ହ୍ୟୁଣ୍ଡାଇ,ମାରୁତି କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୫।୫: କରୋନା ମହାମାରୀରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସାରା ଦେଶରେ ଲକ୍‌ଡାଉନ-୪ ଲାଗୁ କରାଯାଇଛି। ଏହି ଲକ୍‌ଡାଉନ ଅବଧି ମଧ୍ୟରେ ସରକାର ବହୁ କୋହଳ ନୀତି ଅବଲମ୍ବନ କରିଛନ୍ତି। ଫଳରେ ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିବ ସେଥିପାଇଁ ବିଭିନ୍ନ କାର୍ଯ୍ୟ ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ସରକାରଙ୍କ ଏହି ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ୨ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ଓ ମାରୁତି ସୁଜୁକି ସେମାନଙ୍କର କାରଖାନା ଗତ ସପ୍ତାହରୁ ଚଳାଇବା ଆରମ୍ଭ କରିଥିଲେ। ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ତା’ର ହରିୟାଣା(ମାନେସର)କାରଖାନାର ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିଥିଲା। ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ ଅନୁସାରେ କାରଖାନା କାର୍ଯ୍ୟ କରୁଥିଲା, କିନ୍ତୁ ମେ ୨୨ରେ ୨ଜଣ କରୋନାରେ ଆକ୍ରାନ୍ତ ଥିବା କମ୍ପାନୀ ଜାଣିବାକୁ ପାଇଲା। ଉକ୍ତ ୨ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ ସହ କାରଖାନାର ଅନ୍ୟ କାହାର କରୋନା ସଂକ୍ରମଣର ଲକ୍ଷଣ ରହିଛି କିମ୍ବା ଉକ୍ତ ୨ ଆକ୍ରାନ୍ତ କାହା କାହା ସହ ମିଳାମିଶା କରିଛନ୍ତ, ସେସବୁ ଉପରେ ଅଧିକ ଗୁରୁତ୍ୱ ଦେବା ସହ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଆବଶ୍ୟକ ସହଯୋଗ କରୁଥିବା ବିଷୟରେ କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ମଧ୍ୟ ତା’ର ତାମିଲନାଡୁ (ଚେନ୍ନାଇ) କାରଖାନା ଚାଲୁ କରିଥିଲା। ହ୍ୟୁଣ୍ଡାଇରେ ମଧ୍ୟ ୩ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା କମ୍ପାନୀ ମୁଖପାତ୍ର ସୂଚନା ଦେଇଛନ୍ତି। କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ସରକାରୀ କଟକଣା ଓ ନିୟମାବଳୀକୁ ଅନୁସରଣ କରି କାରଖାନାର ପ୍ରଡକସନ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ କିପରି ଏବଂ କେଉଁ କାରଣରୁ କମ୍ପାନୀର ଉକ୍ତ ୩ଜଣ କର୍ମଚାରୀ ଏହି ସଂକ୍ରମଣରେ ଆକ୍ରାନ୍ତ ହେଲେ ସେ ବିଷୟରେ କମ୍ପାନୀ ଗୁରୁତ୍ୱର ସହ ଏହି ଘଟଣାକୁ ନେଇଛି। କାରଖାନାର ଆକ୍ରାନ୍ତ ୩ଜଣ ରୋଗୀଙ୍କୁ କମ୍ପାନୀ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ ସହ କାରଖାନାର ଅନ୍ୟ କର୍ମଚାରୀଙ୍କ ବିଷୟରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଛି। ଗତ କିଛିଦିନ ତଳେ ଚାଇନିଜ ଫୋନ ଓପ ର ଗ୍ରେଟର ନୋଏଡା କାରଖାନାରେ ମଧ୍ୟ କେତେଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ କମ୍ପାନୀ ତା’ର ଉତ୍ପାଦନ କାର୍ଯ୍ୟ ବନ୍ଦ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri