Posted inଜାତୀୟ

ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ

ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍‌ଚୁଆଲ୍‌) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍‌ ହୋଇଯାଇଛି। ‘ସିକୁଲାର’, ‘ଲିବ୍‌ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ ନେଇ ଏବେ ଅନେକ ସହରୀ ମଧ୍ୟବିତ୍ତଙ୍କ ଉପହାସର ଫ୍ୟାଶନେବଲ ଶବ୍ଦଜାଲ ପାଲଟିଛି। କେହି କେହି ଏହି ବର୍ଗର ଲୋକଙ୍କୁ ହିନ୍ଦୁ ବୁର୍ଜୁଆ (ମଧ୍ୟବିତ୍ତ ଶ୍ରେଣୀ) ବୋଲି ଅଭିହିତ କରିପାରନ୍ତି। କିନ୍ତୁ ସେମାନଙ୍କୁ ପ୍ରକୃତରେ ‘ଛଦ୍ମ ହିନ୍ଦୁ’ ବୋଲି ବିବେଚନା କରାଯାଇପାରେ। ସେମାନେ ଗୈରିକ ବସ୍ତ୍ର ପରିଧାନ କରନ୍ତି ନାହିଁ। ହେଲେ ସେମାନଙ୍କୁ ଏକ ମାଇଲ ଦୂରରୁ ଦେଖିହେବ। ଏହି ଛଦ୍ମ ହିନ୍ଦୁ ହେଉଛି ହିନ୍ଦୁଧର୍ମ ପ୍ରତି ଧର୍ମାନ୍ତରଣକାରୀ ଖ୍ରୀଷ୍ଟିୟାନ ମିଶନାରି ବା ଜେହାଦୀ ମୁଲ୍ଲାଙ୍କ ଠାରୁ ବଡ଼ ବିପଦ। ସେହି ଦିଗକୁ ବଢ଼ିବା ପୂର୍ବରୁ ଛଦ୍ମ ଧର୍ମନିରପେକ୍ଷବାଦୀ ଓ ସେମାନେ ଘଟାଇଥିବା କ୍ଷତି ସମ୍ପର୍କରେ ଅଳ୍ପ କିଛି ଅବତାରଣା କରାଯାଇପାରେ। ସେମାନଙ୍କୁ ଅଣଦେଖା କିମ୍ବା ସହଜରେ କ୍ଷମା କରାଯାଇ ପାରିବ ନାହିଁ। ସେମାନଙ୍କ ମଧ୍ୟରୁ କେତେଜଣ ଆମ ସହିତ ଅଛନ୍ତି, ଯାହାଙ୍କୁ ସହଜରେ ଚିହ୍ନି ହେବ ନାହିଁ। ଧର୍ମନିରପେକ୍ଷ ଓ ଉଦାର ଭଳି ଶବ୍ଦଗୁଡ଼ିକୁ ଆଜି ଭିନ୍ନ ଅର୍ଥରେ ବୁଝାଯାଉଛି। ଏହାର କାରଣ ହେଉଛି ଛଦ୍ମ ଧର୍ମନିରପେକ୍ଷବାଦୀମାନେ ଏକ ଦଳ, ଏହାର ରାଜନୀତି ଓ ଏକ ମୃତ ବିଚାରଧାରା ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଛନ୍ତି।
ଛଦ୍ମ ଧର୍ମନିରପେକ୍ଷତା ଦଳିତମାନଙ୍କ ଉତ୍‌ଥାନ ପାଇଁ କାମନା କରିବା ଏକ ମହାନ୍‌ ପଦକ୍ଷେପ ଥିଲା। କିନ୍ତୁ ସେମାନଙ୍କ ଧାର୍ମିକ ଆସ୍ଥା ଉପରେ ଅହମିକା ସହ ସଦୟ ଭାବେ ଦେଖିଥିଲା। ବାମପନ୍ଥୀ ବିଚାରଧାରାକୁ ଆପଣାଇଛି ଏହି ସର୍ତ୍ତରେ ଯେ, ଦଳିତମାନେ ମୁକ୍ତ ହେବାକୁ ଚାହୁଁଥିଲେ ଗ୍ରାମଦେବଦେବୀଙ୍କୁ ପୂଜା ବନ୍ଦ କରି ଆସ୍ଥା ତ୍ୟାଗ କରିବେ। ଏହି ଛଦ୍ମ ଧର୍ମନିରପେକ୍ଷତା ସମସ୍ତ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକୁ ତିରସ୍କାର କରିଥିଲା। ଏହା କେବଳ ଗରିବ ଓ ନିମ୍ନ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନ ଥିଲା, ବରଂ ହିନ୍ଦୁ ଓ ସେମାନଙ୍କ ବିଶ୍ୱାସ ବ୍ୟବସ୍ଥାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରୁଥିଲା। ଛଦ୍ମ ନିରପେକ୍ଷତା ଏହାସହ ସଂଖ୍ୟାଲଘୁ ଅଧିକାରଗୁଡ଼ିକୁ ବଳବତ୍ତର ରଖିବାକୁ ଯାଇ ଶିଖ୍‌ ଓ କଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ୟା କରିଥିବା ଇସ୍‌ଲାମିକ୍‌ ଜେହାଦୀଙ୍କ ଆତଙ୍କବାଦକୁ ନେଇ ଅନ୍ଧ ହୋଇଯାଇଥିଲା। ଏଥିଯୋଗୁ ଗଣପଳାୟନ ହୋଇଥିଲା। ଏହି ଛଦ୍ମ ଧର୍ମନିରପେକ୍ଷବାଦୀମାନେ ସମାନ ଉତ୍ସାହରେ ସେମାନଙ୍କ ପଛରେ ଗୋଡ଼ାଇ ନ ଥିଲେ, ଯେପରି ସେମାନେ ବର୍ତ୍ତମାନ ଗୋ ଜେହାଦୀ ଓ ଭାରତରେ ଘୃଣାର ବୀଜ ବୁଣୁଥିବା ହିନ୍ଦୁମାନଙ୍କୁ ଆକ୍ରମଣ କରୁଛନ୍ତି। ସଂକ୍ଷେପରେ କହିବାକୁ ଗଲେ ସେମାନେ ଅହଂକାରୀ ଧର୍ମନିରପେକ୍ଷ କଠୋରପନ୍ଥୀ ପାଲଟି ବହୁସଂଖ୍ୟକବାଦୀ ପ୍ରତିଘାତ ପାଇଁ ଉର୍ବର ଭୂଇଁ ସୃଷ୍ଟି କରିଛନ୍ତି।
ବର୍ଟେଣ୍ଡ ରସେଲ ଓ ଆଲବର୍ଟ ଆଇନ୍‌ଷ୍ଟାଇନଙ୍କ ଭଳି ମହାନ ଉଦାର ବୁଦ୍ଧିଜୀବୀମାନେ ନାସ୍ତିକ ହୋଇଥିଲେ ସୁଦ୍ଧା ସେମାନଙ୍କଠାରେ ମାନବଜାତି ପାଇଁ ଭାବନା ଓ ସହାନୁଭୂତିର ଉଦାରତା ଥିଲା। ଆଇନ୍‌ଷ୍ଟାଇନ ମଣିଷକୁ ପୁରସ୍କାର ବା ଦଣ୍ଡ ଦେଉଥିବା ଏକ ବ୍ୟକ୍ତିଗତ ଭଗବାନଙ୍କୁ ବିଶ୍ୱାସ କରୁ ନ ଥିଲେ। ସେ କହୁଥିଲେ, ‘ମୁଁ ଗଭୀର ଭାବେ ଧର୍ମ ଅବିଶ୍ୱାସୀ। ଏହା ହେଉଛି ଏକ ନୂଆ ଧର୍ମ।’ ତେବେ ଏଠାରେ ସେହି ରାଜନେତାମାନଙ୍କ ସମ୍ପର୍କରେ କୁହାଯାଉନାହିଁ, ଯେଉଁମାନେ ପ୍ରକୃତରେ ନିଜ ଧାର୍ମିକ ଆସ୍ଥା କିମ୍ବା ଧର୍ମନିରପେକ୍ଷ ବିଚାରଧାରାକୁ ତୁଚ୍ଛ ମଣିଥାଆନ୍ତି। ସେମାନଙ୍କ ପାଇଁ ବଡ଼ କଥା ହେଉଛି ଭୋଟ। ରୋନାଲ୍ଡ ରିଗାନଙ୍କ ମତରେ ‘ରାଜନୀତି ହେଉଛି ଦ୍ୱିତୀୟ ପୁରାତନ ବୃତ୍ତି। ପ୍ରଥମ ବୃତ୍ତି ସହ ଏହାର ଆକର୍ଷଣୀୟ ସାମଞ୍ଜସ୍ୟ ରହିଥିବା ମୁଁ ଜାଣିବାକୁ ପାଇଛି।’
