍ଡରେ

ଫୁଲରଟନ (ୟୁଏସ୍‌ଏ), ୧୨।୭ (ପି.ଟି.)- ଉଦୀୟମାନ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ସିନିୟର ଖେଳାଳି ପାରୂପଲ୍ଲୀ କାଶ୍ୟପଙ୍କୁ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଲକ୍ଷ୍ୟଙ୍କ ସମେତ ଏଚ୍‌.ଏସ୍‌. ପ୍ରଣୟ ଓ ସୌରଭ ବର୍ମା ମଧ୍ୟ ୨ୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ତେବେ ଅଜୟ ଜୟରାମ, ଶ୍ରୀ କ୍ରିଷ୍ଣା ପ୍ରିୟା କୁଦ୍ରାଭାଲ୍ଳି ଓ ଅରୁଣ ପ୍ରଭୁଦେଶାଇଙ୍କୁ ନିରାଶ ହେବାକୁ ପଡ଼ିଛି।
ସିଙ୍ଗଲ୍ସରେ ଲକ୍ଷ୍ୟ ୨୧-୧୧, ୨୧-୧୮ ସିଧାସଳଖ ଗେମ୍‌ରେ କାଶ୍ୟପଙ୍କୁ ହରାଇ ଦେଇଥିଲେ। ଏହି ମ୍ୟାଚ୍‌ର ଫଳାଫଳ ମାତ୍ର ୩୧ ମିନିଟ୍‌ରେ ବାହାରିଥିଲା। ଲକ୍ଷ୍ୟ ୨ୟ ରାଉଣ୍ଡରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସୌରଭଙ୍କୁ ଭେଟିବେ। ସୌରଭ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ୨୧-୨୩, ୨୧-୧୫, ୨୨-୨୦ରେ ଇଂଲଣ୍ଡର ଟୋବି ପେଣ୍ଟିଙ୍କୁ ପରାସ୍ତ କରିଥ୍‌ତ୍ଲେ। ସେହିଭଳି ପ୍ରଣୟ ଜାପାନର ୟୁ ଇଗାରିଶଙ୍କୁ ମାତ୍‌ ଦେଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ଗେମ୍‌କୁ ୨୧-୨୩ରେ ହାରିଯାଇଥିଲେ ମଧ୍ୟ ପ୍ରଣୟ ୨୪-୨୨, ୨୧-୧୮ରେ ପରବର୍ତ୍ତୀ ଦୁଇ ଗେମ୍‌ ଜିତି ମ୍ୟାଚ୍‌କୁ ନିଜ କବ୍‌ଜାକୁ ଆଣିଥିଲେ। ଜୟରାମ କିନ୍ତୁ ପ୍ରଥମ ରାଉଣ୍ଡରୁ ଝୁଣ୍ଟିଛନ୍ତି। ଚାଇନିଜ ତାଇପେଇର ଓ୍ବାଙ୍ଗ ଜୁ ଓ୍ବି ୨୧-୧୬, ୧୮-୨୧, ୨୧-୧୬ରେ ଜୟରାମଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦୦ ଟେଷ୍ଟ ଖେଳିବା ସତ୍ତ୍ୱେ ଏଭଳି ହେବା ଠିକ୍‌ ନୁହେଁ; କ୍ରିକେଟରଙ୍କୁ ନେଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଥିଲା। ଅଧିନାୟକ ବିରାଟ କୋହଲି ଆହତ...

୧୦ ଓଭରରେ ଆସିଲା ପ୍ରଥମ ଚୌକା

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ଆଡିଲେଡରେ ଖେଳା ଯାଉଥିବା ବେଳେ ପ୍ରଥମ ଓଭରରେ ଭାରତକୁ...

‘ବଡ଼ ଖେଳାଳିଙ୍କୁ ବିଦା କର’

ନୂଆଦିଲ୍ଲୀ,୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଏକ ବଡ଼ ନିଷ୍ପତ୍ତି ନେବାର ସମୟ ଆସିଯାଇଛି। ପ୍ରଦର୍ଶନ କରିପାରୁ ନ ଥିବା ସିନିୟର ଖେଳାଳିଙ୍କୁ...

ଦ୍ୱିତୀୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ : ଆଇସିସିର ନୂଆ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୧।୭ (ପି.ଟି.): ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ...

ଶାହରୁଖ, ପ୍ରୀତି ଜିଣ୍ଟାଙ୍କ ପରେ କ୍ରିକେଟ୍‌ ଟିମ୍‌ କିଣିଲେ ସଲ୍‌ମାନ

ନୂଆଦିଲ୍ଲୀ, ୨୧।୧୦: ବଲିଉଡ୍‌ ଓ କ୍ରିକେଟ୍‌ ମଧ୍ୟରେ ସମ୍ପର୍କ ଏବେ ମଧ୍ୟ ଅତୁଟ ରହିଛି। ବିବାହ ବିଷୟ ହେଉ କିମ୍ବା କ୍ରିକେଟ୍‌ ଲିଗ୍‌ରେ ଏକ ଟିମ୍‌...

ବିଶ୍ୱ ପାରା ଆଥଲେଟିକ୍‌ ଚାମ୍ପିୟନଶିପ୍‌: ୪୦୦ମି. ଫାଇନାଲରେ ଜୟନ୍ତୀ

ଭୁବନେଶ୍ୱର,୧୦।୧୧(ସ୍ପୋଟର୍‌ସ ବ୍ୟୁରୋ)- ଦୁବାଇରେ ଚାଲିଥିବା ବିଶ୍ୱ ପାରାଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଜୟନ୍ତୀ ବେହେରା ଟି-୪୭ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଶନିବାର ସେ ୪୦୦ମିଟର...

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର...

ପଞ୍ଜାବ ମଙ୍ଗ ଧରିବେ ମୟଙ୍କ

ନୂଆଦିଲ୍ଲୀ,୨୮।୨: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନରେ ମୟଙ୍କ ଅଗ୍ରଓ୍ବାଲ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଭାର ସମ୍ଭାଳିବେ। ୨୦୧୮ଠାରୁ ଭାରତୀୟ...

Advertisement
Archives

Model This Week