ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ ହେଉନାହିଁ। ଲୁକରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି। ଫଟୋରେ ରଣବୀରଙ୍କ ଆଖିରେ ମଧ୍ୟ କପିଳଙ୍କ ଭଳି ଜୋଶ ଦେଖିବାକୁ ମିଳିଛି। ହରିୟାଣାର ହରିକେନ କୁହାଯାଉଥିବା କପିଳ ଦେବ ଭଳି ସଟ୍‌ ଲଗାଇବା ପାଇଁ ରଣବୀରଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି। ତାଙ୍କ ସଟ୍‌ ଲଗାଉଥିବା ଏକ ଫଟୋ ରଣବୀର ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ତାଙ୍କ ଏଭଳି ଲୁକ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମଟି ୧୯୮୩ ବିଶ୍ୱକପକୁ ନେଇ ନିର୍ମାଣ ହୋଇଛି। ୧୯୮୩ରେ କପିଳଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା। ଯାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏହାଛଡା ବିଶ୍ୱକପର ଆଉ କିଛି ଭିତିରି କଥା ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। ରଣବୀରଙ୍କ ବ୍ୟତୀତ ଫିଲ୍ମରେ କପିଳଙ୍କ ପତ୍ନୀ ରୋମି ଦେବୀଙ୍କ ଭୂମିକାରେ ରଣବୀରଙ୍କ ରିଅଲ ଲାଇଫ ପାର୍ଟନର ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି।ଇଂଲଣ୍ଡରେ ଏବେ ଫିଲ୍ମଟିର ସୁଟିଂ ଚାଲିଛି । ତେବେ ଏହି ଫିଲ୍ମ ପାଇଁ ରଣବୀରଙ୍କୁ ମଧ୍ୟ ବେଶ ପରିଶ୍ରମ କରିବାକୁ ପଡିଛି। ଫିଲ୍ମକୁ ଜୀବନ୍ତ କରିବା ପାଇଁ କପିଳଙ୍କ ସହ ମଧ୍ୟ ବେଶ କିଛି ସମୟ ବିତାଇଛନ୍ତି ରଣବୀର। ପ୍ରାୟ ୧୦ ଦିନ କପିଳଙ୍କ ଘରେ ରହି ତାଙ୍କର ବ୍ୟାଟିଂ ଓ ବୋଲିଂ କଳା ଶିଖିବାକୁ ପ୍ରୟାସ କରିଛନ୍ତି ରଣବୀର। କପିଳଙ୍କ ଷ୍ଟାଇଲକୁ କିପି କରିବାକୁ କ୍ରିକେଟ ମୈଦାନରେ ମଧ୍ୟ ଅନେକ ସମୟରେ ପ୍ରାକ୍ଟିସ କରୁଥିବାର ରଣବୀରଙ୍କୁ ଦେଖିବାକୁ ମିଳିଛି। ଏପରିକି ପୂର୍ବତନ କ୍ରିକେଟର ବଲବିନ୍ଦର ସିଂ ସନ୍ଧୁଙ୍କ ଠାରୁ ମଧ୍ୟ କ୍ରିକେଟ ଟ୍ରେନିଂ ନେଇଛନ୍ତି ରଣବୀର। ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୧୦ ତାରିଖରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

କାନାଡାର ଆଇପି ଆଡ୍ରେସ, ଆମେରିକାରୁ ହୋଇଥିଲା ସଲମାନଙ୍କ ଘରେ ଫାୟରିଂ କରିବାର ପ୍ଲାନ

ମୁମ୍ବାଇ,୧୫।୪: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିବା ମାମଲାରେ ମୁମ୍ବାଇ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ପୋଲିସ କହିଛି ଯେ...

ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ...

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି...

ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ

ମୁମ୍ବାଇ,୧୪।୪: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri