Posted inଜାତୀୟ

ହିଂସା ପରେ ଜାମା ମସ୍‌ଜିଦ୍‌ରେ ପ୍ରଥମ ଶୁକ୍ରବାର ପ୍ରାର୍ଥନା: ଦିଲ୍ଲୀ ପୋଲିସ ପାଇଁ ପରୀକ୍ଷାର ଦିନ

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନରୁ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ପରେ ଶୁକ୍ରବାର ପ୍ରଥମ ପ୍ରାର୍ଥନା ଅନୁଷ୍ଠିତ ହେବ। ସେହି ସମୟରେ ଆଇନ୍‌ ବ୍ୟବସ୍ଥାକୁ ସମ୍ଭାଳିବା ପୋଲିସ ପାଇଁ କୌଣସି ପରୀକ୍ଷାଠାରୁ କମ୍‌ ନୁହେଁ। ଏଥିସହ ଦିଲ୍ଲୀ ପୋଲିସ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜିଂ ରହିବ ଜାମିଆରେ ଶୋଭାଯାତ୍ରା। କାରଣ ଗତ କିଛି ଦିନରୁ ଦେଶର ରାଜଧାନୀ ଅଶାନ୍ତ ଥିବା ବେଳେ କିଛି ଅଞ୍ଚଳରେ ହିଂସାକାଣ୍ଡ ଦେଖାଦେଇଥିଲା। ଏଥିରେ ପୋଲିସର କାର୍ଯ୍ୟଶୈଳୀ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ ଏବଂ ବ୍ରିଟେନ ଓ ଆମେରିକାର ପୋଲିସ ଭଳି କାମ କରିବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଉତ୍ତେଜନାପୂର୍ଣ୍ଣ ମାହୋଲରେ ମସ୍‌ଜିଦ୍‌ରେ ଶୁକ୍ରବାର ପ୍ରାର୍ଥନା ଅନୁଷ୍ଠିତ ହେବ। ସେହି ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଅପରପକ୍ଷରେ ଶୁକ୍ରବାର ପ୍ରାର୍ଥନା ପରେ ଜାମିଆରେ ଏକ ଶୋଭାଯାତ୍ରା ବାହାର କରାଯିବ ବୋଲି ପୂର୍ବରୁ ଆହ୍ବାନ ଦିଆଯାଇଥିଲା। ଏହି ଶୋଭାଯାତ୍ରା ଜାମା ମସ୍‌ଜିଦ୍‌ରୁ ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ବାହାରିବ। ତେବେ ଏଥିରେ କୌଣସି ଅଘଟଣ ନ ଘଟିବା ସହ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ହେବ ସେନେଇ ପୋଲିସ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଟ୍ରିକ୍‌ ପାସ୍‌ କଲେ ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର

ଉଦ୍ଧମ ସିଂ ନଗର,୧୭।୧୨: ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାରମାନେ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର। ପାଠ ପଢିବାର...

କୃଷକ ଆନ୍ଦୋଳନ: ଗୋଟିଏ ଗୋଡ଼ରେ ସାଇକେଲ ଚଲାଇ ପଞ୍ଜାବରୁ ଦିଲ୍ଲୀ ପହଞ୍ଚିଲେ ଜଗତାର

ନୂଆଦିଲ୍ଲୀ,୨୪ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା କୃଷକମାନେ ଆନ୍ଦୋଳନରେ ବସିଛନ୍ତି...

ଶୈଶବଙ୍କ ବାଟ ଓଗାଳିଛି କରୋନା…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏହା ଯୋଗୁ ଶିଶୁଙ୍କର ବହୁ କ୍ଷତି ହେବାରେ ଲାଗିଛି। କରୋନା କାରଣରୁ...

ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସିଲା ଧମକପୂର୍ଣ୍ଣ କଲ୍‌: ଆଲର୍ଟରେ ପୋଲିସ

ମୁମ୍ବାଇ,୭।୨: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏକ ଧମକପୂର୍ଣ୍ଣ...

ସବୁ ଜିଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା ଆବେଦନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୭(ପି.ଟି.): ପ୍ରତି ଜିଲାରେ ମାନବାଧିକାର ଅଦାଲତ ସ୍ଥାପନ ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କୁ...

ବିପଦ ସାଜିବେ ସହର ଫେରନ୍ତା: ଆଗକୁ ଗାଁରେ ବିସ୍ଫୋରକ ସ୍ଥିତି

ନୂଆଦିଲ୍ଲୀ,୨୫।୫: କରୋନା ଲକ୍‌ଡାଉନ ଯୋଗୁ ସହରରେ ଜୀବିକା ହରାଇ ଗାଁକୁ ଫେରିବାରେ ଲାଗିଛନ୍ତି ଦାଦନ ଶ୍ରମିକ। ପୂର୍ବରୁ କେବଳ ସହରାଞ୍ଚଳରେ କରୋନା ବ୍ୟାପୁଥିବାବେଳେ ଏବେ ପ୍ରବାସୀଙ୍କ...

କାଶୀରେ ମୋଦିଙ୍କ ପାଠଶାଳା: ୧୨ ମୁଖ୍ୟମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ

ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ମଙ୍ଗଳବାର ମୋଦି ଉତ୍ତର ପ୍ରଦେଶ...

ଡ୍ରାଇଭର ସିଟ୍‌ରେ ଭାଜପା

ପାଟନା/ନୂଆଦିଲ୍ଲୀ,୧୧ା୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି। ଭୋଟ ଗଣତି ଶେଷ ପର୍ଯ୍ୟାୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ...

Advertisement
Archives

Model This Week