Posted inଭଦ୍ରକ

ହିତାଧିକାରୀଙ୍କୁ ଭେଟିଲେ ପ୍ରକଳ୍ପ ନିର୍ଦ୍ଦେଶକ: ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟିଥିଲେ। ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ସହକାରୀ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରହଲ୍ଲାଦ ରଣା, ଜିଲା ପ୍ରକଳ୍ପ ପରିଚାଳକ ସଞ୍ଜୟ ଦାଶ ଓ ଧବଳେଶ୍ୱର ମହିଳା ମହାସଂଘର ସଭାନେତ୍ରୀ କମଳା ମିଶ୍ର ଉପସ୍ଥିତ ଥିଲେ। ଅଧିକାରୀମାନେ ଉକ୍ତ ପଞ୍ଚାୟତର କାଦବରାଙ୍ଗ, କୁସୁନପୁର ଆଦି ଗ୍ରାମ ପରିଦର୍ଶନ କରି ୧୦ଜଣ ହିତାଧିକାରୀଙ୍କୁ ଭେଟିଥିଲେ। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଆବାସ କାର୍ଯ୍ୟ ସାରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ହିତାଧିକାରୀମାନଙ୍କୁ ପରାମର୍ଶ ଦେବା ସହ ପଞ୍ଚାୟତ ଅଧିକାରୀମାନଙ୍କୁ ତାଗିଦ୍‌ କରିଥିଲେ। ଏଥିସହ ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହିତାଧିକାରୀମାନଙ୍କୁ ଗୃହ କାର୍ଯ୍ୟରେ ଆର୍ଥତ୍କ ସହାୟତା ପ୍ରଦାନ ଲାଗି ମହିଳା ମହାସଂଘର ସଭାନେତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଜିଲା ଅଧିକାରୀଙ୍କ ଗସ୍ତ ବେଳେ ସରପଞ୍ଚ ଲକ୍ଷ୍ମୀପ୍ରିୟା ଭାରତୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ, ଗ୍ରାମରୋଜଗାର ସେବକ ଭାଗୀରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି, ଏହି ପଞ୍ଚାୟତରେ ୧୧୨ ଆବାସ କାର୍ଯ୍ୟାଦେଶ ହୋଇଥିବାବେଳେ ୧୭ଟି ସମ୍ପୂର୍ଣ୍ଣ ହୋଇଛି। ୮ଟି ରୁଫ୍‌ ଲେଭଲ, ୧୭ଟି ପ୍ଲିନ୍ଥ ଲେଭଲ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବାବେଳେ ୭୦ ଘର ଆଦୌ ଆରମ୍ଭ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଋଣଭାର ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଧାମନଗର,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବମକୁରା ପଞ୍ଚାୟତ ଦେଉଳଡ଼ିହ ନୂଆପାଟଣା ଗ୍ରାମର ଜଣେ ଚାଷୀଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଉମାକାନ୍ତ...

ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି ପ୍ରାର୍ଥୀ

ଭଣ୍ଡାରିପୋଖରୀ,୧୧।୨(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନେ ଭୋଟ୍‌ ପାଇଁ ଦୁଆର ଦୁଆର ବୁଲି ପ୍ରଚାରକୁ ସେତେ ସରଗରମ କରୁଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ...

କରୋନା କଟକଣାରେ ଇଦ୍‌- ଉଜ୍‌-ଜୁହା

ଭଦ୍ରକ ଅଫିସ,୨୧।୭: ବଳିଦାନର ପର୍ବ ଇଦ୍‌- ଉଜ୍‌-ଜୁହା। ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି।...

୪ଦିନ ହେଲା ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର

ପଦ୍ମପୁର, ୨୩ା୫(ଡି.ଏନ. ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦାସଡିହ ଗ୍ରାମର ଗଣେଶ ମଳିକଙ୍କ ଘର ବାତ୍ୟା ପ୍ରଭାବରେ ଭୁଶୁଡ଼ି ପଡ଼ିଛି। ମୁଣ୍ଡ...

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌: ଜଣେ ମୃତ

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ମହିନ୍ଦ୍ରା ଶୋ’ରୁମ୍‌ ସମ୍ମୁଖରେ ସୋମବାର ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଟ୍ରକ୍‌...

ଭୋଟର ତାଲିକାରୁ ବାଦ୍‌ ୫୪

ଭଦ୍ରକ ଅଫିସ, ୨୫ ।୧ ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କେଦାରପୁର ପଞ୍ଚାୟତର ୧ ନଂ. ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣଙ୍କ...

ସାଳନ୍ଦୀ ହସ୍‌ପିଟାଲରେ ମାଗଣା ଡାଏଲେସିସ୍‌ କେନ୍ଦ୍ରକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲା ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଏଲେସିିସ୍‌ କେନ୍ଦ୍ର ବୁଧବାର ଉଦ୍‌ଘାଟିତ...

ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨।୯ – ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣାରେ ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ରିଟେଲର ଶ୍ରୀଧର ସାହୁଙ୍କୁ କାରଣ...

Advertisement
Archives

Model This Week