ଭିତରେ ହିଁ ରହିଛି ବିପଦ
ସମ୍ପ୍ରତି ଛଦ୍ମ ଧର୍ମନିରପେକ୍ଷତା ଅନେକ ମାତ୍ରାରେ ନିଜର ପ୍ରାସଙ୍ଗିକତା ହରାଇଛି। ପ୍ରକୃତରେ ହିନ୍ଦୁଧର୍ମ ପ୍ରତି ରାଜନୈତିକ ଦଳ, ଛଦ୍ମ ଧର୍ମନିରପେକ୍ଷବାଦୀ, ଭାରତୀୟ ମୁସ୍‌ଲିମ ଏବଂ ଏପରି କି କଳ୍ପିତ ଇସ୍‌ଲାମିକ୍‌ ଆକ୍ରମଣକାରୀଙ୍କଠାରୁ ବେଶି ବିପଦ ନାହିଁ। ବିପଦ ରହିଛି ଭିତରୁ। ଭାରତରେ ହିନ୍ଦୁ, ସମାଜ ଓ ବିଦେଶରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ସବୁଠୁ ବଡ଼ ବିପଦ ପାଲଟିଛନ୍ତି ଛଦ୍ମ ହିନ୍ଦୁମାନେ। ଏକ ସମାଜରେ ସାଧାରଣ ଜନତା ରାକ୍ଷସକୁ ଖୁଆଇବା ପାଇଁ ଘୃଣା ଆଡ଼କୁ ମୁହଁାଇ ନିଜ ଦିନକୁ ମିଥ୍ୟାରେ ଭରିଦେଲେ ଏକ ସଭ୍ୟତା ଓ ଏହାର ଭାବଧାରା ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଥାଏ। କେବେ କେବେ ଲୋକେ ସାମ୍ପ୍ରଦାୟିକ ହତ୍ୟା ଓ ରାହାଜାନି ଭଳି ଜୀବନ ଜୀବିକା ଉଜାଡ଼ି ଦେଉଥିବା ତଥା ଚକିତ କରିଦେବା ପରି କାହାଣୀଗୁଡ଼ିକୁ ନେଇ ଅଭିଭୂତ ହୋଇଯାଆନ୍ତି। ସେତେବେଳେ ବେଶି କିଛି କରିପାରୁ ନାହୁଁ ବୋଲି ନୈରାଶ୍ୟଜନକ ଭାବନା କେତେକଙ୍କ ମନରେ ସୃଷ୍ଟି ହୋଇଥାଏ। ଭିନ୍ନ ଭିନ୍ନ ଧର୍ମ ମଧ୍ୟରେ ସଂଘର୍ଷ, ଧାର୍ମିକ ଗୋଷ୍ଠୀ ଓ ଜାତି ଭିତରେ ଚାଲିଥିବା ଯୁଦ୍ଧ ୨୦୦୦ ବର୍ଷର ଇତିହାସରେ ଲିପିବଦ୍ଧ ହୋଇରହିଛି। କିନ୍ତୁ କରୋନା ଭାଇରସ୍‌ଠାରୁ ଅଧିକ ଘାତକ ସାଜିଥିବା ଏକ ମିଳିମିଳା ଏବେ ବିଶ୍ୱର ଅନେକ ଭାଗରେ ଲୋକଙ୍କୁ ଆକ୍ରାନ୍ତ କରିଛି। ଭାରତରେ ଏହା ଅଧିକ ବିଷାକ୍ତ ହୋଇ କାୟା ବିସ୍ତାର କରିଚାଲିଛି।
ଏପରି ଦିନଟିଏ ନାହିଁ, ଯେବେ ସୋସିଆଲ ମିଡିଆ ସାଇଟ୍‌ ଏବଂ ହ୍ବାଟ୍ସଆପ୍‌ ଗ୍ରୁପ୍‌ଗୁଡ଼ିକ ବିଷ ଓକାଳୁଥିବା ଓ ସାମ୍ପ୍ରଦାୟିକ ନିଆଁ ଚହଟାଉଥିବା ଭଳି ମେସେଜ୍‌ ମିଳୁ ନ ଥିବ। ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଏପରି ମେସେଜ୍‌ ଆସିଲେ ତାକୁ ଅଣଦେଖା କରାଯାଏ। କିନ୍ତୁ ପିଲାବେଳର କ୍ଲାସ୍‌ମେଟ୍‌, ବନ୍ଧୁ ସମ୍ପର୍କୀୟ ଏବଂ କର୍ମସ୍ଥଳର ସହଯୋଗୀଙ୍କଠାରୁ ଏପରି ବିଷାକ୍ତ ମେସେଜ୍‌ ଆସିଲେ କ’ଣ କରାଯିବ? ଆଦି