ହିତାଧିକାରୀଙ୍କୁ ମିଳିଲା ୩ ମାସର ସାଧାରଣ ବଣ୍ଟନ ସାମଗ୍ରୀ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ କରାଯାଇଥିବାବେଳେ ଗରିବ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀକୁ ଆଗୁଆ ୩ ମାସ ପାଇଁ ବଣ୍ଟନ କରୁଛନ୍ତି ା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ରବିବାର ଏହି ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି ା ପ୍ରଥମ ଦିନରେ ସିମନବାଡ଼ି ଏବଂ ଶ୍ରାନିକେତା ପଞ୍ଚାୟତରେ ଏହା ଆରମ୍ଭ ହୋଇଥିବା ବେଳେ ଗୋଲେଇ ଚିହ୍ନ ଭିତରେ ହିତାଧିକାରୀଙ୍କୁ ରହି ସାମାଜିକ ଦୂରତ୍ୱକୁ ମାନି ଚଳିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ହିତାଧିକାରୀଙ୍କ ଭିଡ଼ ହୋଇଯାଇଥିଲା। ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରା ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ କିଭଳି ସାମାଜିକ ଦୂରତ୍ୱ ରଖି ଏହି ବଣ୍ଟନ ସାମଗ୍ରୀ ନେବେ ସେନେଇ ପରାମର୍ଶ ଦେଇଥିଲେ। ପ୍ରଥମ ଦିନରେ ପୂର୍ବାହ୍ନ ୯ଟାରୁ ଆରମ୍ଭ କରାଯାଇ ମଧ୍ୟାହ୍ନ ପର୍ଯ୍ୟନ୍ତ ୪୦ ହିତାଧିକାରୀଙ୍କୁ ଚାଉଳ ଦିଆଯିବ। ଏଥିସହ ପୁଣି ଅପରାହ୍ନରେ ୪୦ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ବ୍ଲକ ଅଞ୍ଚଳରେ ମୋଟ୍‌ ୨୩ ହଜାର ରାଶନକାର୍ଡଧାରୀଙ୍କୁ ଏହି ସାଧାରଣ ବଣ୍ଟନ ଚାଉଳ ୩ ମାସ ପାଇଁ ପ୍ରଦାନ କରାଯିବ ବୋଲି କୁହାଯାଇଛି ା ଏହି ବଣ୍ଟନ ବେଳେ କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଯୋଗାଣ ନିରୀକ୍ଷକ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

ବଢୁଥିବା ପେଟ୍ରୋଲ-ଡିଜେଲ ଦର ଉପରେ ନିର୍ମଳା ସୀତାରାମନ୍‌ଙ୍କ ବଡ଼ ବୟାନ, କହିଲେ ଆଗକୁ…

ନୂଆଦିଲ୍ଲୀ, ୨୫।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଦ୍ୱାରା ପ୍ରାୟ ୧…

ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି…

କୋରାପୁଟରେ ମିଳିତ ଜନଶୁଣାଣି ଶିବିର : ସମୁଦାୟ ୪୬ ଅଭିଯୋଗର ଶୁଣାଣି

କୋରାପୁଟ, ୨୫।୫(ଅମିତାଭ ବେହେରା): କୋରାପୁଟସ୍ଥିତ ସଦଭାବନା ସଭାଗୃହରେ ସୋମବାର ଜିଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସମୁଦାୟ ୪୬ଟି ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri