ହୋମ୍‌ ଡେକୋରେଶନ

ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା। କିନ୍ତୁ ହୋମ୍‌ ଡେକୋରେସନ୍‌ ଜିନିଷର ଦାମ୍‌ ଦେଖି ବେଳେବେଳେ ମନ ଫିକା ପଡିଯାଏ। ତେବେ କମ୍‌ ସମୟ ଓ କମ୍‌ ଖର୍ଚ୍ଚରେ କିପରି ଘରକୁ ସୁନ୍ଦର ଭାବେ ସଜାଇପାରିବେ, ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ…

ସୁନ୍ଦରତାକୁ ବଢ଼ାଇବାରେ ଫ୍ଲୋରିଂର ରହିଛି ଢେର୍‌ ଭୂମିକା। ତେଣୁ ଅଳ୍ପ ସମୟ ମଧ୍ୟରେ ଫ୍ଲୋରିଂର ରୂପରେଖ ବଦଳାଇବାକୁ ଚାହୁଁଥିଲେ, କଲରଫୁଲ୍‌ କାର୍ପେଟ୍‌ ଚୟନ କରନ୍ତୁ।
– ଘରର କାନ୍ଥକୁ ଓ୍ବାଲ୍‌ ପେପର ସାହାଯ୍ୟରେ ହାଇଲାଇଟ୍‌ କରନ୍ତୁ। ଏହା କମ୍‌ ସମୟ ମଧ୍ୟରେ ଘରକୁ ନୂଆ ଲୁକ୍‌ ଦେବ।
ଲାଗିଥିବା ପୁରୁଣା ଟ୍ୟୁବ୍‌ ଲାଇଟ୍‌ଗୁଡିକୁ ବଦଳାଇ ତା’ ସ୍ଥାନରେ ନୂଆ ଡେକୋରେଟିଭ୍‌ ଲାଇଟ୍‌ ଲଗାନ୍ତୁ।
ପାଣି ଭର୍ତ୍ତିକରି ସେଥିରେ ଫ୍ଲୋଟିଂ କ୍ୟାଣ୍ଡେଲ୍‌ କିମ୍ବା ଫୁଲର ପାଖୁଡ଼ା ପକାଇ ସଜାନ୍ତୁ। ଏହା ଘର ଭିତରରେ ପ୍ରାକୃତିକ ବାତାବରଣ ସୃଷ୍ଟି କରିବାରେ ସାହାଯ୍ୟ କରିବ।
ଲାଗିଥିବା ପେଣ୍ଟିଂଗୁଡିକୁ ମଧ୍ୟ ନଜର ଦିଅନ୍ତୁ। ଯଦି ତାହା ପୁରୁଣା ଲାଗୁଥାଏ ତେବେ ତା’ ସ୍ଥାନରେ ଏପରି ପେଣ୍ଟିଂ କିମ୍ବା ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ଲଗାନ୍ତୁ, ଯାହାକି ଘରର ଆକର୍ଷଣ ବୃଦ୍ଧି କରିବ।
– ଯଦି ଘରେ ପୁରୁଣା ସାଜସଜ୍ଜା ସାମଗ୍ରୀ ଯଥା ଲ୍ୟାମ୍ପ୍‌ଶେଡ୍‌, ବକ୍ସ, ମୂର୍ତ୍ତି, ଫୁଲଦାନି ଆଦି ଅଛି ତେବେ ତାହାକୁ ଭଲଭାବେ ସଫା କରନ୍ତୁ। ସବୁକୁ ଗୋଟିଏ ସ୍ଥାନରେ ନ ରଖି ଭିନ୍ନ ଭିନ୍ନ ସ୍ଥାନରେ ରଖନ୍ତୁ।
ଚାହିଁଲେ ଘର କୋଣରେ ଛୋଟ ଛୋଟ ପ୍ଲାଣ୍ଟ୍‌ ରଖି ତାହାକୁ କଲରଫୁଲ୍‌ ଲାଇଟ୍‌ରେ ସଜାଇପାରିବେ।
ଫ୍ଲୋରିଂ ପରି ହାର୍ଡ ଫ୍ଲୋରିଂ ଆପଣାନ୍ତୁ। କାର୍ପେଟ୍‌ ଓ ଦରି ପରି ଏହାକୁ ବାରମ୍ବାର ବଦଳାଇବା କିମ୍ବା ସେତେ ଅଧିକ ଯତ୍ନ ନେବାକୁ ପଡ଼ି ନ ଥାଏ।
ସଜାଇବା ପାଇଁ କେବଳ ଯେ ଦାମୀ ଏବଂ ଭାରି ପରଦା ଲଗାଇବା ଆବଶ୍ୟକ ତାହା ନୁହେଁ, ଏହା ବଦଳରେ କମ୍‌ ଖର୍ଚ୍ଚରେ ଆପଣ ହାଲ୍‌କା ପରଦା ଲଗାନ୍ତୁ। କିନ୍ତୁ ପରଦା କିଣିବା ପୂର୍ବରୁ ଏହାର ପ୍ରିଣ୍ଟ୍‌ ଓ ଘର କଲର ପ୍ରତି ଧ୍ୟାନ ରଖନ୍ତୁ।
କଲର କରିବାବେଳେ ଦୁଇ ତିନି ପ୍ରକାର ରଙ୍ଗ ଆପଣାନ୍ତୁ। ଏହାଦ୍ୱାରା ଛୋଟ ଘର ବଡ଼ ପରି ଦେଖାଯାଏ। ଏହା ଘରକୁ ଡିଜାଇନର ଲୁକ୍‌ ଦେଇଥାଏ।
ଏକ ବଡ଼ ଫର୍ନିଚର ରଖିବା ଦ୍ୱାରା ଘର ଭର୍ତ୍ତି ହେବାପରି ଲାଗେ। ତେଣୁ ଏହା ବଦଳରେ ଛୋଟ ଛୋଟ ଫର୍ଡ଼ିଚର ରଖନ୍ତୁ, ଯାହା କମ୍‌ ଦାମ୍‌ ସହ ଘରକୁ ସୁନ୍ଦର ଦେଖାଯିବ।
ବଜାରରେ ଯେଉଁଭଳି ଡେକୋରେଟିଭ୍‌ ଲାଇଟ୍‌ ମିଳୁଛି, ତାହାକୁ କିଣି ଅଧିକ ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ। ବରଂ ଘରେ ପୂର୍ବରୁ ଯେଉଁ ଲାଇଟ୍‌ ଅଛି ତାହାକୁ କ୍ରିଏଟିଭ୍‌ ଭାବେ ଲଗାନ୍ତୁ। ଏହାଛଡ଼ା ପୁରୁଣା ଲ୍ୟାମ୍ପ୍‌ ଥିଲେ ତାହାକୁ ସଜେଇ ନୂଆ ରୂପ ଦେଇପାରିବେ।
ଥିବା ଆଇନାଗୁଡିକୁ ଠିକ୍‌ ସ୍ଥାନରେ ଲଗାଇ ଜାଣିଲେ ସାଧାରଣ ଘର ବି ଡିଜାଇନିଂ ଲାଗିଥାଏ। ଏଥିପାଇଁ ଆପଣ ଚାହିଁଲେ ଆଇନାଗୁଡିକୁ ଫ୍ରେମିଂ କରି ବ୍ୟବହାର କରିପାରିବେ।
ରୁମ୍‌କୁ ମେଟାଲିକ୍‌ ଟଚ୍‌ ଦିଅନ୍ତୁ। ଘରର କାନ୍ଥ ପାଇଁ ଧଳା ଓ ମେଟାଲିକ୍‌ ସିଲ୍‌ଭର କମ୍ବିନେଶନ ବ୍ୟବହାର କରିପାରିବେ। ମେଟାଲିକ୍‌ ବେସ୍‌ଡ ଫର୍ନିଚର ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ ବୃଦ୍ଧି କମାଇବା ସହ କୋଷ୍ଠକାଠିନ୍ୟ ଦୂର କରେ ଗୋଲମରିଚ

