ହ୍ୟାଣ୍ଡ୍‌ଶେକ୍‌ ପରିବର୍ତ୍ତେ ନମସ୍କାର କରିବାକୁ ପରାମର୍ଶ

ଭୁବନେଶ୍ୱର,୭ା୩(ବ୍ୟୁରୋ): କରୋନା ଭାଇରସ୍‌ ଭୟ ଏବେ ସମଗ୍ର ବିଶ୍ୱକୁ ଥରାଇ ଦେଇଥିବା ବେଳେ ଏହାଦ୍ୱାରା ବିଶେଷଭାବେ ପ୍ରଭାବିତ ହୋଇଛି ରାଜ୍ୟ ପର୍ଯ୍ୟଟନ ଶିଳ୍ପ। ଓଡ଼ିଶା ଆସିବାକୁ ଏବଂ ଓଡ଼ିଶା ବାହାରକୁ ଯିବାକୁ ଥିବା ପ୍ରାୟ ୫୦% ପର୍ଯ୍ୟଟକ ନିଜ ଗସ୍ତ ବାତିଲ କରିଛନ୍ତି। ଏଭଳିସ୍ଥଳେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଓଡ଼ିଶା ଆସୁଥିବା ଏବଂ ବାହାରକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପରସ୍ପରକୁ ଅଭିବାଦନ ଜଣାଇବା ସମୟରେ ହ୍ୟାଣ୍ଡ୍‌ଶେକ୍‌ ବା ହାତ ନ ମିଳାଇ ନମସ୍କାର କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ନିୟମିତ ଭାବେ ସାନିଟାଇଜର୍‌ କିମ୍ବା ସାବୁନ୍‌ ବ୍ୟବହାର କରି ହାତ ଧୋଇବା ଏବଂ ଜନସାଧାରଣପୂର୍ଣ୍ଣ ସ୍ଥାନକୁ ଯିବା ସମୟରେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ଛିଙ୍କିବା ଏବଂ କାଶିବା ସମୟରେ ରୁମାଲ୍‌ କିମ୍ବା ଟିସ୍ୟୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ତଥ୍ୟ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଯୋଗାଯୋଗ କରିବା ଏବଂ ଆବଶ୍ୟକସ୍ଥଳେ କଣ୍ଟ୍ରୋଲ ରୁମ୍‌ ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବର ୦୬୭୪-୨୩୯୦୪୬୬ ଏବଂ ମୋବାଇଲ୍‌ ନଂ ୯୪୩୯୯୯୪୮୫୭/ ୯୪୩୯୯୯୪୮୫୯ରେ ଯୋଗାଯୋଗ କରିବାକୁ କୁହାଯାଇଛି। ସୁରକ୍ଷିତ ରହି ମିଳିତଭାବେ କରୋନା ଭାଇରସ୍‌ର ମୁକାବିଲା କରିବା ସହ ଭୟଭରତ ନ ହେବାକୁ ପର୍ଯ୍ୟଟକମାନଙ୍କୁ ନିବେଦନ କରିଛି ବିଭାଗ। ଥଣ୍ଡା କିମ୍ବା ଜର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ହସ୍ପିଟାଲ କିମ୍ବା ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଅନ୍ୟପକ୍ଷରେ ପୁରୀକୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ଟୁର୍‌ ଗାଇଡ୍‌ ଏବଂ ଜନସାଧାରଣଙ୍କୁ ଅଧିକ ସଚେତନ ହେବାକୁ କୁହାଯାଇଛି। ହୋଟେଲଗୁଡ଼ିକୁ ମଧ୍ୟ ଏନେଇ ଆଡ୍‌ଭାଇଜରୀ ଜାରି କରାଯାଇଛି। ବିଦେଶୀ ପର୍ଯ୍ୟଟକମାନଙ୍କ ସମ୍ପର୍କରେ ପୂରା ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ରେଳଷ୍ଟେଶନ ଓ ବସ୍‌ଷ୍ଟାଣ୍ଡ୍‌ରେ ସ୍କ୍ରିନିଂ କରାଯିବାକୁ ନିଷ୍ପତ୍ତି ହୋଇଛି।

