ହେଲ୍‌ମେଟ୍‌, ନିରାପତ୍ତା ବେଲଟ୍‌ ଯାଞ୍ଚ:ଲୋକଙ୍କୁ ଫାଇନ୍‌: ପୋଲିସ କର୍ମଚାରୀଙ୍କୁ ଛାଡ଼

କୁତ୍ରା, ୨୧।୭ (ଡି.ଏନ.ଏ)-କୁତ୍ରା ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଦୁଇ ଚକିଆ ଯାନ ପାଇଁ ହେଲ୍‌ମେଟ୍‌ ଓ ଚାରିଚକିଆ ଯାନ ପାଇଁ ନିରାପତ୍ତା ବେଲଟ୍‌ ଯାଞ୍ଚ କରାଯାଉଥିଲା। ଯାଞ୍ଚବେଳେ ସାଧାରଣ ଜନତାଙ୍କଠାରୁ ଫାଇନ ଆଦାୟ କରାଯାଉଥିବାବେଳେ ପୋଲିସ କର୍ମଚାରୀ ଓ କୁତ୍ରା ପୋଲିସ କର୍ମଚାରୀଙ୍କ ସମ୍ପର୍କୀୟ ପାଇଁ ଛାଡ଼ ଭଳି ଘଟଣା ଦେଖିବାକୁ ମିଳିଛି। ଏବାବଦରେ ପ୍ରତିବାଦ କରିବାରୁ ଖବରଦାତାଙ୍କୁ ଦୁର୍ବ୍ୟବହାର କରାଯାଇଛି। କିଛି ମାସ ହେବ କୁତ୍ରା ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ପ୍ରାୟ ପ୍ରତିଦିନ ହେଲମେଟ୍‌ ଯାଞ୍ଚ କରାଯାଉଥିବା ବେଳେ ହେଲମେଟ ବ୍ୟବହାର କରୁ ନ ଥିବା ବାଇକ ଚାଳକଙ୍କଠାରୁ ୧ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ଠିକ୍‌ ସେହିପରି ଚାରିଚକିଆ ଯାନରେ ଡ୍ରାଇଭର ନିରାପତ୍ତା ବେଲ୍‌ଟ୍‌ ବ୍ୟବହାର କରୁ ନ ଥିଲେ ଗାଡି ଚାଳକଙ୍କ ଠାରୁ ୧ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ପୋଲିସର ଏହି କାର୍ଯ୍ୟ ସାଧାରଣରେ ପ୍ରଶଂସନୀୟ ହୋଇଥିବାବେଳେ ଯାଞ୍ଚବେଳେ ପୋଲିସ ପାତରଅନ୍ତର କରୁଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କଠାରୁ ଜରିମାନା ଟଙ୍କା ଆଦାୟ କରାଯାଉଥିବା ବେଳେ ପୋଲିସ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ଫାଇନ ଆଦାୟ କରାଯାଉ ନ ଥିବା ଅଭିଯୋଗ ହେଉଛି। ଏହାର ସତ୍ୟତା ରବିବାର ଦେଖିବାକୁ ମିଳିଥିଲା। କୁତ୍ରା ଧରିତ୍ରୀ ପ୍ରତିନିଧି କୌଣସି ଖବର ସଂଗ୍ରହ ପାଇଁ ଯାଇ ତେଲିଘଣା ପଟୁ କୁତ୍ରା ଫେରୁଥିଲେ। କୁତ୍ରା ପୋଲିସ ତାଙ୍କୁ ଅଟକାଇ ହେଲ୍‌ମେଟ୍‌ ବାବଦରେ ପଚାରିଥିଲେ। ହେଲେ ତରବର ହୋଇ ହେଲ୍‌ମେଟ୍‌ ଆଣି ପାରି ନ ଥିବା କଥା କହିବା ସାଙ୍ଗକୁ ୧ଶହ ଟଙ୍କା ଜରିମାନା ପୈଠ କରିଥିଲେ। ହେଲେ ସେହି ସମୟରେ ଏକ ଚାରିଚକିଆ ଅଲଟୋ ଗାଡି ନଂ. ଓଡି ୧୪ ଜେ- ୫୧୩୮ ସେହି ବାଟଦେଇ ଆସିଥିଲା। ଗାଡି ଚାଳକ ନିରାପତ୍ତା ବେଲଟ୍‌ ଲଗାଇ ନ ଥିବାରୁ ପୋଲିସ ଗାଡିଟିକୁ ଅଟକାଇଥିଲେ। ଗାଡି ଅଟକିଲା ପରେ ଚାଳକ ଗାଡିରୁ ଓହ୍ଲାଇ ଫାଇନ କରିଥିବା ପୋଲିସ ଅଧିକାରୀଙ୍କ ପାଖକୁ ଯାଇ କିଛି କଥାବାର୍ତ୍ତା କରିଥିଲେ। ପରେ ବିନା ଫାଇନରେ ତାଙ୍କ ଗାଡିକୁ ଛାଡି ଦିଆଯାଇଥିବା ଦେଖି ଆମ ପ୍ରତିନିଧି ତାର ଫଟୋ ନେବା ବେଳେ ଜଣେ ସାଧା ପୋଷାକରେ ଥିବା ଲୋକ ଫଟୋ ଉଠାଇଇବାକୁ ମନା କରିବା ସହ ଗାଳି ଦେଇଥିଲେ। ଏସ୍‌ପିଙ୍କୁ ଅଭିଯୋଗ କର, ଆମର କଣ ହୋଇଯିବ ବୋଲି ଧମକ ଦେଇଥିଲେ। ଧରିତ୍ରୀ ପ୍ରତିନିଧି ଆପଣ କିଏ ବୋଲି ପଚାରିବାରୁ ସେ ପୋଲିସ ବୋଲି କହିଥିଲେ। ସେଠାରେ ଉପସ୍ଥିତ ରହି ଜରିମାନା କାଟୁଥିବା କୁତ୍ରା ଥାନାର ସବଇନ୍ସପେକ୍ଟରଙ୍କୁ କାହିଁକି ଉକ୍ତ ଗାଡି ଚାଳକଙ୍କଠାରୁ ଜରିମାନା ନ କାଟି ଛାଡିଦେଲେ ବୋଲି ପଚାରିବାରୁ ସେ ଜଣେ ପୋଲିସ ଅଧିକାରୀ। ଏଣୁ ମୁଁ ତାଙ୍କୁ ଛାଡି ଦେଲି ବୋଲି ଉତ୍ତର ଦେଇଥିଲେ। ହେଲେ ଏଠାରେ ପୋଲିସ ଅଧିକାରୀ ଓ ପୋଲିସଙ୍କ ସମ୍ପର୍କୀୟଙ୍କ ପାଇଁ ଅଲଗା ନିୟମ ଚାଲେକି ବୋଲି ପଚାରିବାରୁ ସେଇଟା ଆମ ଇଚ୍ଛା ବୋଲି କରିବା ସାଙ୍ଗକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏକଥା କୁତ୍ରା ଥାନା ଅଧିକାରୀଙ୍କୁ ଜଣାଇବାରୁ ନିୟମ ସମସ୍ତଙ୍କ ପାଇଁ ସମାନ ହେଲେ ଏବାବଦରେ ବୁଝୁଛି ବୋଲି ଉତ୍ତର ଦେଇଥିଲେ। ଏଠି ନିୟମ କାନୁନକୁ ଅଣଦେଖା କରି ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସାଙ୍ଗକୁ ଉଚ୍ଚ ଅଧିକାରୀଙ୍କ ପ୍ରତି ବେଖାତିର ମନ୍ତବ୍ୟ ଦେଉଥିବା ଓ ବିଭିନ୍ନ ସମୟରେ ଖବରଦାତାଙ୍କ ପ୍ରତି ଆଶାଳୀନ ବ୍ୟବହାର କରୁଥିବାରୁ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ବେଟିଂରେ ପୋଲିସର ସେଟିଂ

