ହ୍ୟୁଷ୍ଟନ ମଞ୍ଚରୁ ଭାରତ-ଆମେରିକାର ଘୋଷଣା: ଆତଙ୍କବାଦ ବିରୋଧରେ ଏକାଠି

ହ୍ୟୁଷ୍ଟନ,୨୨ା୯(ପି.ଟି./ଆଇଏଏନ୍‌ଏସ୍‌)- ଆତଙ୍କବାଦ କେବଳ ଭାରତ କି ଆମେରିକା ପାଇଁ ନୁହେଁ, ବରଂ ସାରା ବିଶ୍ୱ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଆତଙ୍କବାଦର ମୁକାବିଲା ପାଇଁ ଭାରତ ଓ ଆମେରିକା ଏକାଠି ହୋଇଥିବାବେଳେ ଏହାର ମୂଳୋତ୍ପାଟନ ଲାଗି ବିଶ୍ୱ ସମୁଦାୟ ଆଗେଇ ଆସିବା ଜରୁରୀ ହୋଇପଡ଼ିଛି। ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ସମୁଦାୟକୁ ଏପରି ଆହ୍ବାନ ଦେଇଛନ୍ତି।
୭ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ହାଓଡି ମୋଦି’ ମେଗା ଇଭେଣ୍ଟରେ ଉଦ୍‌ବୋଧନ ଦେଇଛନ୍ତି। ହ୍ୟୁଷ୍ଟନର ଏନ୍‌ଆର୍‌ଜି ଷ୍ଟାଡିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିଛନ୍ତି। ଆମେରିକାରେ ଏତେବଡ଼ କାର୍ଯ୍ୟକ୍ରମରେ ଭାଷଣ ଦେବାରେ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ନିର୍ବାଚିତ ନେତା। ଏହି ମେଗା ଇଭେଣ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୋଗଦେଇ ମୋଦିଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ।
ପ୍ରଥମେ ମୋଦି ଅଭିଭାଷଣ ଆରମ୍ଭ କରି ଟ୍ରମ୍ପ୍‌ଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ‘ଅବ୍‌କି ବାର ଟ୍ରମ୍ପ୍‌ ସରକାର’ (ଏଥର ଟ୍ରମ୍ପ୍‌ ସରକାର) ବୋଲି କହିଥିଲେ। ସେ କହିଥିଲେ, ଟ୍ରମ୍ପ୍‌ ଜଣେ ସ୍ବତନ୍ତ୍ର ବ୍ୟକ୍ତି ଯାହାଙ୍କର ସବୁଠାରେ ଗଭୀର ତଥା ସ୍ଥାୟୀ ପ୍ରଭାବ ରହିଛି ବୋଲି ମୋଦି କହିଥିଲେ। ଏଭଳି ବିଶାଳ ଐତିହାସିକ ସମାବେଶରେ ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ସମ୍ମାନର କଥା। ଭାରତ ତଥା ସାରା ବିଶ୍ୱରେ ଥିବା ଭାରତୀୟମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଗହଣରେ ଆଜି ଜଣେ ଅତି ସ୍ବତନ୍ତ୍ର ବ୍ୟକ୍ତି ଅଛନ୍ତି, ଯିଏ ଆମେରିକାର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ। ବିଶ୍ୱ ରାଜନୀତିରେ ପ୍ରତି ଆଲୋଚନାରେ ତାଙ୍କ ନାଁ ଉଠିଥାଏ। ସିଇଓରୁ କମାଣ୍ଡର ଇନ୍‌ ଚିଫ୍‌, ବୋର୍ଡ ରୁମ୍‌ରୁ ଓଭାଲ ଅଫିସ, ଷ୍ଟୁଡିଓରୁ ବିଶ୍ୱମଞ୍ଚ, ରାଜନୀତିରୁ ଅର୍ଥନୀତି ଏବଂ ସୁରକ୍ଷା, ସବୁକ୍ଷେତ୍ରରେ ତାଙ୍କର ଗଭୀର ପ୍ରଭାବ ରହିଥିବା ଟ୍ରମ୍ପ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇ ମୋଦି କହିଥିଲେ। ସେ ଏକାଧିକ ଥର ଟ୍ରମ୍ପଙ୍କ ସହ ମିଶିବାର ସୁଯୋଗ ପାଇଛନ୍ତି। ସବୁଥର ତାଙ୍କଠାରୁ ଭବ୍ୟ ବନ୍ଧୁତ୍ୱପୂର୍ଣ୍ଣ ସମ୍ଭାଷଣ ମିଳିଛି। ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ସୁଦୃଢ଼ ତଥା ଗଭୀର ସମ୍ପର୍କର ବନ୍ଧନକୁ ଆପଣମାନେ ଅନୁଭବ କରିପାରିବେ। ହ୍ୟୁଷ୍ଟନରୁ ହାଇଦ୍ରାବାଦ, ବୋଷ୍ଟନରୁ ବେଙ୍ଗାଲୁରୁ, ସିକାଗୋରୁ ସିମଲା, ଲସ୍‌ ଆଞ୍ଜେଲସ୍‌ରୁ ଲୁଧିଆନା, ସବୁ ସମ୍ପର୍କର କେନ୍ଦ୍ରବିନ୍ଦୁ ହେଉଛନ୍ତି ଜନସାଧାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଟ୍ରମ୍ପ୍‌ ଆମେରିକା ଅର୍ଥନୀତିକୁ ପୁଣିଥରେ ସୁଦୃଢ଼ କରିଛନ୍ତି। ଆମେରିକା ଓ ସାରା ବିଶ୍ୱ ପାଇଁ ସେ ଅନେକ କିଛି ହାସଲ କରିଛନ୍ତି। ଭାରତ ତାଙ୍କ ସହ ଦୃଢ଼ ସମ୍ପର୍କ ଯୋଡ଼ିଛି ବୋଲି ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନନ୍ତ୍ରୀ କହିଥିଲେ। ରାଷ୍ଟ୍ରପତି ଟ୍ରମ୍ପ୍‌ ଇସ୍‌ଲାମିକ୍‌ ଆତଙ୍କବାଦକୁ ସାରା ବିଶ୍ୱ ପାଇଁ ବିପଦ ବୋଲି ଅଭିହିତ କରିବା ସହ ଏହାର ସଫଳ ମୁକାବିଲା ଲାଗି ଭାରତ ସହ ଆମେରିକା ଛିଡ଼ା ହୋଇଛି ବୋଲି କହିଥିଲେ। ସେହିପରି ସୁରକ୍ଷା କ୍ଷେତ୍ରରେ ଭାରତ ସହ ସ୍ବାକ୍ଷରିତ ଚୁକ୍ତି ସମ୍ପର୍କରେ ଅବତାରଣା କରିଥିଲେ। ଆମେରିକାକୁ ଆତଙ୍କବାଦରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଦେଶର ସୀମାକୁ ବନ୍ଦ କରିବା ଉପରେ ଟ୍ରମ୍ପ୍‌ ଗୁରୁତ୍ୱ ଦେଇଥିଲେ। ଆତଙ୍କବାଦ ନିରୋଧୀ ଲଢ଼େଇରେ ସେ ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ଅଭିହିତ କରିଥିଲେ।
ହ୍ୟୁଷ୍ଟନ-ଇଣ୍ଡିଆ ଫୋରମ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଥିଲେ, ଭାରତ-ଆମେରିକା ମଧ୍ୟରେ ନୂଆ ଇତିହାସ ଓ ରସାୟନ ସୃଷ୍ଟି ହେଉଛି। ଏଠାରେ ଉପସ୍ଥିତ ଜନସମୁଦ୍ର ଏହାର ପ୍ରମାଣ ଦେଉଛି। କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ଉପସ୍ଥିତି ୧୩୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ। ଭାରତର ବିକାଶ ସମ୍ପର୍କରେ ପ୍ରଶଂସା ହେଉଛି ପ୍ରବାସୀ ଭାରତୀୟଙ୍କ ସଫଳତାର ସମ୍ମାନ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବହୁ ଲୋକ ନାମ ପଞ୍ଜୀକରଣ କରିଥିଲେ । ହେଲେ ସ୍ଥାନାଭାବ ଯୋଗୁ ସେମାନେ ଆସିପାରି ନାହାନ୍ତି। ଏଥିଲାଗି ମୋଦି ସେମାନଙ୍କୁ କ୍ଷମା ମାଗିବା ସହ ହ୍ୟୁଷ୍ଟନ ସହର ଓ ଆମେରିକାକୁ ଧନ୍ୟବାଦ ଦେଇଥିଲେ। ମୋଦି କହିଥିଲେ, ସେ ୧୩୦ କୋଟି ଭାରତୀୟଙ୍କ ନିର୍ଦ୍ଦେଶରେ କାମ କରୁଥିବା ସାଧାରଣ ବ୍ୟକ୍ତି। କାର୍ଯ୍ୟକ୍ରମର ନାମ ହାଓଡି ମୋଦି ରଖାଯାଇଛି। ଏହାର ତାତ୍ପର୍ଯ୍ୟ ହେଉଛି ହାଓଡି ଇଣ୍ଡିଆ। ତେବେ ଭାରତରେ ସବୁ ଠିକ୍‌ ଅଛି ବୋଲି ମୋଦି ବିଭିନ୍ନ ଭାରତୀୟ ଭାଷାରେ ଉତ୍ତର ଦେଇଥିଲେ। ଭାରତ ଭିନ୍ନ ଭିନ୍ନ ଭାଷା, ସମ୍ପ୍ରଦାୟ, ପୂଜା ପଦ୍ଧତି, ବେଶଭୂଷାକୁ ନେଇ ଏକ ସ୍ବତନ୍ତ୍ର ଦେଶ। ବିବିଧତାରେ ଏକତା ହେଉଛି ଆମର ପରମ୍ପରା, ଶକ୍ତି ଓ ପ୍ରେରଣା। ୨୦୧୯ ସାଧାରଣ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଧ୍ୱଜା ବିଶ୍ୱରେ ଉଡାଇଛି। ନିର୍ବାଚନରେ ଭାଗନେଇଥିବା ୮ କୋଟି ପ୍ରଥମଥର ମତଦାତା ଯୁବକ। ଏଥର ସର୍ବାଧିକ ମହିଳା ନିର୍ବାଚିତ ହୋଇ ପାର୍ଲାମେଣ୍ଟକୁ ଯାଇଛନ୍ତି। ୬ ଦଶକରେ ପ୍ରଥମଥର ପାଇଁ ଏକ ସରକାର ପୂର୍ବାପେକ୍ଷା ଅଧିକ ଆସନରେ ସଫଳତା ହାସଲ କରି କ୍ଷମତାକୁ ଫେରିଛି। ଧୈର୍ଯ୍ୟ ଆମର ପରିଚୟ, କିନ୍ତୁ ବିକାଶ ପାଇଁ ଆମେ ଏବେ ଅଧର୍ଯ୍ୟ। ଭାରତରେ ସବୁଠୁ ଚର୍ଚ୍ଚିତ ଶବ୍ଦ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !

ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ...

ଚମତ୍କାର: କାଠରୁ ତିଆରି ହେଲା କାଚ, ଯାହା କେବେ ଭାଙ୍ଗିବନି

କାଚ ହେଉ ଅବା ହୃଦୟ, ଏହା ଦିନେ ଭାଙ୍ଗିଯାଏ। ହେଲେ ଏବେ ଏହି କଥାଟି ଭୁଲ ପ୍ରମାଣିତ ହେବାକୁ ଯାଉଛି। ହୃଦୟ ଉପରେ ବୈଜ୍ଞାନିକମାନେ କିଛି...

ତାଲିବାନ୍‌ ଦଖଲରେ ପଞ୍ଜଶିର

କାବୁଲ, ୪।୯: ଆଫଗାନିସ୍ତାନରେ ସରକାର ଗଠନ କରିବାର କିଛି ଘଣ୍ଟା ପୂର୍ବରୁ ତାଲିବାନ ବାହିନୀ ଶୁକ୍ରବାର ରାତିରେ ପଞ୍ଜଶିର ଦଖଲ କରିଛି। ଏଥିସହିତ ଆଫଗାନିସ୍ତାନର ସମସ୍ତ...

ୱେଷ୍ଟ ବ୍ୟାଙ୍କ ଆକ୍ରମଣରେ ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କଲା ଇସ୍ରାଏଲ ସେନା

ରାମଲ୍ଲା,୮ ।୧୨: ୱେଷ୍ଟ ବ୍ୟାଙ୍କର ସହର ରାମଲ୍ଲାରେ ଗୁରୁବାର ଇସ୍ରାଏଲ ସେନା, ସେନା ଶିବିର ଉପରେ ଆକ୍ରମଣ କରିଥିବା ୩ ପାଲେଷ୍ଟାଇନ ନାଗରିକଙ୍କୁ ନିହତ କରିଥିବା...

ପ୍ରଦୂଷଣ ଯୋଗୁ ବଢିଛି ୧୫ ପ୍ରତିଶତ କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ,୨୮ ।୧୦: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାରି ଭିତରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ଏହି...

ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ: ୪ଆତଙ୍କବାଦୀ ନିପାତ

କରାଚି,୨୯।୬: କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୋମବାର ଷ୍ଟକ୍‌ ଏକ୍ସଚେଞ୍ଜ ଭିତରକୁ ୪ଜଣ ଆତଙ୍କବାଦୀ ପ୍ରବେଶ କରି ଗ୍ରେନେଡ ମାଡ଼...

‘ହିଂସା ଦୂର ପାଇଁ କଠୋର ପଦକ୍ଷେପ ଲୋଡ଼ା’

ଓ୍ବାଶିଂଟନ,୧୫ା୫: ନ୍ୟୁୟର୍କର ସୁପର ମାର୍କେଟରେ ବୋମା ବିସ୍ଫୋରଣ ହେବା ଘଟଣା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି ଥରେ ଚକିତ କରିଛି। ଏଭଳି ହିଂସାକୁ ଦୂର କରିବା...

ପାକ ମନ୍ତ୍ରୀଙ୍କ ଦାବି, ଗିରଫରୁ ବଞ୍ଚିବାକୁ ପାଚେରି ଡେଇଁ ପଳାଇଛନ୍ତି ଇମ୍ରାନ, ଲୁଚିଛନ୍ତି ପଡୋଶୀ ଘରେ

ଇସଲାମାବାଦ,୭ ।୩: ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଳ୍ଲାହ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି...

Advertisement
Archives

Model This Week