ଗୋଲମରିଚକୁ କେବଳ ମସଲା ଭାବେ ବ୍ୟବହାର କରିହେବ ତାହା ନୁହେଁ, ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ, ସକାଳେ ଅଳ୍ପ ଉଷୁମ...

ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ,...

ଶୀତଦିନେ ମଧୁମେହ ରୋଗୀ ପାଇଁ ଏସବୁ ବରଦାନ ସଦୃଶ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ...

କରୋନାରୁ ମୁକ୍ତି ପାଇଁ ଉପକାରୀ ଏହି ଜଡିବୁଟି ଔଷଧ

ମାରାତ୍ମକ କରୋନା ଔଷଧ ପ୍ରସ୍ତୁତ ବିଶ୍ୱସ୍ତରରେ ପ୍ରୟାସ ଚାଲିଛି। ଆୟୁର୍ବେଦରେ ମଧ୍ୟ କରୋନା ଚିକିତ୍ସା ପାଇଁ ଔଷଧ ଉପଲବ୍ଧ କରିବା ପାଇଁ ବିଭିନ୍ନ ପରୀକ୍ଷାନୀରିକ୍ଷା ଚାଲିଛି।...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ହେଙ୍ଗୁ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

ଏଭଳି ହେଉଛି କି, ଶୀଘ୍ର ପିଲାଙ୍କୁ ନିଅନ୍ତୁ ହସ୍ପିଟାଲ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ ଏବଂ ୩ ଗୁଣା ଅଧିକ ବେଗରେ...

ଉଚ୍ଚ ରକ୍ତଚାପ କ’ଣ? ଜାଣନ୍ତୁ ଏହାର ଲକ୍ଷଣ, କାରଣ ଏବଂ ନିୟନ୍ତ୍ରଣ କରିବାର ଉପାୟ…

ଖରାପ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବଂ ଚାପଗ୍ରସ୍ତ ରହିବାରୁ ସୃଷ୍ଟ ଅନେକ ରୋଗ ମଧ୍ୟରୁ ହାଇ ବ୍ଲଡ ପ୍ରେସର(ଉଚ୍ଚ ରକ୍ତଚାପ) ଗୋଟିଏ। ଏହାକୁ ସାଇଲେଣ୍ଟ କିଲର୍‌...

ନ କହିଲେ ଭଲ

ପାଖରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଏକଥା ଠିକ୍‌, କିନ୍ତୁ ଏମିତି ଅନେକ କଥା ଅଛି ଯାହା କହିବା ଉଚିତ୍‌...

Advertisement
Archives

Model This Week