Posted inଫୁରସତ

ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ହୁଏ ଏପରି…

ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ ପାଲଟିଛି ଫ୍ରାନ୍ସ୍‌ ଏବଂ ସ୍ବିଜରଲାଣ୍ଡ୍‌ ସୀମା ମଧ୍ୟରେ ଥିବା ଏକ ବିଳାସପୂର୍ଣ୍ଣ ତାରକା ହୋଟେଲ। ହୋଟେଲର ବେଡ୍‌ ରୁମ୍‌ର ଅଧା ଫ୍ରାନ୍ସ୍‌ରେ ରହିଛି ତ ବାକି ଅଧକ ସ୍ବିଜରଲାଣ୍ଡ୍‌ରେ ଅଛି। ବେଡ୍‌ ରୁମ୍‌ରେ ଉଭୟ ଦେଶର ପତାକା ମଧ୍ୟ ଲଗାଯାଇଛି। ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ବଦଳି ଯାଏ ଦେଶ । ଏତ ଗଲା ବେଡ୍‌ ରୁମ୍‌ କଥା। ସେହି ଏକା ସ୍ଥିତି ରୋଷେଇଘର, ବାର୍‌, ଲାଉଞ୍ଚ୍‌, ବାଥ୍‌ ରୁମ୍‌, ଗାର୍ଡେନ୍‌,ଛାତ, ସୁଇମିଂ ପୁଲ୍‌ରେ ଦେଖିବାକୁ ମିଳିଥାଏ। ଏହି ହୋଟେଳର ନାମ ହେଉଛି ଅର୍ବେଜ୍‌। ହୋଟେଲର ଏହି ସ୍ବତନ୍ତ୍ରତା ପାଇଁ ଦେଶ ବିଦେଶରୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଏଠାକୁ ରହିବା ପାଇଁ ଆସିଥାନ୍ତି। ୧୮୬୨ରେ ଏଠାରେ ଏକ ତେଜରାତି ଦୋକାନ ନିର୍ମାଣ କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି। ପରେ ୧୯୨୧ରେ ଏହି ଜମିକୁ ଜୁଲ୍ସ୍‌ ଜିନ୍‌ ଅର୍ବେଜ୍‌ ନାମକ ଜଣେ ବ୍ୟକ୍ତି କିଣି ନେଇଥିଲେ। ଏଠାରେ ସେ ଏକ ହୋଟେଲ ନିର୍ମାଣ କରିଥିଲେ। ଏହି ହୋଟେଲକୁ ଉଭୟ ଫ୍ରାନ୍ସ୍‌ ଏବଂ ସ୍ବିଜରଲାଣ୍ଡ୍‌ ସରକାରଙ୍କ ସ୍ବୀକୃତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୮୦ ବର୍ଷ ଧରି ପାଳିତ ହେଉଥିବା ରିଓ ଉତ୍ସବରେ ଗଣେଶଙ୍କ ମେଢ଼

ରିଓ ଡି ଜେନେରିଓ,୨୬।୨: ଭାରତରେ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରାଯାଇଥାଏ। ତେବେ ବିଦେଶରେ ମଧ୍ୟ ଗଣପତିଙ୍କ ବହୁ ମନ୍ଦିର ରହିଛି। ବ୍ରାଜିଲ୍‌ର ରିଓ ଡି ଜେନେରିଓରେ...

ବିହାରର ମନ୍ତ୍ରୀ, ବିଧାୟକ ଭିନ୍ନ ଢଙ୍ଗରେ ଟିମ୍‌ ଇଣ୍ଡିଆକୁ ଜଣାଇଲେ ଶୁଭକାମନା

ପାଟନା, ୯।୭: ଆଇସିସି ବିଶ୍ୱକପରେ ମଙ୍ଗଳବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯିବ। ଭାରତର ବିଜୟ କାମନା କରି ଦେଶର ବିଭିଭନ୍ନ ସ୍ଥାନରେ ଯଜ୍ଞ,...

ବାକିରେ ପାନ ଦେବାକୁ ଦୋକାନୀ ମନା କରିବାରୁ ଗ୍ରାହକ କାଟି ଖାଇଲେ ଓଠ, କାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ପାନ ଦୋକାନୀ ଗ୍ରାହକଙ୍କୁ ବାକି ବା ମାଗଣାରେ ପାନ ଦେବାକୁ ମନା କରିବାରୁ...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

ବ୍ୟକ୍ତିତ୍ୱ: ଭାରତୀୟ ନାଟ୍ୟ ଚେତନାର ପ୍ରଣମ୍ୟ ପୁରୁଷ ବିଜୟ ତେନ୍ଦୁଲକର

ଭାରତୀୟ ନାଟ୍ୟ ଚେତନାର ଜଣେ ଅଗ୍ରଣୀ ତଥା ପ୍ରଣମ୍ୟ ପୁରୁଷ ହେଉଛନ୍ତି ବିଜୟ ତେନ୍ଦୁଲକର। ତାଙ୍କର ପୂରା ନାମ ବିଜୟ ଧୋଣ୍ଡୁପନ୍ତ ତେନ୍ଦୁଲକର। ତେବେ ସେ...

ପାଣି ପରିବର୍ତ୍ତେ ନଦୀରେ ବୋହିଲା କ୍ଷୀର: ଭାଇରାଲ ହେଉଛି ଭିଡିଓ

କ୍ଷୀର ନଦୀ ବହିବା କାହାଣୀ ଆମେ ଶୁଣିଛୁ। କିନ୍ତୁ ଏହାକୁ କେବେ ଆଖିରେ ଦେଖି ନାହୁଁ। କିନ୍ତୁ ଏବେ ସେମିତି କିଛି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର...

ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ...

ଆପଣଙ୍କ ହ୍ବାଟ୍ସଆପ୍‌ ମେସେଜ୍‌ କେହି ଲୁଚି କି ପଢୁଛନ୍ତି କି, ଏମିତି ଲଗାନ୍ତୁ ପତ୍ତା

ଆପଣଙ୍କ ହ୍ବାଟ୍ସଆପରୁ କେହି ମେସେଜ କେହି ଲୁଚି ଲୁଚି ପଢୁଛନ୍ତି କି? ତେବେ ଏମିତି କିଛି ଉପାୟ ଆପଣାନ୍ତୁ ସହଜରେ ଜାଣି ପାରିବେ କିଏ ଆପଣଙ୍କ...

Advertisement


Archives

Model This Week

Why Dharitri