ସମ୍ବଲପୁର,୧।୫(ବ୍ୟୁରୋ): ପ୍ରାୟ ୬୦ ଦିନିଆ ଆଇପିଏଲ୍‌ ମ୍ୟାଚରେ ଦେଶ ତଥା ଦେଶ ବାହାରେ ବେଟିଂ ଚାଲୁଛି। ସମ୍ବଲପୁର ଜିଲାରେ ମଧ୍ୟ ପ୍ରତିଦିନ ପ୍ରାୟ ୨ କୋଟି...

ସାହାଯ୍‌ ଲାଗି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଗୁହାରି କଲେ ଗାଁବାସୀ: ବୋନମ୍ୟାରୋ ସମସିଆରେ ପୀଡ଼ିତ ମାନସ

ଲୋଇସିଂହା,୨୫।୭ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ବେଣୁଧର ବିଶ୍ୱାଳକଁର ପୁଓ ମାନସ ବିଶ୍ୱାଳ(୭)। ଏହେଦେ ସେ ବୋନମ୍ୟାରୋ ସମସିଆରେ ପୀଡ଼ିତ ଥିଲାବେଲେ...

ନିରାଡ଼ମ୍ବରରେ ଶୀତଳଷଷ୍ଠୀ ଥାଳଉଠା ପର୍ବ ସମ୍ପନ୍ନ

ସମ୍ବଲପୁର,୨୭।୪(ବ୍ୟୁରୋ)-ପରମ୍ପରାନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ରବିବାର ଗୋଧୂଳୀ ଲଗ୍ନରେ ସମ୍ପନ୍ନ ହୋଇଛି । ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର...

ଛତିଶଗଡ଼ ଖୋଲିଲା ୪ ବ୍ୟାରେଜ: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ କିଛିଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମ୍‌ ଉପରମୁଣ୍ଡରେ ଦୁଇଦିନ ଭିତରେ ୨୪.୯୮ ଓ ୮.୩୪ ମିମି...

ପରିବାର ଲୋକେ ଘରେ ପୂରାଇଲେନି

ସମ୍ବଲପୁର,୧୬।୫ (ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାର ଯେତେ ସଚେତନ ଓ ସୁବିଧା କଲେ ମଧ୍ୟ ସୁଫଳ...

ବସ୍‌ ବାଇକ୍‌ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ୨ ମୃତ

ଦେବଗଡ଼,୯।୭(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା...

ମକର ସଂକ୍ରାନ୍ତିରେ କାଇଟ୍‌ ଫେଷ୍ଟିଭାଲ୍‌

ସମ୍ବଲପୁର,୧୩ା୧(ବ୍ୟୁରୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଇଟ୍‌ ଫେଷ୍ଟିଭାଲ୍‌ – ୨୦୨୩ ପାଳନ କରାଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ...

ବିଏସ୍‌କଓ୍ବୋଇରେ ସାମିଲ ହେବେ ୧୨,୩୯୮ କେନ୍ଦୁପତ୍ର ତୋଳାଳି

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ଡିଭିଜନରେ କେନ୍ଦୁପତ୍ର ତୋଳାଳି ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ସାମିଲ ହୋଇ ଚିକିତ୍ସା ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week