Posted inଫୁରସତ

ହ୍ୟାରିପୋଟର୍‌ ଝାଡୁ

ହ୍ୟାରିପୋଟର୍‌ ଚଳଚ୍ଚିତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ନିଶ୍ଚିତଭାବେ ଦେଖିଥିବେ ହ୍ୟାରିପୋଟର୍‌ ଏକ ଯାଦୁ ଝାଡୁ ଉପରେ ବସି କିଭଳି ଉଡି ବୁଲୁଥିଲେ। ଅନେକ ପାଶ୍ଚାତ୍ୟ କାହାଣୀରେ ବି ଯାଦୁ ଝାଡୁରେ ଡାହାଣୀ ବସି ଉଡୁଥିବାର ବର୍ଣ୍ଣନା କରାଯାଇଥାଏ। ତେବେ ଯଦି ବାସ୍ତବରେ ସେମିତି ଝାଡୁ ମିଳି ଯାଆନ୍ତା କେତେ ମଜା ହୁଅନ୍ତା ଭାବିଲେ। ଟୋୟୋଟା କମ୍ପାନୀ ଆଣିଛି ସେମିତି ଏକ ଝାଡୁ, ଯାହାର ନାଁ ‘ଇ-ବ୍ରୁମ୍‌’। ଏହା ଏବେ ଉଡିବା ସକ୍ଷମ ହୋଇପାରି ନ ଥିଲେ ହେଁ, ଏହା ଉପରେ ବସି ଭୂମିରେ ଦ୍ରୁତ ବେଗରେ ବାଇକ୍‌ ଭଳି ଗଡି ଗଡି ଯାଇପାରିବେ। ତେବେ ଏଥିପାଇଁ ଆପଣଙ୍କୁ ଗୋଡରେ ରୋଲର୍‌ ସ୍କେଟସ୍‌ ଲଗାଇବାକୁ ହେବ। ଉକ୍ତ ଝାଡୁରେ ଇଲେକ୍ଟ୍ରିକାଲ ମୋଟର ଓ ତଳଭାଗରେ ଚକ ଲାଗିଥାଏ। ଯଦିଓ ଏହା ଉଡିବାର ମଜା ଦେଇପାରିବନି, କିନ୍ତୁ ଆଗାମୀ ଦିନରେ ଏହି ସୁବିଧା ଉପଲବ୍ଧ କରାଯାଇପାରେ ବୋଲି କମ୍ପାନୀ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତର୍ଜାତିକ ଅହିଂସା ଦିବସ:ସତ୍ୟ ସର୍ବୋଚ୍ଚ ନୀତି, ଅହିଂସା ପରମ କର୍ତ୍ତବ୍ୟ

ଅହିଂସା ଶାନ୍ତିର ମାର୍ଗ। ଅହିଂସା ମାନବର ଶ୍ରେଷ୍ଠ ଗୁଣ। ସବୁ ଧର୍ମରେ ଏହାର ସ୍ଥାନ ସ୍ବତନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସାର ପଥିକ ଥିଲେ।...

ମସଜିଦ୍‌ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍‌ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍‌ରେ ସମ୍ପୂର୍ଣ୍ଣ ହିନ୍ଦୁ...

ବିଶ୍ୱର ସବୁଠୁ ଅସନା ମଣିଷ: ୬୫ ବର୍ଷ ହେଲାଣି କରିନାହାନ୍ତି ସ୍ନାନ

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ ୬୫ ବର୍ଷ ହେଲାଣି ସେ ସ୍ନାନ କରିନାହାନ୍ତି। ସେତିକି ନୁହେଁ, ପରିଷ୍କାର ପରିଚ୍ଛନ୍ନତାକୁ ସେ ଘୃଣା କରନ୍ତି।...

ନଦୀରେ ପାଣି ନାହିଁ ରହିଛି ପଥର !

ମସ୍କୋ: ନଦୀରେ ସାଧାରଣତଃ ପାଣି ପ୍ରବାହିତ ହୋଇଥାଏ। ତେବେ ନଦୀ ଶଯ୍ୟାରେ ଦୀର୍ଘ ୬ କିମିରୁ ଅଧିକ ବାଟ ପଥର ଭରି ରହିଥିବା ଶୁଣିଲେ ଆଶ୍ଚର୍ଯ୍ୟ...

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ, ୨୧।୧୦: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର ଦିନ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତର କେତେକ ଅଞ୍ଚଳରେ...

ନୂଆ ପ୍ରଜାତିର ସ୍ତନ୍ୟପାୟୀ

ନୂଆଦିଲ୍ଲୀ: ଭାରତର ଜୁଲୋଜିକାଲ ସର୍ଭେର ବୈଜ୍ଞାନିକମାନେ ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ଏକ ନୂଆ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଆବିଷ୍କାର କରିଛନ୍ତି। ନେଚର ନାମକ ପତ୍ରିକାରେ ଏହି ଆବିଷ୍କାର...

ମୃତ୍ୟୁ ଏଠି ଅପରାଧ

ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ବୀକୃତି। ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ।...

ଅନ୍‌ଲାଇନ୍‌ରେ ୧.୫ ଲକ୍ଷ ଟଙ୍କାର ଆଇଫୋନ୍‌ ଅର୍ଡର କରିଥିଲେ ମହିଳା, ଆସିଲା ଏମିତି ଜିନିଷ

ଆଜିକାଲି ଅନଲାଇନ୍‌ ଶପିଂର ଚାହିଦା ବଢିଛି। ଫୋନ୍‌ରେ ଅର୍ଡର କଲା ମାତ୍ରେ ଯେକୌଣସି ଜିନିଷ ଘରେ ଆସି ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍‌ ଅର୍ଡର...

Advertisement
Archives

Model This Week