ହୃଦ୍‌ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ

ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ ଚିନ୍ତା ଏବଂ ଦୁଃଖ ଦୂର କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ବିଶେଷଜ୍ଞମାନେ କୁହନ୍ତି, ହାର୍ଟ ଆଟାକ୍‌ ବା ହୃଦ୍‌ରୋଗ ହେଲେ ଛାତିରେ ଦରଜ ଅନୁଭବ ହୁଏ। ହୃଦ୍‌ରୋଗୀମାନେ ସଙ୍ଗୀତ ଶୁଣିଲେ ଏହି ଦରଜ କମିଥାଏ। ବେଲ୍‌ଗ୍ରେଡ୍‌ ୟୁନିଭରସିଟିର ପ୍ରଫେସର ପ୍ରିଡ୍ରାଗ୍‌ ମାଇଟ୍ରୋଭିକ୍‌ କୁହନ୍ତି, ୩୫୦ ହୃଦ୍‌ରୋଗୀଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏହାକୁ ଆଧାର କରି ମ୍ୟୁଜିକ୍‌ ଥେରାପୀ ହୃଦ୍‌ରୋଗୀଙ୍କ ପାଇଁ ବହୁତ ଭଲ ବୋଲି କୁହାଯାଉଛି। ଏହି ଅଧ୍ୟୟନ ୭ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଥିରେ ଜଣାପଡ଼ିଥିଲା ମ୍ୟୁଜିକ୍‌ ଥେରାପୀରୁ ଅଧିକ ହୃଦରୋଗୀ ଭଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୮ ପ୍ରତିଶତ ରୋଗୀଙ୍କର ହାର୍ଟ ଫେଲ୍‌ ଥିଲା। ଦ୍ୱିତୀୟ ଆଟାକ୍‌ଙ୍କ ସଂଖ୍ୟା ୨୩ ପ୍ରତିଶତ କମ୍‌ ଥିଲା। କଲେଜ ଅଫ୍‌ କାର୍ଡିଓଲୋଜିର ଆନୁଆଲ ସାଇଣ୍ଟିଫିକ୍‌ ଏବଂ ଓ୍ବାଲର୍‌ଡ କଗ୍ରାଡ୍‌ ଅଫ୍‌ କାର୍ଡିଓଲୋଜିର ମିଳିତ ଭାବେ ଏହି ଗବେଷଣା କରିଥିଲେ। ଅଧଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ସୁସ୍ଥ ରହେ। କାରଣ ସଙ୍ଗୀତ ହୃଦ୍‌ରୋଗୀଙ୍କୁ ଆକର୍ଷିତ କରିବା ସହ ରୋଗୀ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଘର କିଣୁଛନ୍ତି କି? ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ...

ଆଖିତଳେ କଳା ପଡ଼ିଯାଇଛି କି ତା’ହେଲେ ଆପଣାନ୍ତୁ ଏହି ତେଲ

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍‌-ଇ ତେଲ ଖୁବ୍‌ ହିତକାରୀ ହୋଇଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍‌-ଇ ତେଲର ବ୍ୟବହାର କଲେ ଏହାର...

ସବୁବେଳେ ଘରେ କଳହ ଲାଗି ରହୁଛି କି…ଏପରି ବାସ୍ତୁଦୋଷ ହୋଇପାରେ କାରଣ; ଜାଣନ୍ତୁ ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତି), ଘରେ ରହୁଥିବା ଲୋକ...

ଗୋଡ଼ ହଲାଇବା ରୋଗର ଲକ୍ଷଣ

ଗୋଡ଼ ହଲାଇବା ଏକ ରୋଗର ଲକ୍ଷଣ ବୋଲି କହିଛନ୍ତି ମିଚିଗାନ୍‌ ୟୁନିଭର୍ସିଟିର ଗବେଷକ। ଶରୀରରେ ଆଇରନର ମାତ୍ରା କମ୍‌ ହେଲେ ଏପରି ଲକ୍ଷଣ ଦେଖାଦେଇଥାଏ। ବିଶେଷ...

ଚନ୍ଦନରେ ରହିଛି ଏସବୁ ଉପକାରୀ ଗୁଣ

ଅନିୟମିତ ଜୀବନଶୈଳୀ ସହ ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ ଆଜିକାଲି ଅଧିକାଂଶ ଲୋକଙ୍କ ତ୍ୱଚାରେ ସମସ୍ୟା ଦେଖାଦେଉଛି। ତେବେ ତ୍ୱଚା ପାଇଁ ଚନ୍ଦନ ସବୁଠୁ ଉପକାରୀ ବୋଲି...

କିପରି ଜାଣିବେ ଆପଣ ମଧୁମେହ ରୋଗୀ କି ନୁହେଁ

ବିଶ୍ୱର ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ। ସେଥି ମଧ୍ୟରୁ ୫ ଭାଗ ଆମ ଭାରତୀୟ। ଯେଉଁମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଥାଏ ସେହିମାନଙ୍କ ଠାରେ...

ଏପରି ବ୍ୟବହାର କରନ୍ତୁ ଅଦା ତେଲ: ରୁପି, କେଶ ଝଡିବା ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସହ ରୁପି ସମସ୍ୟା ଦେଖା ଯାଇଥାଏ। ଏହି ସମସ୍ୟାକୁ ନେଇ ସେମାନେ ଚିନ୍ତାରେ ପଡ଼ିଯାନ୍ତି। ଏପରିକି ସେମାନେ ମୁକ୍ତି...

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ...

Advertisement
Archives

Model This Week