ହିନ୍ଦୁ, ମୁସଲମାନଙ୍କ ମିଳନସ୍ଥଳ: ସୟଦ ହାତିମଶାହା ପୀରବାବାଙ୍କ ପୀଠ

ରୂପସା, ୧୩ା୩(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡା ପଞ୍ଚାୟତର କାନ୍ଥି ବସ୍ତିରେ ରହିଛି ପ୍ରସିଦ୍ଧ ସୟଦ ହାତିମଶାହା ପୀରବାବାଙ୍କ ପୀଠ। ହିନ୍ଦୁ ଓ ମୁସଲମାନମାନଙ୍କ ବିଶ୍ୱାସର ମିଳନସ୍ଥଳ ପାଲଟିଛି ଏହି ଭକ୍ତି ପୀଠ। ଭକ୍ତମାନେ ଧୂପ, କଦଳୀ, ଭୋଗ ଓ ମାଟି ଘୋଡାଦାନ କରି ପୂଣ୍ୟ ଅର୍ଜନ କରନ୍ତି। ତାଙ୍କ ଆଶିଷରେ ବିପଦମୁକ୍ତ ହୋଇଯାନ୍ତି।
ଜନଶ୍ରୁତି ଅନୁଯାୟୀ, ୧୬୦୦ରୁ ୧୭୦୦ ଖ୍ରୀଷ୍ଟାବ୍ଦରେ କାବୁଲର ସୈନ୍ୟ ଭାବେ କେହି ଜଣେ ବାଦଶାହା ଏହି ରାସ୍ତା ଦେଇ ଫେରୁଥିଲେ। କୌଣସି ଯୁଦ୍ଧରୁ ଫେରୁଥିବାରୁ ସେ କ୍ଳାନ୍ତି ଅନୁଭବ କରୁଥିଲେ। ଜଙ୍ଗଲଭରା ରାସ୍ତାରେ ସୂର୍ଯ୍ୟାସ୍ତ ସମୟ ହୋଇଯିବାରୁ ସେ ସେଠାରେ ବିଶ୍ରାମ ନେଲେ। ନିଜ ଘୋଡାକୁ ଜଙ୍ଗଲରେ ବାନ୍ଧି ଦେଇଥିଲେ। ଏହି ସମୟରେ ଦକ୍ଷିଣ କଳିଙ୍ଗର ରାଜା ବାସୁଦେବ ଗୟାରୁ ତୀର୍ଥ ସାରି ଫେରୁଥିବା ବେଳେ ସେଠାରେ ପହଞ୍ଚି ରାତ୍ରିଯାପନ କଲେ। ଏଠାରେ ପୀରବାବା ଆବିର୍ଭାବ ହୋଇଛନ୍ତି ବୋଲି ସେ ସ୍ବପ୍ନରେ ଦେଖିଲେ। ତାଙ୍କର ସେବା ଶୁଶ୍ରୂଷା ପାଇଁ କେତେକ ଲୋକଙ୍କୁ ନିଯୁକ୍ତି ପୂର୍ବକ ସେମାନଙ୍କୁ ଜମିଦାରୀ ପ୍ରଦାନ କର ବୋଲି ରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଏହାକୁ ସତ ଭାବି ରାଜା ବାସୁଦେବ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏହି ପୀରବାବା ଆଉ କେହି ନୁହନ୍ତି, ଘୋଡା ଚଢି ଆସିଥିବା କାବୁଲର ସେହି କ୍ଳାନ୍ତ ବାଦଶାହା ହାତିମଶାହା ପୀରବାବା ଆବିର୍ଭାବ ହୋଇ ସେହିଦିନଠାରୁ ପୂଜା ପାଇ ଆସୁଛନ୍ତି। ରାତିରେ ବାବା ଘୋଡା ପିଠିରେ ବସି ଗାଁ ପରିକ୍ରମା କରୁଥିବା ବିଶ୍ୱାସ ରହିଛି। ଆରୋଗ୍ୟ ହେବା ସହ ମନସ୍କାମନା ପୂରଣ ପାଇଁ ଭକ୍ତମାନେ ସେଠାରେ ଭିଡ ଜମାନ୍ତି। ବାସ୍ତବରେ ଏହି ଭକ୍ତି ପୀଠ ହିଁ ହିନ୍ଦୁ-ମୁସଲମାନଙ୍କ ମିଳନ ସ୍ଥଳ ବୋଲି ସମସ୍ତେ କୁହନ୍ତି।
ଏମାନେ କୁହନ୍ତିି
ଗାଁ ମୁଖିଆ ସେକ୍‌ ମଡିଆ, ଲାଲା ଶାହା, କୁଦରତ ଶାହାଙ୍କ କହିବା ଅନୁଯାୟୀ ଗାଁରେ ବସନ୍ତ, ମିଳିମିଳା, ଝାଡାବାନ୍ତି ଆଦି ବ୍ୟାପିଲେ ରାତିରେ ବାବା ଘୋଡା ପିଠିରେ ବସି ଗାଁ ପରିକ୍ରମା କରନ୍ତି । ତାଙ୍କ ଘୋଡା ଟାପୁ ଶବ୍ଦ ଲୋକେ ଶୁଣିଛନ୍ତି। ବାବା ଗାଁରେ ବୁଲିଲେ ଗ୍ରାମବାସୀ ରୋଗମୁକ୍ତ ହୋଇଯାନ୍ତି।
ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାଣିଗ୍ରାହୀ କୁହନ୍ତି, ବାବା କେବଳ ମୁସଲମାନଙ୍କର ନୁହନ୍ତି। ସେ ହିନ୍ଦୁଙ୍କର ମଧ୍ୟ। ସମସ୍ତେ ମିଶି ପ୍ରତି ଗୁରୁବାର କଲ୍ୟାଣ ଲଭିବା ପାଇଁ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ପୀଠ ଇତିହାସର କିମ୍ବଦନ୍ତୀ ବହନ କରିଥିବାରୁ ସମସ୍ତେ ବିଶ୍ୱାସର ସହ ଏଠାକୁ ଆସିଥାନ୍ତି।
ଉର୍ସ କମିଟି କର୍ମକର୍ତ୍ତା ଜୁମନ ଖାଁ, ମନସୁର ଶାହା, ସେକରିଆଜ କହନ୍ତି ପ୍ରତିବର୍ଷ ଏହି ପୀଠରେ ଉର୍ସ ପର୍ବ ପାଳନ ହୁଏ। ଓଡିଶା, କଲିକତା, ବିହାରରୁ ଆସି ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥାନ୍ତି। ପୀର ବାବାଙ୍କ ଗୋସଲ, କୁର୍ବାନଖାନ, ଚାଦର ଚଢା ସହ ବିରାଟ କବାଲିର ଆୟୋଜନ ହୁଏ।
ଏହି ଭକ୍ତି, ନୈବେଦ୍ୟର ପୀଠ ଏବେ ଭାଇଚାରା, ଏକତାର ବାର୍ତ୍ତା ବହନ କରିବା ସହ ସଭିଙ୍କୁ ବିଶ୍ୱାସ ଡୋରିରେ ବାନ୍ଧି ରଖିଥିବାରୁ ସ୍ଥାନୀୟ ଲୋକେ ଏହାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri