ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର ଉପରେ ପକାଯାଇଥିଲା ପରମାଣୁ ବୋମା, ନିରୀହ ଜନସାଧାରଣ ଗ୍ରୀଷ୍ମଋତୁର ସାକୁରା ପୁଷ୍ପ ପ୍ରସ୍ଫୁଟିତ ଉଦ୍ୟାନ ନଗରୀ ହିରୋସୀମାରେ ସୁନେଲି ସକାଳକୁ ଉପଭୋଗ କରୁଥିବାବେଳେ ସହର ଉପରେ ସକାଳ ୮ଟା ୧୬ମିନିଟରେ ଆମେରିକାର ବୋମାବର୍ଷି ବିମାନ ‘ଏନୋଲା ଗେ’ରୁ ’ଲିଟିଲ୍‌ ବୟ’ ନାମକ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ନିମିଷେକ ମଧ୍ୟରେ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ନଗରୀକୁ ଧୂଳିସାତ ହୋଇଯାଇଥିଲା। ଇତିମଧ୍ୟରେ ବିତିଛି ୭୩ ବର୍ଷ ତେବେ ହିରୋସୀମାର ଲୁହଲହୁ ଭିଜା କାହାଣୀ ଯେତେ ଲେଖିଲେ ମଧ୍ୟ ଶେଷ ହୋଇପାରୁନାହିଁ। ବୋମା ବିସ୍ଫୋରଣ ପର ଦୃଶ୍ୟ ଥିଲା ହୃଦୟ ବିଦାରକ। ମୃତ ଦେହର ଲମ୍ବାଧାଡ଼ି ଲାଗିରହିଥିଲା ବହୁଦୂର ଯାଏ। ଯେଉଁମାନେ ମରିଗଲେ ସେମାନେ ହୁଏତ ତରିଗଲେ ମାତ୍ର ଯେଉଁମାନେ ବଞ୍ଚତ୍ରହିଥିଲେ ସେମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଥିଲା ଅକଥନୀୟ। ପରମାଣୁ ବିଭୀଷିକାରେ ଅଧିକାଂଶ ହୋଇଯାଇଥିଲେ ଅନ୍ଧ, ବିକଳାଙ୍ଗ। ଅନେକଙ୍କ ହାତ, ଗୋଡ଼ ସେମାନଙ୍କ ଆଖି ଆଗରେ ଜଳୁଥିଲା। ରାସ୍ତାର ଙ୍କକ୍ରିଟ, ଘରବାଡ଼ି ସବୁ ହିଁ ଜଳୁଥିଲା। ଏକ କଳା ବହଳିଆ ମାଟି ଓ ଧୂଆଁ ଲୋକଙ୍କୁ କଳାରଙ୍ଗର ପୋଡ଼ା ଅଙ୍ଗାରଭଳି ରୂପ ପ୍ରଦାନ କରିଥିଲା। ଲୋକଙ୍କ ଦେହରେ ନ ଥିଲା ଲୁଗାପଟା। ବୋମା ବିଷୟରେ କିଛି ଜାଣିବାପୂର୍ବରୁ ବିସ୍ଫୋରଣ ସହିତ ସମସ୍ତଙ୍କ ଦେହରେ ଥିବା ପୋଷାକ ଆପଣାଛାଏଁ ଜଳି ଉଠିଥିଲା। ବିସ୍ଫୋରଣସ୍ଥଳର ୨ କିଲୋମିଟର ବ୍ୟାସ ଅଞ୍ଚଳର କୋଠାବାଡ଼ି ସହ ମାଟି, ପଥର, ରାସ୍ତାର ଙ୍କକ୍ରିଟ ସବୁ ଧୂଳିରେ ପରିଣତ ହୋଇ ଆକାଶକୁ ଉଠିଯାଇଥିଲା। ମଣିଷ, ଘରଦ୍ୱାର, ରାସ୍ତାଘାଟ, ଜୀବଜନ୍ତୁ ମିଶିଯାଇଥିଲେ ଏହି କଳା ଧୂସର ମାଟି ସହିତ ମାଟି ହୋଇ। ପାଖରେ ବୋହିଯାଉଥିବା ଜଳଧାରାର ମଧ୍ୟ ଅସ୍ତିତ୍ୱ ନଥିଲା । ବୋମା ଫୁଟିବାବେଳେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ଶବ୍ଦ ଓ ବାୟୁର ଚାପ ମଣିଷ ଭଳି ନରମ ଶରୀରଧାରୀ କ୍ଷୁଦ୍ର ଜୀବ ପାଇଁ ଅସହ୍ୟ ଥିଲା ୫ କିଲୋମିଟର ଅଞ୍ଚଳର ଲୋକେ ସମ୍ପୂର୍ଣ୍ଣଭାବେ ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ହରାଇଥିଲେ। ସେମାନଙ୍କର କାନର ପରଦା ଫାଟିଯାଇ ରକ୍ତସ୍ରାବ ହେଉଥିଲା। ପରମାଣୁ ବୋମା ବିସ୍ଫୋରଣ ସମୟରେ ସୃଷ୍ଟି ହୋଇଥିବା ଚାପ ବାୟୁ ମଣ୍ଡଳୀୟ ଚାପ ଠାରୁ ୧୦ ଲକ୍ଷ ଗୁଣରୁ ଅଧିକ ଥିଲା। ବୋମା ପଡ଼ିବା ସ୍ଥାନର ତାପମାତ୍ରା ଥିଲା ପ୍ରାୟ ୧୦ ଲକ୍ଷ ଡ଼ିଗ୍ରୀ ସେଣ୍ଟିଗ୍ରେଡ୍‌। ଏଥିରୁ ସୃଷ୍ଟି ହୋଇଥିବା ଶକ୍ତିର ପରିମାଣ ଲକ୍ଷେ କୋଟି କିଲୋ କ୍ୟାଲୋରୀ। ପରମାଣୁ ବୋମାର ପ୍ରମୁଖ ୩ଟି ଧ୍ୱଂସକାରୀ ଶକ୍ତି ମଧ୍ୟରୁ ପ୍ରଥମ ଦୁଇଟି କ୍ଷୟକାରୀ ଓ ଦହନକାରୀ ହୋଇଥିବାବେଳେ ତୃତୀୟଟି ଥିଲା ଆହୁରି ମାରାମତ୍କ। ଏହା ହେଉଛି ତେଜସ୍କ୍ରିୟ ବିକିରଣ। ଏହା କର୍କଟ ରୋଗ ସୃଷ୍ଟି କରିବା ସହିତ ସମ୍ପୂର୍ଣ୍ଣ ଶରୀର ତଥା ବିଭିନ୍ନ ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗ ପାଇଁ ଥିଲା କ୍ଷତିକାରକ। ମାନବ ଇତିହାସର ଏହି କଳାଦିନକୁ ଭୁଲିବାକୁ ବିଶ୍ୱସ୍ତରରେ ଦୀର୍ଘ ୭୪ ବର୍ଷ ଧରି ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆକୁ ଅସ୍ତ୍ର ଦେଲେ ଭୟଙ୍କର ପରିଣାମ

