ହେଲାନାହିଁ ମାଛ ପିଣ୍ଡି ବ୍ୟବସ୍ଥା

ନୟାଗଡ଼ ଅଫିସ,୧୦।୭-କିଛି ଦିନ ତଳେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ୱରେ ଥିବା ଦିଆନକ ବନ୍ଧ ନାମକ ଏକ ପୋଖରୀ ଉପରେ ଘର ତିଆରି କରାଯାଇ ଚିଲିକା ଫ୍ରେସ୍‌ ଖୋଲା ହେଲା। ହେଲେ ୨ ବର୍ଷ ତଳେ ଦିଆନକ ବନ୍ଧଠାରେ ଅସ୍ଥାୟୀ ଭାବେ ହେବାକୁ ଥିବା ମାଛପିଣ୍ଡି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ରାଜପଥ କଡରେ କଟା ହେଉଛି ମାଛ, ଛେଳି ଓ କୁକୁଡା। ଏ ନେଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଯେ, ସହରର ବିଭିନ୍ନ ସ୍ଥାନରେ ମାଛ , ମାଂସ ବିକ୍ରି କରୁଥିବା ବେପାରୀମାନେ ମାଛ ମାର୍କେଟ କରାଯାଇ ଗୋଟିଏ ସ୍ଥାନରେ ଆମିଷଦ୍ରବ୍ୟ ବିକ୍ରି କରିବା ଲାଗି ଦୁଇ ବର୍ଷ ତଳେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଏନ୍‌ଏସି (ବର୍ତ୍ତମାନ ମ୍ୟୁନିସିପାଲିଟି) ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଦିଆନକ ବନ୍ଧଠାରେ ଅସ୍ଥାୟୀ ମାଛ ମାର୍କେଟ କରାଯାଇ ପରେ ଏହାକୁ ପ୍ରିୟଦର୍ଶନୀ ମାର୍କେଟକୁ ସ୍ଥାନାନ୍ତର କରାଯିବ ଓ ସେଠାରେ ସ୍ଥାୟୀ ମାଛ ମାର୍କେଟ କରାଯିବ ବୋଲି କୁହାଯାଇଥିଲା। ବେପାରୀମାନେ ଆଉ ରାସ୍ତାକଡ଼ରେ ବିକ୍ରି ନ କରି ଏକାଠି ଗୋଟିଏ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି କରିବେ । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟବସ୍ଥା ନ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି। ଫଳରେ ଯିଏ ଯେଉଁଠି ପାରିଲା ମାଛ, ମାଂସ, କୁକୁଡ଼ା ବିକ୍ରି କରୁଛନ୍ତି। ରାଜୀବ ମାକେର୍ଟ ପଛପଟ, ଗୁଣ୍ଡିଚା ମନ୍ଦିର ନିକଟ, ସଦର ଥାନା ନିକଟ, ଖଣ୍ଡପଡ଼ା ରୋଡ଼ ଏହିଭଳି ଅନେକ ସ୍ଥାନରେ ମାଛ, ମାଂସ ବେପାରୀ ତାଙ୍କ ପସରା ଖୋଲି ଦେଇଛନ୍ତି। ଯାହାଦ୍ୱାରା ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ବେପାରୀମାନେ ହଇରାଣ ହେଉଥିବାର ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଛେଳି କଟା ହେଉଥିବାରୁ ଏହି ବାଟ ଦେଇ ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କ ମନରେ ଏହାର କୁପ୍ରଭାବ ପକାଉଛି । ସେହିଭଳି ସକାଳେ ମନ୍ଦିରକୁ ଯାଉଥିବା ଲୋକଙ୍କ ମନରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି।
ଯେ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କଡ଼ରେ ବିକ୍ରି କରୁଥିବା ମାଛ ମାଂସ ବେପାରୀଙ୍କୁ ଉଠାଇ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ନୟାଗଡ଼ ମ୍ୟୁନିସିପାଲିଟି ଏହାକୁ ପାଳନ କରୁନାହିଁ। ରାଜୀବ ମାର୍କେଟ ପଛପଟେ ଥିବା ମାଛ ମାର୍କେଟ ସ୍ଥାନାନ୍ତର ହେବା ନେଇ କୁହାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦିଆନକ ବନ୍ଧ ନିକଟରେ ସଫା କରାଯାଇ ମାଛ ମାର୍କେଟ କରାଯିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ମାତ୍ର କିଛି ଦିନ କାମ ହେବା ପରେ ଏହା ବନ୍ଦ ହୋଇଯିବା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଲୋକମାନେ ଏହି ସ୍ଥାନକୁ ଶୌଚାଳୟରେ ପରିଣତ କରିଦେଲେ। ବର୍ତ୍ତମାନ ଏହି ସ୍ଥାନଟି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଅନ୍ୟପକ୍ଷେ କିଛି ଦୂରରେ ବନ୍ଧ ଉପରେ ଚିଲିକା ଫ୍ରେସ ଖୋଲାଯାଇ ଆମିଷ ବିକ୍ରି କରାଯାଉଛି। କିନ୍ତୁ ସେଠାରେ ମାଛ ପିଣ୍ଡି କରା ନ ଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜୀବ ମାର୍କେଟ ପଛ ପଟେ ଦୋକାନ କରିଥିବା ଜଣେ ମାଛ ବେପାରୀ କୁହନ୍ତି ଏନ୍‌ଏସି ତରଫରୁ ଆମକୁ ପିଣ୍ଡି ଦିଆ ନ ଯିବାରୁ ବାଧ୍ୟ ହୋଇ ଆମେମାନେ ରାସ୍ତାକଡ଼ରେ ବସି ବେପାର କରୁଛୁ। ଏ ନେଇ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିତ୍କାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାକ୍‌ଙ୍କ ହାତରେ ରୋଗୀସେବା

ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି...

ବିରୋଧ ସତ୍ତ୍ୱେ ପଥର ଖଣି ନିଲାମ

ନୟାଗଡ଼ ଅଫିସ/ରଣପୁର,୧୨।୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ଝାରପଡ଼ା ଆରଆଇ ସର୍କଲର ଓସ୍ତପଡ଼ା ଅଞ୍ଚଳରେ ଲୋକଙ୍କ ବିରୋଧ ସତ୍ତ୍ୱେ ମାଙ୍କଡା ପଥର ଖଣିକୁ ନିଲାମ...

ସେବା ଦେବାକୁ ଅନିଚ୍ଛୁକ ନର୍ସିଂ ଅଫିସର, ଦେଖାଉଛନ୍ତି ଖରାପ ବ୍ୟବହାର

ନୟାଗଡ଼ ଅଫିସ,୧୫।୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ଶଲ୍ୟ ଓ ମେଡିସିନ ୱାର୍ଡଗୁଡିକରେ ନର୍ସିଂ ଅଫିସରଙ୍କ ଉପତ୍ାତ ବଢ଼ିବାରେ...

ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇ ବିକ୍ଷୋଭ

ନୂଆଗାଁ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଫଳରେ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ରବିବାର ସ୍ବାସ୍ଥ୍ୟ...

ଭୁବନେଶ୍ୱରରୁ ଲୋକେ ଗାଁ ମୁହାଁ

ନୟାଗଡ଼ ଅଫିସ,୬ା୪: ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୩୯ରେ ପହଞ୍ଚିଛି । ଏହା ମଧ୍ୟରେ କେବଳ ଭୁବନେଶ୍ୱରର ୩୨ଜଣ ଅଛନ୍ତି। ଏହା ଜାଣିବା ପରେ ଭୁବନେଶ୍ୱରରେ...

କାଦୁଅରେ ଫସିଗଲା ଆମ୍ବୁଲାନ୍ସ

ନୟାଗଡ ଅଫିସ/ ଦଶପଲ୍ଲା, ୭ା୩ (ଡି.ଏନ୍‌.ଏ.): ଜଣେ ଗର୍ଭବତୀଙ୍କୁ ନେଇ ନୟାଗଡ ଜିଲାର ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ଆସୁଥିଲା ୧୦୮ ଆମ୍ବୁଲାନ୍ସ । ବାଟରେ...

ଅପରାଧୀଙ୍କ ଆଡ୍ଡାସ୍ଥଳ ସାଜିଛି ସିଧାମୂଳା ସେତୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳା ନିକଟସ୍ଥ ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ନୟାଗଡ଼ ସହ କଟକ ଜିଲାକୁ ସଂଯୋଗ କରୁଛି । ୧୫୬୮...

ଷ୍ଟଲ୍‌ ଖାଁ ଖାଁ, ଚାଷୀ ନ ଥାଇ ପାଠଶାଳା

ନୟାଗଡ଼ ଅଫିସ,୨୪।୨:ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷୀଙ୍କୁ ଦେଖିବାକୁ ମିଳୁନି । ୩ଦିନ ଧରି ମେଳା ଚାଲିଥିବାବେଳେ ଶୁକ୍ରବାର ମେଳା ଉଦ୍‌ଯାପନ ହେବ । ହେଲେ...

Advertisement
Archives

Model This Week