ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ, ପେରୁ ଓ ବଲିଭିଆରେ ଥିବା ଆମାଜନ)ରେ ଲାଗିଥିବା ନିଆଁ ଲିଭୁନାହିଁ। ଏଥିଯୋଗୁ ଆଣ୍ଡିଜ୍‌ ଓ ଦକ୍ଷିଣ ଆମେରିକାରେ ଥିବା ଉଷ୍ମ ମଣ୍ଡଳୀୟ ହିମବାହଗୁଡ଼ିକ ଅଧିକରୁ ଅଧିକ ପରିମାଣରେ ତରଳିବ ବୋଲି ଏକ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି।
ବ୍ରାଜିଲସ୍ଥିତ ରିଓ ଡି ଜେନିରୋ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକ ନିଉଟନ୍‌ ଡି ମଗଲହାଏସ୍‌ ନେଟୋ ଓ ତାଙ୍କ ସହଯୋଗୀମାନେ ଆମାଜନ ଅବବାହିକାରେ ବାୟୋମାସ୍‌ ଜଳିବା ଫଳରେ ବଲିଭିଆର ଜୋଙ୍ଗୋ ହିମବାହ ଉପରେ ଏହାର ସମ୍ଭାବ୍ୟ କୁପ୍ରଭାବ ନେଇ ଏକ ମଡେଲ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେମାନେ ୨୦୦୦ରୁ ୨୦୧୬ ମଧ୍ୟରେ ଘଟିଥିବା ଅଗ୍ନିକାଣ୍ଡ, ଧୂମବଳୟ, ବର୍ଷା ଓ ହିମବାହ ତରଳିବା ସମ୍ପର୍କିତ ତଥ୍ୟକୁ ଉପଯୋଗ କରିଥିଲେ। ଜୈବବର୍ଜ୍ୟ ଜଳିବା ଫଳରେ ସେଥିରୁ ସୃଷ୍ଟ ବ୍ଲାକ୍‌ କାର୍ବନ ଭଳି ସୂକ୍ଷ୍ମକଣିକାଗୁଡ଼ିକ ପବନରେ ଉଡି ଉଷ୍ମ ମଣ୍ଡଳୀୟ ଆଣ୍ଡିଆନ୍‌ ଗ୍ଲେସିୟରରେ ପହଞ୍ଚତ୍ଥାଏ। ଏହା ହିମବାହକୁ ଅଧିକ ମାତ୍ରାରେ ତରଳାଇଥାଏ ବୋଲି ସାଇଣ୍ଟିଫିକ୍‌ ରିପୋର୍ଟ ଜର୍ନାଲରେ ପ୍ରକାଶିତ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୨୫୦ ମୃତ

ରୋମ,୧୪।୩: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଉହାନ ସହରରେ କରୋନା ଭାଇରସ ସଂକ୍ରମଣରେ...

ଏଲ୍‌ ସାଲଭେଡରରେ ବୈଧ ହେବ ବିଟ୍‌କଏନ

ସେଣ୍ଟ୍ରାଲ ଆମେରିକାର ଦେଶ ଏଲ୍‌ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍‌କଏନ୍‌କୁ ବୈଧ କରିବାକୁ ଯୋଜନା କରିଛି। ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ୍‌...

୫୩ ବର୍ଷ ବୟସରେ ଯୁକ୍ତ ୨ରେ ଆଡ୍‌ମିଶନ କଲେ ଏହି ରାଜ୍ୟର ଶିକ୍ଷାମନ୍ତ୍ରୀ

ରାଞ୍ଚି, ୧୦।୮: କୁହାଯାଏ ପାଠ ପଢ଼ିବାର କୌଣସି ବୟସ ନାହିଁ। ଯେକୌଣସି ବୟସରେ ମଧ୍ୟ ଜଣେ ଚାହିଁଲେ ଶିକ୍ଷା ଗ୍ରହଣ କରିପାରିବ। ଏହାର ଏକ ଜ୍ୱଳନ୍ତ...

‘ଟ୍ରେନରେ ପଶିବାକୁ ଦେଉ ନାହାନ୍ତି, ଗୋଇଠା ମାରୁଛନ୍ତିି’

ନୂଆଦିଲ୍ଲୀ,୨।୩: ଭାରତୀୟ ସରକାର ସମସ୍ତ ନାଗରିକଙ୍କୁ ତୁରନ୍ତ ୟୁକ୍ରେନର ଦ୍ୱିତୀୟ ବୃହତ୍‌ ସହର ଖାରକିବ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିବା ବେଳେ ସାମ୍ନାକୁ ଆସିଛି ବିଭିନ୍ନ...

ଶ୍ରୀଲଙ୍କାରୁ ହଟିଲା ୩୬ ଘଣ୍ଟିଆ କର୍ଫ୍ୟୁ, ନୂଆ କ୍ୟାବିନେଟର ହେବ ଗଠନ

କଲମ୍ବୋ,୪ ।୪: ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଶାନ୍ତିକୁ ଲକ୍ଷ୍ୟ କରି ଯେଉଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲା ତାହା ସୋମବାର ହଟାଇ ଦିଆଯାଇଛି । ଶ୍ରୀଲଙ୍କାରେ...

ଏ ହେଉଛି ଦୁନିଆର ସବୁଠାରୁ ଥଣ୍ଡା ସ୍କୁଲ: ମାଇନସ୍‌ ୫୧ ଡିଗ୍ରୀରେ ବି କ୍ଲାସ କରିବାକୁ ଆସନ୍ତି ପିଲା

ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ପରିଗଣିତ ହୁଏ। ଏଠାରେ ବିଶ୍ୱର ସବୁଠାରୁ ଶୀତଳ ବିଦ୍ୟାଳୟ ଅଛି। ଏଠାରେ ତାପମାତ୍ରା ପ୍ରାୟତଃ ମାଇନସ୍‌ ୫୦...

କରୋନା ଛୁଇଁ ପାରିନି ଏହି ଗାଁକୁ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ବି କାୟା ବିସ୍ତାର କରିଚାଲିଛି। ଏହି ଦୁଇବର୍ଷ ଭିତରେ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ପିଲାଙ୍କଠାରୁ ଆରମ୍ଭ...

ଫୋନ୍‌ରେ ଫେସ୍‌ ଲକ୍‌ ପକାଇ ସ୍ବାମୀ ହେଲେ ହଟହଟା

ଆଜିକାଲି ସ୍ମାର୍ଟଫୋନ୍‌ ଲୋକଙ୍କର ଯେତିକି ଉପକାରରେ ଆସୁଛି ସେତିକି ଅପକାର ମଧ୍ୟ କରୁଛି। ଏଇ ଯେମିତି ଏହି ଫୋନ୍‌ ପାଇଁ କିଏ ଆତ୍ମହତ୍ୟା କଲାଣି ତ...

Advertisement
Archives

Model This Week