ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ ହେଉନାହିଁ। ଲୁକରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି। ଫଟୋରେ ରଣବୀରଙ୍କ ଆଖିରେ ମଧ୍ୟ କପିଳଙ୍କ ଭଳି ଜୋଶ ଦେଖିବାକୁ ମିଳିଛି। ହରିୟାଣାର ହରିକେନ କୁହାଯାଉଥିବା କପିଳ ଦେବ ଭଳି ସଟ୍‌ ଲଗାଇବା ପାଇଁ ରଣବୀରଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି। ତାଙ୍କ ସଟ୍‌ ଲଗାଉଥିବା ଏକ ଫଟୋ ରଣବୀର ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ତାଙ୍କ ଏଭଳି ଲୁକ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମଟି ୧୯୮୩ ବିଶ୍ୱକପକୁ ନେଇ ନିର୍ମାଣ ହୋଇଛି। ୧୯୮୩ରେ କପିଳଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା। ଯାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏହାଛଡା ବିଶ୍ୱକପର ଆଉ କିଛି ଭିତିରି କଥା ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। ରଣବୀରଙ୍କ ବ୍ୟତୀତ ଫିଲ୍ମରେ କପିଳଙ୍କ ପତ୍ନୀ ରୋମି ଦେବୀଙ୍କ ଭୂମିକାରେ ରଣବୀରଙ୍କ ରିଅଲ ଲାଇଫ ପାର୍ଟନର ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି।ଇଂଲଣ୍ଡରେ ଏବେ ଫିଲ୍ମଟିର ସୁଟିଂ ଚାଲିଛି । ତେବେ ଏହି ଫିଲ୍ମ ପାଇଁ ରଣବୀରଙ୍କୁ ମଧ୍ୟ ବେଶ ପରିଶ୍ରମ କରିବାକୁ ପଡିଛି। ଫିଲ୍ମକୁ ଜୀବନ୍ତ କରିବା ପାଇଁ କପିଳଙ୍କ ସହ ମଧ୍ୟ ବେଶ କିଛି ସମୟ ବିତାଇଛନ୍ତି ରଣବୀର। ପ୍ରାୟ ୧୦ ଦିନ କପିଳଙ୍କ ଘରେ ରହି ତାଙ୍କର ବ୍ୟାଟିଂ ଓ ବୋଲିଂ କଳା ଶିଖିବାକୁ ପ୍ରୟାସ କରିଛନ୍ତି ରଣବୀର। କପିଳଙ୍କ ଷ୍ଟାଇଲକୁ କିପି କରିବାକୁ କ୍ରିକେଟ ମୈଦାନରେ ମଧ୍ୟ ଅନେକ ସମୟରେ ପ୍ରାକ୍ଟିସ କରୁଥିବାର ରଣବୀରଙ୍କୁ ଦେଖିବାକୁ ମିଳିଛି। ଏପରିକି ପୂର୍ବତନ କ୍ରିକେଟର ବଲବିନ୍ଦର ସିଂ ସନ୍ଧୁଙ୍କ ଠାରୁ ମଧ୍ୟ କ୍ରିକେଟ ଟ୍ରେନିଂ ନେଇଛନ୍ତି ରଣବୀର। ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୧୦ ତାରିଖରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri