ହେଟାବାଘ ଆକ୍ରମଣରେ ୧୯ ଛେଳି ମୃତ

ରଣପୁର,୨୯।୮(ସ୍ବ.ପ୍ର.): ରଣପୁର ବ୍ଲକ କଙ୍କିଆ ସାଅଁ।ତରାପୁର ଗଁ।ରେ ହେଟାବାଘ ଆତଙ୍କ ଦେଖାଦେଇଛି । ମଙ୍ଗଳବାର ରାତିରେ ହେଟାବାଘ ଆକ୍ରମଣରେ ୧୯ ଛେଳି ମରିଯାଇଥିବାବେଳେ ୪ ଛେଳିକୁ ନେଇ ପଳାଇଯାଇଛି। ଖବର ପାଇ ରଣପୁର ବନ ଅଧିକାରୀ ଓ ରଣପୁର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ତଦନ୍ତ କରି ଫେରିଛନ୍ତ। ଘଟଣାରୁ ପ୍ରକାଶ, ରାତିରେ କଙ୍କିଆ, ସାଆନ୍ତରାପୁର ଗଁ।ର ଚକରା ନାୟକଙ୍କ ଗୁହାଳରେ ୨ରୁ ଊର୍ଦ୍ଧ୍ୱ ହେଟାବାଘ ପଶିଥଲେ । ଗୁହାଳରେ ଚକରା ନାୟକ, କାଳିଆ ନାୟକ, ଚକ୍ରଧର ନାୟକ, ନୀଳ ନାୟକ, ସୁରେନ୍ଦ୍ର କୁମାର ବରାଡ ପ୍ରମୁଖ ଚାଷୀଙ୍କର ୨୫ଟି ଛେଳି ବନ୍ଧା ହୋଇଥିଲା । ତେବେ ଛେଳିଙ୍କ ରଡି ଶୁଣି ଚକରା ଉଠି ହେଟାବାଘ ଛେଳିଗୁଡ଼ିକୁ ଧରି ପଳାଇ ଯାଉଥିବା ଦେଖିଥିଲେ। ୨ଟି ହେଟାବାଘଙ୍କୁ ସେ ଦେଖିଥିବା କହିଥିଲେ। ୪ ଛେଳି ନିଖୋଜ ହୋଇଥିବାରୁ ଏମାନଙ୍କୁ ହେଟା ନେଇ ପଳାଇଥିବା ସନ୍ଦେହ ହେଉଛି। ତେବେ ଅନେକ ଛେଳିଙ୍କ ମୃତ ଓ ଆହତ ଘଟଣା ଚାଷୀଙ୍କୁ ଚିନ୍ତିତ କରିଛି। ତେଣୁ ଏହି ଗରିବ ଚାଷୀମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବଡ଼ଦିନ: ବାଇବେଲ୍‌ ପାଠ ସହ ପ୍ରାର୍ଥନାରେ ପ୍ରକମ୍ପିତ ଚର୍ଚ୍ଚ ଗୃହ

ଦାରିଙ୍ଗବାଡ଼ି,୨୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ବଡ଼ଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଉଛି। ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ...

ଫିକା ପଡ଼ିବ ପିକ୍‌ନିକ

ଭଞ୍ଜନଗର,୧୮।୧୨(ଡି.ଏନ.ଏ): ବର୍ତ୍ତମାନ ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଭୋଜିଭାତର ମଜା ନେଉଛନ୍ତି। ହେଲେ ଆଗକୁ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି...

ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ, ବଦଳିଲେ ୩ ଶିକ୍ଷକ

ବାଲିଗୁଡା,୫ା୮(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସି ପାଠ ପଢିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ କରିବା ମହଙ୍ଗା ପଡିଛି। ବିଭାଗୀୟ ତଦନ୍ତ...

ଅଂଶୁଘାତରେ ଛୁଆ ହାତୀର ମୃତ୍ୟୁ

ସଜନାଗଡ଼,୨୦।୫: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରୁ ବନବିଭାଗ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ୩ ବର୍ଷ ହେବ।...

ପୁରୀରେ ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ

ପୁରୀ ଅଫିସ, ୧।୮: ପୁରୀ ସହରରେ ରହିଛି ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ ଘରେ ପଡ଼ିରହିଛି...

ଆରମ୍ଭରୁ କମିଲା, ୨୫ରୁ ବର୍ଷିବ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ): ଏ ବର୍ଷ ବିଳମ୍ବରେ ଓଡ଼ିଶାରେ ପହଞ୍ଚତ୍ଛି ମୌସୁମୀ। ପ୍ରତିବର୍ଷ ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଛୁଇଁଥାଏ। କିନ୍ତୁ ଏଥର ଚତୁର୍ଥ ସପ୍ତାହରେ ମୌସୁମୀ...

ସିଂହାପୁର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର

ରସୁଲପୁର,୧୩।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଐତିହାସିକ ସିଂହାପୁର ଯାତ୍ରା ୧୪ତାରିଖରୁ ଆରମ୍ଭ ହେବ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ମଧୁତୀର୍ଥ ପୁଷ୍କରିଣୀ ତଟସ୍ଥ...

ବିନ୍ଦୁ ସାଗରରେ ଡଙ୍ଗା ଭସା ମନା: କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି...

Advertisement
Archives

Model This Week