ଶଙ୍କରାଚାର୍ଯ୍ୟ, ନାର୍ସି ମେହେଟ୍ଟା, ମୀରାବାଈ, ମହାମତ୍ା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର, ଅରବିନ୍ଦ, ପରମହଂସ ଯୋଗାନନ୍ଦ, ସ୍ବାମୀ ବିବେକାନନ୍ଦ, ବାସଭନ୍ନା, ଥିରୁଭଲ୍ଲୁଭରଙ୍କ ଭଳି ଭାରତର ମହାମନୀଷୀମାନଙ୍କୁ ଦେଖିଲେ ସମସ୍ତଙ୍କଠାରେ ଗୋଟିଏ ଲକ୍ଷଣ ଥିବା ମନେହୁଏ। ସେମାନେ ସମସ୍ତେ ପ୍ରେମ ଓ ଦୟା ମାଧ୍ୟମରେ ଏକତାର ଦିବ୍ୟତା ଭାବ ରଖୁଥିଲେ। ମହାନ୍‌ କନ୍ନଡ କବି କୁଭେମ୍ପୁଙ୍କ ଭାଷାରେ ଏହା ହେଉଛି ‘ବିଶ୍ୱ ମାନବତା’।
ଉପରଠାଉରିଆ ଅନ୍ଧ ହିନ୍ଦୁ
ଯେଉଁ ଅହିଂସାର ପୂଜାରୀ ମହାମତ୍ା ଗାନ୍ଧୀଙ୍କୁ ଆଇନ୍‌ଷ୍ଟାଇନ୍‌ ଯିଶୁ ଓ ବୁଦ୍ଧଙ୍କ ସହ ତୁଳନା କରିଥିଲେ, ତାଙ୍କୁ ଜଣେ ଧର୍ମୋନ୍ମାଦୀ ହିନ୍ଦୁ ହତ୍ୟା କରିଥିଲେ। ଖୁବ୍‌ ନିକଟରୁ ତିନୋଟି ଗୁଳି ବାଜିବା ପରେ ଟଳି ପଡ଼ିଥିଲେ ଗାନ୍ଧିଜୀ। ଯଦି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ବଞ୍ଚତ୍ଥାଆନ୍ତେ ଓ ତାଙ୍କ ନାମରେ ବିଶ୍ୱାସଘାତକମାନଙ୍କୁ ଗୁଳି ମାରିବାକୁ ଜଣେ ନେତା ଚିତ୍କାର କରୁଥିବା ଶୁଣିଥାଆନ୍ତେ ତେବେ କ’ଣ ହୋଇଥାନ୍ତା? କେବଳ ରାମ ନୁହନ୍ତି, ବରଂ ରାବଣ ମଧ୍ୟ ଶଙ୍କିଯାଇ କହିଥାନ୍ତେ, ଏମାନେ ହିନ୍ଦୁ ନୁହନ୍ତି। ଏମାନେ ସମସ୍ତେ ଛଦ୍ମ ହିନ୍ଦୁ। ସବୁଠୁ ଚକିତ କରିଦେବା ବିଷୟ ହେଉଛି ଏମାନଙ୍କ ପ୍ରତି ଉଚ୍ଚ ପଦାଧିକାରୀମାନଙ୍କ ସମର୍ଥନ ଓ ପ୍ରୋତ୍ସାହନ। ସେହି ରାଜନେତାଙ୍କ ହତ୍ୟା ଆହ୍ବାନକୁ ପ୍ରତିଧ୍ୱନିତ କରିବାରେ ଅନେକ ‘ନକଲି ହିନ୍ଦୁ’ ସାମିଲ ହେବା ଆହୁରି ବିସ୍ମୟକର। ବାସ୍ତବରେ ହିନ୍ଦୁଧର୍ମ ସଙ୍କଟରେ ନାହିଁ। ବହୁ ବର୍ଷ ଧରି ତିଷ୍ଠି ରହିଥିବା ଏହି ବିଚାରଧାରା ପ୍ରତି ଅସଲ ବିପଦ ରହିଛି ଛଦ୍ମ ହିନ୍ଦୁତ୍ୱବାଦରୁ। ଆମ ସମାଜରେ ଏକ ଭାଇରସ୍‌ ଅସ୍ଥିରତା ସୃଷ୍ଟି କରୁଥିବା ନେଇ ଅନେକଙ୍କ ଧାରଣା ରହିଛି। ‘ବସୁଧୈବ କୁଟୁମ୍ବକମ୍‌’ରେ ବିଶ୍ୱାସ ରଖୁଥିବା ହିନ୍ଦୁମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇବା ଆଦୌ ବିଧେୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri