ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ

ବମ୍ବେ: ‘ବିଗ୍‌ବସ୍‌’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍‌ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ ଏବଂ ଆସିମ-ହିମାଂଶୀଙ୍କ ପ୍ରେମର ଗାଡ଼ି ଏବେ ନୂଆ ନୂଆ ସୋପାନ ଦେଇ ଗତିକରୁଛି। ମଙ୍ଗଳବାର ପ୍ରସାରିତ ହୋଇଥିବା ଅଧ୍ୟାୟରେ ଆସିମ ହିମାଂଶିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ଦେଖିବାକୁ ମିଳିଛି।

ହିମାଂଶି ପୂର୍ବରୁ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ। ହେଲେ ଭୋଟ କମ୍‌ ମିଳିବା କାରଣରୁ ସେ ବାହାରି ଯାଇଥିଲେ। ଏବେ ଆସିମଙ୍କୁ ସମର୍ଥନ କରିବାକୁ ସେ ପୁନର୍ବାର ବିଗ୍‌ବସ୍‌କୁ ଫେରିଛନ୍ତି। ଫଳରେ ପୂର୍ବରୁ ଆରମ୍ଭ ହୋଇଥିବା ସମ୍ପର୍କକୁ ଏକ ନୂଆ ଦିଗ ମିଳିଯାଇଛି। ଜଣେ ପକା ପ୍ରେମିକ ଭାବେ ଆସିମ ବେଶ୍‌ ଖୁସି ହୋଇ ହିମାଂଶିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ଦୀର୍ଘ ସମୟ ଧରି ମନାକରିବା ପରେ ହିମାଂଶି ଶେଷରେ ହଁ ଭରିଛନ୍ତି।

ଏହି ଘଟଣାକୁ କିନ୍ତୁ ଆସିମଙ୍କ ଭାଇ ଉମର ଗ୍ରହଣ କରିପାରି ନାହାନ୍ତି। ଏବେ ଆସିମଙ୍କ କ୍ୟାରିୟର ଗଢ଼ିବାର ସମୟ, ବିବାହ ନୁହେଁ ବୋଲି ସେ କହିଛନ୍ତି। ଯଦି ଉଭୟ ପରସ୍ପରଙ୍କୁ ଭଲ ପାଉଥାଆନ୍ତି, ତେବେ ଘରୁ ବାହାରିବା ପରେ ସମୟ ବିତାନ୍ତୁ। ଜଣେ ଅନ୍ୟଜଣଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ। ଶେଷରେ ବିବାହ କରିବେ କି ନା ଦେଖାଯିବ ବୋଲି ଉମର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଲଭ୍‌ ଆଜ୍‌ କଲ୍‌-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ

ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍‌ କଲ-୨’ର ପ୍ରଥମ ଲୁକ୍‌। ଉଭୟ...

ବାପା ହେବାକୁ ଯାଉଛନ୍ତି କପିଲ

ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍‌ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ...

ଲକ୍ଷାଧିକ ଟଙ୍କାର ଗାଉନ୍ ପିନ୍ଧି ମରୁଭୂମିରେ ଗ୍ଲାମରସ୍ ଫଟୋ ଶୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ନିଜର ହଟ୍ ଲୁକ୍ସ ଓ ଜବରଦସ୍ତ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ପ୍ରତିଥର ଉର୍ବଶୀଙ୍କ...

ସାଉଥ୍‌ ଫିଲ୍ମରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍‌’ରୁ...

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର...

ମାଆ ହେବେ ବିପାଶା!

ମୁମ୍ବାଇ: ବଲିଉଡରେ ଏବେ ପ୍ୟାରେଣ୍ଟହୁଡକୁ ନେଇ ଖୁବ୍ ଚର୍ଚ୍ଚା । ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଘରକୁ କୁନି ଅତିଥି ଆସୁଥିବା ବେଳେ ଏବେ ଏଥିରେ...

୯୨ ବର୍ଷରେ କରୋନାକୁ ହରାଇଲେ ଲତା ମଙ୍ଗେସ୍‌କର

କୋକିଳକଣ୍ଠୀ ତଥା ଭାରତ ରତ୍ନ ଉପାଧି ପାଇଥିବା ଲତା ମଙ୍ଗେସ୍‌କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେ କରୋନାରୁ ମୁକ୍ତି ପାଇଛନ୍ତି। ଲତା କରୋନାରୁ ସୁସ୍ଥ ହୋଇଥିବା...

ସଲମାନଙ୍କ ଉପରେ ରାଗୁଛନ୍ତି ସୁଶାନ୍ତଙ୍କ ପ୍ରଶଂସକ: ବିଙ୍ଗ୍‌ ହ୍ୟୁମାନ ଷ୍ଟୋରରେ ପଶି କଲେ ଭଙ୍ଗାରୁଜା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସିନେଜଗତ, ରାଜନେତା ଏବଂ...

Advertisement
Archives

Model This Week