ହିଞ୍ଜିଳିରୁ ପରିବା ଯିବ ଭୁବନେଶ୍ୱର: ଉପଜିଲାପାଳ

ହିଞ୍ଜିଳିକାଟୁ,୧୨।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପରିବା ଉତ୍ପାଦନ ପାଇଁ ଜିଲାରେ ପ୍ରସିଦ୍ଧ। ମାତ୍ର କରୋନା କଟକଣା ଯୋଗୁ ଏବେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଛି। ଏପରି ଅଭିଯୋଗ ପାଇବା ପରେ ଚାଷୀଙ୍କ ଉପତ୍ାଦିତ ପରିବା ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ପଠାଇବାକୁ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଶନିବାର ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କହିଛନ୍ତି। ଶନିବାର ପୂର୍ବାହ୍ନରେ ଉପ ଜିଲାପାଳ ପୃଷ୍ଟି ନନ୍ଦିକ ଗ୍ରାମରେ ପହଞ୍ଚତ୍ ମା’ ସିଂହବାହିନୀ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରୁଥିବା ମାସ୍କ ଅନୁଧ୍ୟାନ କରିବା ସହ ବଡ଼ଖଣ୍ଡି ଗ୍ରାମ ମହିଳା ସ୍ବୟଂ ସହାୟିକ ଗୋଷ୍ଠୀ ପରିବେଷଣ କରୁଥିବା ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ମଧ୍ୟାହ୍ନରେ ବ୍ଲକ ପରିସରରେ ଅନୁଷ୍ଠିତ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀଙ୍କ ଅଭାବୀ ବିକ୍ରି ସମ୍ପର୍କରେ ଆଲୋଚନା କରି ବିକ୍ରି ପାଇଁ ସୁବନ୍ଦୋବସ୍ତ ନେଇ ଆଲୋଚନା କରିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ହିଞ୍ଜିଳିକାଟୁ ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ, ଆଇଆଇସି ଅଭିମନ୍ୟୁ ଦାଶ, ଶିଶୁ ବିକାଶ ଅଧିକାରୀ ଶୁଭଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦ ମାମଲା ଶୁଣାଣି ସ୍ଥଗିତ

କଟକ ଅଫିସ,୭।୫: ଆସନ୍ତାକାଲି ଅର୍ଥାତ୍‌ ଶନିବାର ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର...

ବ୍ଲକ କଲୋନୀରୁ ୫ ଶିଶୁଗଛ କଟାକୁ ନେଇ ଉତ୍ତେଜନା

ପଟ୍ଟାମୁଣ୍ଡାଇ, ୨୬ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ମଧ୍ୟରେ ମୂଲ୍ୟବାନ ଶିଶୁଗଛ କଟା ଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାର ବିହିତ...

‘ପ୍ରୋତ୍ସାହନ ମିଳିଲେ କାଠକଣ୍ଢେଇ ମୁହଁରେ ହସ ଫୁଟିବ’

ପୁରାତନ କଣ୍ଢେଇ ନାଚ କଳାକୁ ବଞ୍ଚାଇ ରଖିଥିବା କେନ୍ଦୁଝର ଜିଲାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଭାରତ ସରକାର ଘୋଷଣା...

ଆଇନଜୀବୀ ସଂଘ, ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

ଜୁନାଗଡ,୧୯।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଆଇନଜୀବୀ ସଂଘ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବୁଧବାର ଜେଏମ୍‌ଏଫସି କୋର୍ଟ ପରିସରରେ ସଡକ ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ...

୧୩ ନଂ. ଜୋନ୍‌ରେ ଅଭିନେତ୍ରୀ ବର୍ଷାଙ୍କ ପ୍ରଚାର

ଧାମନଗର, ୨୨।୨ ଭଦ୍ରକ ଜିଲା ଧାମନଗର ବ୍ଲକରେ ଆସନ୍ତା ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରରେ ଲାଗିପଡ଼ିଛନ୍ତି। ନିଜ...

ଟ୍ରକ୍‌ ଭଡ଼ାକରି ନିଜ ରାଜ୍ୟକୁ ଗଲେ ଯାଯାବର

କୋରୁକୋଣ୍ଡା,୨୯ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିର ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ମଧ୍ୟପ୍ରଦେଶର ୫ଟି ପରିବାରର ୨୪ ଜଣ ସଦସ୍ୟ ଯାଯାବର ଜୀବନ ବିତାଉଥିଲେ। ସେମାନେ ଲୁହା...

ମାତିଲେ ସାଇବର ଠକ

ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲାରେ ପୁଣି ମାତିଛନ୍ତି ସାଇବର ଠକ। ସେମାନଙ୍କ ଶିକାର ହୋଇଛନ୍ତି ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଅନ୍ୟ ଜଣେ ମହିଳା। କ୍ରେଡିଟ୍‌...

ଥର୍ମାଲ ଡ୍ରୋନ କ୍ୟାମେରାରେ ହାତୀ

କେନ୍ଦୁଝର,୧୪ା୩(ସ୍ବ.ପ୍ର): କେନ୍ଦୁଝର ଜିଲା ତେଲକୋଇ ଜଙ୍ଗଲରେ ବୁଲୁଥିବା ହାତୀମାନଙ୍କ ଫଟୋ ଥର୍ମାଲ ଡ୍ରୋନ୍‌ କ୍ୟାମେରାରେ କଏଦ ହୋଇଛି। ହାତୀଙ୍କ ଗତିବିଧି ରାତିରେ ନୀରିକ୍ଷଣ ପାଇଁ ବନ...

Advertisement
Archives

Model This Week