ହିଂସ୍ର ହେଉଛି ହଂକଂ

ହଂକଂ,୩୧ା୮(ଆଇଏଏନ୍‌ଏସ୍‌): ହଂକଂରେ ବେଆଇନ ଭାବେ ଶୋଭାଯାତ୍ରା କରିବା ଅଭିଯୋଗରେ ଡେମୋସିଷ୍ଟୋ ପାର୍ଟି ନେତା ଜୋଶୁଆ ଓ୍ବୋଙ୍ଗ୍‌ଙ୍କ ସମେତ ଗଣତନ୍ତ୍ର ସପକ୍ଷବାଦୀ ୩ ନେତାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ୨୩ ବର୍ଷୀୟ ଓ୍ବୋଙ୍ଗ୍‌ ହେଉଛନ୍ତି ୨୦୧୪ ଅମ୍ବ୍ରେଲା ରିଭୋଲ୍ୟୁଶନ୍‌ର ନେତୃତ୍ୱ ନେଇଥିବା ଅନ୍ୟତମ ପ୍ରମୁଖ ନେତା। ତାଙ୍କ ସହ ସରକାର ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା ତଥା ଗଣତନ୍ତ୍ର ସପକ୍ଷବାଦୀ ଅଗ୍‌ନେସ୍‌ ଚୋ ଏବଂ ହଂକଂ ନ୍ୟାଶନାଲ ପାର୍ଟି ପ୍ରତିଷ୍ଠାତା ଆଣ୍ଡି ଚାନ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି। ହଂକଂରେ ଏକ ବିଶାଳ ବିକ୍ଷୋଭର ଆୟୋଜନ କରାଯିବାକୁ ଥିବାବେଳେ ପୋଲିସ ଏହା ଉପରେ ରୋକ ଲଗାଇ ସେମାନଙ୍କୁ ହାଜତକୁ ନେଇଛି। ଜୁନ୍‌ ୨୧ରେ ପୋଲିସ ମୁଖ୍ୟାଳୟକୁ ୧୫ ଘଣ୍ଟା ବେଆଇନ ଭାବେ କବ୍‌ଜା କରିବା ଓ ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଓ୍ବୋଙ୍ଗ୍‌ଙ୍କୁ ଧରାଯାଇଥିବାବେଳେ କେତେକ ସ୍ଥାନରେ ସଭା ଆୟୋଜନ କରିବା ଅଭିଯୋଗରେ ଚୋ’ଙ୍କୁ ଗିରଫ କରାଯାଇଛି। ସ୍ବାଧୀନତା ପ୍ରଚାରକ ଚାନ୍‌ଙ୍କୁ ବିକ୍ଷୋଭ ବେଳେ ଦଙ୍ଗା ଭିଆଇବା ଓ ପୋଲିସକୁ ଆକ୍ରମଣ କରିବା ସନ୍ଦେହରେ ଗରିଫ କରାଯାଇଛି। ହଂକଂ ବିମାନବନ୍ଦରରୁ ଟୋକିଓକୁ ଯିବା ପାଇଁ ବିମାନରେ ଚଢ଼ିବା ପୂର୍ବରୁ ତାଙ୍କୁ ଧରାଯାଇଛି। ବିକ୍ଷୋଭକାରଙ୍କ ଗିରଫଦାରିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ପରେ ଏମାନଙ୍କୁ ଜାମିନରେ ଛାଡ଼ିଦିଆଯାଇଛି।
ଅଗଷ୍ଟ ୩୧ରେ ହଂକଂର ଗଣତାନ୍ତ୍ରିକ ସଂସ୍କାର ଉପରେ ବେଜିଂ କଠୋର ‘୮୩୧ ନିଷ୍ପତ୍ତି’ ନେଇଥିଲା। ଶନିବାର ଏହାର ପଞ୍ଚମ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହି ଅବସରରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ପାଇଁ ସିଭିଲ ହ୍ୟୁମାନ୍‌ ରାଇଟ୍ସ ଫ୍ରଣ୍ଟ ପକ୍ଷରୁ ଯୋଜନା କରାଯାଇଥିଲା। ଜୁନ୍‌ରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପଛରେ ଏହି ସାମ୍ମୁଖ୍ୟ ନେତୃତ୍ୱ ନେଉଥିବାରୁ ସେବେଠୁ ଅଦ୍ୟାବଧି ୯୦୦ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି। ଏହାର ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ପୋଲିସ ଲୁହବୁହା ବାଷ୍ପ ଓ ରବର ବୁଲେଟ୍‌ ବ୍ୟବହାର କରୁଥିବାବେଳେ ବିକ୍ଷୋଭକାରୀମାନେ ସୁରକ୍ଷା ବଳ ଉପରକୁ ଇଟାପଥର ମାଡ଼ କରି ବୋମା ଫିଙ୍ଗିବାରେ ଲାଗିଛନ୍ତି।

ପ୍ରହାର ବେଳେ ପ୍ରେମ


ତୁହାକୁ ତୁହା ପୋଲିସର ଲୁହବୁହା ବାଷ୍ପ ଆଉ ଏଥିରୁ ରକ୍ଷା ପାଇବା ପାଇଁ ଆବି ଓ ନିକ୍‌ଙ୍କ ମୁହଁରେ ରହିଥିଲା ମୁଖା। ପୋଲିସ ଦମନଲୀଳା ଚଳାଇଥିବାବେଳେ ତା’ ଭିତରେ ପ୍ରେମ କରିବା ପାଇଁ ସମୟ ବାହାର କରିଥିଲେ ହଂକଂର ଏହି ପ୍ରେମୀ ଯୁଗଳ। ଗତ ଜୁନ୍‌ରେ ଚାଇନାର ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଏକ ବିତର୍କ ବେଳେ ପରସ୍ପରକୁ ଭେଟିଥିଲେ ୨୦ ବର୍ଷୀୟ ନିକ୍‌ ଓ ତାଙ୍କଠାରୁ ବର୍ଷେ ସାନ ଆବି। ସେବେଠୁ ଏହି ଦୁଇ ଗଣତନ୍ତ୍ର ସପକ୍ଷବାଦୀ ଛାତ୍ରନେତା ଅନେକଥର ବିକ୍ଷୋଭ ଶୋଭାଯାତ୍ରରେ ସାମିଲ ହେଲେଣି। ବିକ୍ଷୋଭ ବେଳେ ପୋଲିସର ପ୍ରହାରକୁ ଖାତିର ନ କରି ଦୁହେଁ ଦୁହିଁକୁ ଭେଟି କିଛି ସମୟ ରୋମାନ୍ସ କରନ୍ତି, ଯେମିତି ଶୁକ୍ରବାର କରିଛନ୍ତି।

ଆନ୍ଦୋଳନର ପୃଷ୍ଠଭୂମି
ଚାଇନାର ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ହଂକଂରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏବେ ଅଣାୟତ୍ତ। ଆପରାଧିକ ସନ୍ଦିଗ୍ଧମାନଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପଠାଯିବା ପାଇଁ ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଥିଲା, ଯାହାକୁ ଜୁନ୍‌ରେ ହଂକଂବାସୀ ବିରୋଧ କରିଥିଲେ। ବିକ୍ଷୋଭ ଯୋଗୁ ଏହାକୁ ସାମୟିକ ସ୍ଥଗିତ କରାଯାଇଥିଲେ ହେଁ କୁହୁଳୁଥିବା ଧୂଆଁ କ୍ରମଶଃ ସରକାର ବିରୋଧୀ ଆନ୍ଦୋଳନର ରୂପ ନେଇସାରିଥିଲା। ଜୁଲାଇରେ ଆନ୍ଦୋଳନକାରୀମାନେ ପାର୍ଲାମେଣ୍ଟରେ ଧସେଇ ପଶି ଏହାର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ବେଜିଂ ଏହାକୁ ଆତଙ୍କବାଦ ସହ ତୁଳନା କରି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଗଣତନ୍ତ୍ରର କଣ୍ଠରୋଧ ଉଦ୍ୟମ ଚଳାଇଛି। ଏଥିଯୋଗୁ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହିଂସାର ରୂପ ନେଇଛି। ସଂଘର୍ଷରେ ଉଭୟ ପକ୍ଷର ଅନେକେ ଆହତ ହେଲେଣି। ଆନ୍ଦୋଳନକୁ ଚପାଇଦେବା ପାଇଁ ଚାଇନା ସେନାକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତେବେ ହଂକଂରେ ସାମରିକ ବଳର ଉପସ୍ଥିତିକୁ ବେଜିଂ ପକ୍ଷରୁ ଖଣ୍ଡନ କରାଯାଇଛି। ପୂର୍ବରୁ ବ୍ରିଟିଶ୍‌ ଉପନିବେଶ ଥିବା ହଂକଂର ସ୍ବାୟତ୍ତତା ପାଇଁ ସଙ୍କଟ ସୃଷ୍ଟି ହୋଇଥିବାରୁ ଏହି ସହର ନ୍ୟାୟିକ ସ୍ବାଧୀନତା ହରାଇପାରେ ବୋଲି ଆଶଙ୍କା କରାଯାଉଛି।

ସ୍ଥିତି ଅବସ୍ଥିତି
ହଂକଂ ବ୍ରିଟେନର ଏକ କଲୋନି ବା ଉପନିବେଶ ଥିଲା। ବ୍ରିଟେନ ୧୯୯୭ରେ ଏହାକୁ ଚାଇନାକୁ ହସ୍ତାନ୍ତର କରିଥିଲା। ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସ୍ବାୟତ୍ତତା ପ୍ରଦାନକାରୀ ‘ଏକ ରାଷ୍ଟ୍ର, ଦୁଇ ବ୍ୟବସ୍ଥା’ ଚୁକ୍ତି ଅନୁସାରେ ହଂକଂ ପରିଚାଳିତ। ହଂକଂର ନିଜସ୍ବ ନ୍ୟାୟପାଳିକା ଓ ଚାଇନାଠାରୁ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା ରହିଛି। ମୂଳ ଆଇନ ଅନୁସାରେ ହଂକଂବାସୀଙ୍କ ସଭା କରିବା ଓ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ରହିଛି, ଯାହାର ଅବଧି ୨୦୪୭ରେ ଶେଷ ହୋଇଯିବ। ସେତେବେଳେ ହଂକଂର ଷ୍ଟାଟସ୍‌ (ସ୍ଥିତି) କ’ଣ ହେବ ସେନେଇ କିଛି ସ୍ପଷ୍ଟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri