Posted inଖେଳ

ହ୍ୟାଟ୍ରିକ ମ୍ୟାନ୍‌ ଚହରଙ୍କୁ୍‌ ପୂର୍ବତନ କ୍ରିକେଟରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୧।୧୧- ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ଉଇକେଟ ହାସଲ କରିବା ପରେ ମିଡିୟମ ପେସର ଦୀପକ ଚହରଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପୂର୍ବତନ କ୍ରିକେଟରମାନେ ମଧ୍ୟ ଚହରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୩.୨ ଓଭର ବୋଲିଂର କରି ୭ ରନ ବ୍ୟୟ କରି ୬ ଉଇକେଟ ହାସଲ ଚହର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହି କ୍ରମରେ ସେ ଟି୨୦ର ସଫଳତମ ବୋଲର ଭାବେ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ (୬/୮)ଙ୍କୁ ପଛରେ ପକାଇଛନ୍ତି। କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର, ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ, ହରଭଜନ ସିଂ, ମହମ୍ମଦ କୈଫ୍‌ ଚହରଙ୍କୁ ପ୍ରଶଂସା କରିଛନ୍ତି।
ଚହର ଅତ୍ୟନ୍ତ ଚତୁରତା ସହ ବୋଲିଂ କରି ଏଥିରେ ବିଭିଧତା ଆଣି ଠିକ୍‌ ସମୟରେ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅକ୍ତିଆର କରିଥିଲେ ଓ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ସଚିନ କହିଛନ୍ତି। ସେହିପରି ଟି୨୦ ବୋଲର ଭାବେ ଚହର ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ନୂଆ ବଲ୍‌ରେ ତାଙ୍କର ଉଇକେଟ ହାସଲ କରିବାର କ୍ଷମତା ରହିଛି। ମିଡଲ ଓ ଏଣ୍ଡ ଓଭରରେ ସେ ଭଲ ବୋଲିଂ କରିବାରେ ସଫଳ ହୋଇଛନ୍ତି। ତାଙ୍କ ବୋଲିଂରେ ବିବିଧତା ରହିଛି ବୋଲି ଲକ୍ଷ୍ମଣ କହିଛନ୍ତି। ହରଭଜନ ମଧ୍ୟ ତାଙ୍କର ଉଇକେଟ ହାସଲ କରିବାର କ୍ଷମତାକୁ ପ୍ରଶଂସା କରିଛନ୍ତି। ସେହିପରି ଓଦା ବଲ୍‌ରେ ହ୍ୟାଟ୍ରିକ ଅର୍ଜନ କରିବା କଷ୍ଟକର ବୋଲି ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କୌଫ କହିଛନ୍ତି। ଏହି ମ୍ୟାଚ୍‌ରେ ଭାରତ ୩୦ ରନରେ ବାଂଲାଦେଶକୁ ପରାସ୍ତ କରି ୨-୧ରେ ସିରିଜ ବିଜୟୀ ହୋଇଛି। ଏବେ ଭାରତ ଓ ବାଂଲାଦେଶ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‌ ଇନ୍ଦୋରରେ ୧୪ରୁ ୧୮ ତାରିଖ ମଧ୍ୟରେ ଖେଳାଯିବ। ସେହିପରି ଦ୍ୱିତୀୟ ଟେଷ୍ଟ କୋଲକାତାରେ ୨୨ ତାରିଖରୁ ଆରମ୍ଭ ହେବ ଓ ଏହା ଦିବାରାତ୍ର ଭିତ୍ତିକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେହେରା ବାଛିଲେ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସକୁ ଡେବ୍ୟୁ ସିଜନରେ ଆଇପିଏଲ୍‌ ଚାମ୍ପିୟନ କରିିଥିବା ମୁଖ୍ୟ କୋଚ୍‌ ତଥା ଭାରତର ପୂର୍ବ ଦ୍ରୁତ ବୋଲର୍‌ ଆଶୀଷ...

ନେଶନ୍ସ ଲିଗ୍‌: ଜର୍ମାନୀ ଦଳକୁ ଫେରିଲେ ନୁଏର

ଫ୍ରାଙ୍କଫର୍ଟ, ୩।୧୦ (ପି.ଟି.): ଅଭିଜ୍ଞ ଫୁଟବଲର ମାନୁଏଲ ନୁଏର ଜର୍ମାନୀ ଫୁଟବଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ୧୧ମାସ ପରେ ବେୟର୍ନ ମ୍ୟୁନିକ୍‌ ଗୋଲକିପର ୩୪...

ହୃଦୟ ଜିତିଲେ ଏହି କ୍ରିକେଟର୍‌

ଇସଲାମାବାଦ,୨୯।୧୧: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଇଂଲଣ୍ଡ ଦଳ ପାକିସ୍ତାନରେ ପହଞ୍ଚିଛି।...

ସମ୍ପୂର୍ଣ୍ଣ ଫିଟ୍‌ହେଲେ ଦଳରେ ଯୋଗଦେବେ ରୋହିତ

ନୂଆଦିଲ୍ଲୀ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ ଶେଷ ହେବାପରେ ଏବେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ ଉପରେ ନଜର ରହିଛି। ଭାରତୀୟ ଦଳରେ ସାମିଲ...

ଅଲ୍‌କାରାଜ୍‌ ଚାମ୍ପିୟନ

ନ୍ୟୁୟର୍କ,୧୩ା୯(ପି.ଟି):ୟୁଏସ୍‌ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇ ନେଇଛନ୍ତି ସ୍ପେନର କାର୍ଲୋସ୍‌ ଅଲକାରାଜ୍‌ ଗାର୍ଫିଆ। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ନରଓ୍ବେ କାସ୍ପର...

ଭାରତର ଶୋଚନୀୟ ପରାଜୟ

ଲର୍ଡସ, ୧୪ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୧୦୦ ରନରେ ଜିତିନେଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ...

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ...

୪୫ ବର୍ଷର କମେଣ୍ଟ୍ରି କ୍ୟାରିୟରକୁ ଅଲବିଦା କହିଲେ ଚାପେଲ

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ କମେଣ୍ଟ୍ରି ଜଗତକୁ ଅଲବିଦା କହିଛନ୍ତି। ସେ ପ୍ରାୟ ୪୫ ବର୍ଷ ଧରି ସେ ଭାଷ୍ୟକାର ଭୂମିକାରେ...

Advertisement
Archives

Model This Week