ଓ୍ବାଶିଂଟନ୍‌/ମ୍ୟୁନିକ୍‌,୨୦ା୨: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ରୁଷିଆକୁ ଚାଇନା ଅସ୍ତ୍ରଶସ୍ତ୍ର ଓ ଅନ୍ୟ...

ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍‌

ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ...

ପେଣ୍ଟାଗନ-ଭାରତୀୟ ପ୍ରତିରକ୍ଷା ବିଭାଗ ସମ୍ପର୍କ ସୁଦୃଢ଼…

ଓ୍ବାଶିଂଟନ, ୧୬।୮ : ଭାରତ ଏବଂ ଆମେରିକା ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ଏହାର କାରଣ ହେଉଛି ଯେ ବର୍ତ୍ତମାନ ଆମେରିକାର ପ୍ରତିରକ୍ଷା...

ମାନିଲେ ପାକିସ୍ତାନର ଆଇସିଜେ ଓକିଲ: କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ ନାହିଁ

ଇସ୍‌ଲାମାବାଦ,୪ା୯: ପ୍ରମାଣ ଅଭାବରୁ କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ପାକିସ୍ତାନର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଓକିଲ ଖଓ୍ବର କୁରେଶି...

ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ...

ରୁଷିଆର ବାକି ପରିଶୋଧ ନ କରିଥିବାରୁ ଦିଗ ବଦଳାଇଲା ପାକିସ୍ତାନ ଏୟାରଲାଇନ୍ସ

ଇସଲାମାବାଦ,୨୩ ।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣିଥରେ ଅନ୍ତର୍ଜାତୀୟ ଅପମାନର ସାମ୍ନା କରିବାକୁ ପଡିଛି । ସୂଚନାଯୋଗ୍ୟ, ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ...

ଆମେରିକା କଟକଣାକୁ ଅଣଦେଖା: ରୁଷିଆରୁ ଆସିବ ଏସ୍‌-୪୦୦ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୩ା୧୦: ଭାରତ ରୁଷିଆନିର୍ମିତ ଭୂପୃଷ୍ଠରୁ ଆକାଶମାର୍ଗକୁ ଭେଦ କରିପାରୁଥିବା ଏସ୍‌-୪୦୦ ଟ୍ରୁମ୍ଫ କ୍ଷେପଣାସ୍ତ୍ର କ୍ରୟ କରିବ। ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବେଶ୍‌ ସହାୟକ।...

ପୂର୍ବତନ ଆଇନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ

ବେଜିଂ,୨୨ା୯: ଚାଇନାର ପୂର୍ବତନ ଆଇନ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତିର ଗୁରୁତର ଅଭିଯୋଗ ପ୍ରମାଣିତ ହୋଇଛି। ଏହା ପରେ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।...

Advertisement
Archives

Model This Week