ଫନୀ ପରେ ଦାଉ ସାଧିଲା କରୋନା

କରୋନା ଭାଇରସ୍‌ର ଭୟାବହତା ଯୋଗୁ ୫୪ବର୍ଷ ଧରି ବର୍ଲିନ୍‌ରେ ବାର୍ଷିକ ଅନୁଷ୍ଠିତ ହେଉଥିବା ବିଶ୍ୱର ସର୍ବବୃହତ୍‌ ଟ୍ରାଭେଲ୍‌ ଏକ୍ସପୋ ତଥା ୫ଦିନିଆ ଇଣ୍ଟରନ୍ୟାଶନାଲ ଟୁରିଜିମ୍‌ ବୋର୍ସ(ଆଇଟିବି)କୁ ପ୍ରଥମ ଥର ପାଇଁ ବାତିଲ କରାଯାଇଛି। ଏପଟେ କରୋନା ଭୟରେ ଓଡ଼ିଶା ପର୍ଯ୍ୟଟନ ଏହାର ୩ଟି ଅନ୍ତର୍ଜାତୀୟ ରୋଡ୍‌ ଶୋ’କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। କ୍ୱାଲାଲମ୍ପୁର, ବ୍ୟାଙ୍କକ୍‌ ଏବଂ ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହେବାକୁ ଥିବା ଏହି ରୋଡ୍‌ ଶୋ’ ମାର୍ଚ୍ଚ ଶେଷ ଏବଂ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ହେବାକୁ ଥିଲା। ଅନ୍ୟପକ୍ଷରେ ଗତ ମେ ମାସରେ ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଯୋଗୁ ୨ ହଜାର କୋଟି ଟଙ୍କାର କ୍ଷତି ସହିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପୁଣିଥରେ କ୍ଷତି ସହିଛି। ଖରାଦିନେ ସେତେ ସଂଖ୍ୟକ ପର୍ଯ୍ୟଟକ ଆସୁ ନ ଥିଲେ ମଧ୍ୟ ଫେବୃୟାରୀ ଏବଂ ମାର୍ଚ୍ଚ ମାସରେ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଓଡ଼ିଶାର ଜନଜାତି ଅଞ୍ଚଳ ବୁଲିବାକୁ ଆସିଥାନ୍ତି। ହେଲେ କରୋନା ଯୋଗୁ ବହୁ ବିଦେଶୀ ପର୍ଯ୍ୟଟକ ନିଜ ଟୁର୍‌ ବାତିଲ୍‌ କରିଥିବା ସୂଚନା ମିଳିଛି। ଏପଟେ କେନ୍ଦ୍ର ସରକାର ଚାଇନା ସହ କରୋନା ପ୍ରଭାବିତ ରାଷ୍ଟ୍ରକୁ ଭିଜା ବାତିଲ କରିଥିବାରୁ ଆଉଟ୍‌ବାଉଣ୍ଡ ଟୁରିଜିମ୍‌ ମଧ୍ୟ ପ୍ରଭାବିତ ହୋଇଛି। ଏହାଦ୍ୱାରା ଟୁର୍‌ ଅପରେଟରମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ୟୁରୋପ ସହ ୟୁକେ, ଫ୍ରାନ୍ସ, ଜର୍ମାନୀ, ବେଲ୍‌ଜିୟମ, ସ୍ପେନ୍‌ ଏବଂ ହଲାଣ୍ଡରୁ ଓଡ଼ିଶାକୁ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ବେଳେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଏହି ରାଷ୍ଟ୍ରଗୁଡ଼ିକରୁ ଆସିବାକୁ ଥିବା ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟଟକ ବୁକିଂ ବାତିଲ କରିଛନ୍ତି। ସେହିଭଳି ହୋଟେଲ ବୁକିଂ ମଧ୍ୟ ବାତିଲ୍‌ ହେଉଥିବାରୁ ହୋଟେଲିୟରମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଚାଇନା, ମାଲେସିଆ, ଥାଇଲାଣ୍ଡ ଓ ସିଙ୍ଗାପୁରର ବହୁ ପର୍ଯ୍ୟଟକ ନିଜ ବୁକିଂ ବାତିଲ କରିଥିବା ବେଳେ ଆଗକୁ ଆହୁରି ହେବ ବୋଲି ଆଶଙ୍କା କରାଯାଇଛି। ଏଭଳିସ୍ଥିତି ଜାରି ରହିଲେ ଫନୀ ପରେ ମୁଣ୍ଡ ଟେକିଥିବା ହୋଟେଲ ଶିଳ୍ପ ପୁଣିଥରେ ହଜାର ହଜାର କୋଟିର କ୍ଷତି ସହିବ ବୋଲି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri