ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ ମୋଡ଼ ନିଏ। ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ ଚୁଲ୍‌ବୁଲି ନାୟିକା ତଥା ପୋଖତ ଅଭିନେତ୍ରୀ ଟିକିନାଙ୍କ କଥା ଦେଖାଯାଉ। ଇଚ୍ଛା ଥିଲା ପାଠ ପଢ଼ିବେ। ବହୁତ କଥା ଶିଖିବେ। ଶ୍ରେଣୀ ପରେ ଶ୍ରେଣୀ ଡେଇଁ ଚାଲିବେ। ମାତ୍ର ତାଙ୍କ ପାଇଁ ଆଉ କିଛି ଲେଖାହୋଇ ରହିଥିଲା। ପାଠ ସିନା ପଢ଼ି ପାରିଲେନି। ହେଲେ ସେ ପାଲଟିଗଲେ ଶହଶହ ଯାତ୍ରାପ୍ରେମୀ ଦର୍ଶକଙ୍କ ହୃଦୟର ରାଣୀ। କଟକ ଜିଲାର ନିଆଳି। ସେଇ ପାଖରେ ଗୋଟିଏ ଗଁା- ଶଗଡ଼େଇଲୋ। ଶଗଡ଼େଇଲୋ ଗଁାର ଜଣେ ବାସିନ୍ଦା ହେଉଛନ୍ତି ବ୍ରହ୍ମାନନ୍ଦ ସ୍ବାଇଁ। ବ୍ରହ୍ମାନନ୍ଦଙ୍କ ଝିଅ ହେଉଛନ୍ତି ନାୟିକା ଟିକିନା। ମା’ ତାରାଦେବୀ। ବ୍ରହ୍ମାନନ୍ଦ ଓ ତାରାଦେବୀଙ୍କ ଆଖିର ତାରା ଥିଲେ ଟିକିନା। ସ୍କୁଲ୍‌କୁ ଯାଉଥିଲେ। ସ୍ବପ୍ନ ଦେଖୁଥିଲେ ଖୁବ୍‌ ପାଠ ପଢ଼ିବେ। ତେବେ ଘରର ପରିସ୍ଥିତି ଏତେ ଭଲ ନ ଥିଲା ଯେ, ସେ ପାଠ ପଢ଼ିପାରିବେ। ଟିକିନା ଟିକି ଝିଅ ହୋଇଥିଲେ ମଧ୍ୟ ଥିଲେ ବେଶ୍‌ ସମଝ୍‌ଦାର। ପାଠପଢ଼ାରେ ଡୋରି ବାନ୍ଧିଲେ। ସେ ବାପାଙ୍କୁ ଦେଖୁଥାନ୍ତି। ବାପା ସେମାନଙ୍କୁ ଭଲରେ ରଖିବା ପାଇଁ, ସେମାନଙ୍କୁ ଖାଇବାକୁ ଦବା ପାଇଁ ଦିନରାତି ପରିଶ୍ରମ କରୁଥାନ୍ତି। ଟିକିନା ଭାବୁଥାନ୍ତି, ସେ କିଛି ରୋଜଗାର କରିପାରନ୍ତେ କି? ବାପାଙ୍କ କାନ୍ଧରେ କାନ୍ଧ ମିଶେଇ ପାରନ୍ତେ କି? ନା, ସେମିତି କିଛି ହେଉ ନ ଥିଲା। ତା’ଛଡ଼ା ସେ କୁନି ପିଲାଟେ ଥିଲେ। କ’ଣ ବା କରିପାରିଥାନ୍ତେ?
ଏମିତି ଦିନ ବିତୁଥାଏ। ଗଁାକୁ ଆସିଲା ଜୟଦୁର୍ଗା ଅପେରା। ସେଇ ଅପେରାର ଜଣେ ସଦସ୍ୟ ଥାଆନ୍ତି ଅନିଲ ମିଶ୍ର। ଅନିଲ ଯେତେବେଳେ ଟିକିନାଙ୍କୁ ଦେଖିଲେ ସେତେବେଳେ ସେ ଜାଣିନେଲେ ଯେ, ଏଇ ଟିକି ଝିଅଟି ଭିତରେ ଭବିଷ୍ୟତର ଜଣେ ନାୟିକା ଲୁଚି ରହିଛି। ବାସ୍ତବରେ ସୁନା ଚିହ୍ନିପାରୁଥିବା ଜଣେ ବଣିଆ ଥିଲେ ଅନିଲବାବୁ। ସେ ବା କେମିତି ଟିକିନାଙ୍କ ଭିତରେ ଥିବା ଗୁଣକୁ ବାରି ପାରି ନ ଥାନ୍ତେ। ତାଙ୍କ ମା’ବାପାଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ନେଇଆସିଲେ ଯାତ୍ରାକୁ। ମାତ୍ର ୧୨ବର୍ଷ ବୟସରେ ଜୟଦୁର୍ଗା ଅପେରାରେ ଯୋଗଦେଲେ ଟିକିନା। ପରେପରେ ଆସି ଯୋଗଦେଲେ ଓଡ଼ିଶା ଅପେରାରେ। ଓଡ଼ିଶା ଅପେରାରୁ ଆସିଲେ ଶିବାନୀ ଗଣନାଟ୍ୟ। ଶିବାନୀ ଗଣନାଟ୍ୟରେ ପ୍ରଥମେ ସେ ହାସ୍ୟ ଅଭିନେତ୍ରୀ ଭାବରେ ମଞ୍ଚକୁ ଆସିଲେ ଏବଂ ଲୋକମାନଙ୍କୁ ବେଦମ୍‌ ହସେଇଲେ। ସେତେବେଳକୁ ତାଙ୍କୁ ୧୫ବର୍ଷ। ଶିବାନୀରେ ସେତେବେଳେ ଖଳ ଚରିତ୍ରରେ ଅଭିନୟ କରୁଥାନ୍ତି ପ୍ରସିଦ୍ଧ ଖଳ ଅଭିନେତା ଶୁଭେନ୍ଦୁ। ଶୁଭେନ୍ଦୁଙ୍କୁ ହିଁ ସେ ଜୀବନ ସାଥୀ ଭାବରେ ଗ୍ରହଣ କଲେ। ଇତିମଧ୍ୟରେ ଅନେକ ଦିନ ଅତିକ୍ରାନ୍ତ ହୋଇଯାଇଛି। ଶଗଡ଼େଇଲୋ ଗଁାର ସେଇ ଟିକିଝିଅଟି ଆଜି ଓଡ଼ିଆ ଯାତ୍ରା ଜଗତରେ ଜଣେ ସ୍ବନାମଧନ୍ୟା ଅଭିନେତ୍ରୀ। ଏହି ସମୟ ମଧ୍ୟରେ ସେ କଳିଙ୍ଗ, ମା’ ତାରିଣୀ, ରଙ୍ଗମହଲ, ସ୍ବର୍ଣ୍ଣମହଲ ଆଦି ଅନୁଷ୍ଠାନରେ ଅଭିନୟ କରି ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ବିଶ୍ୱଦରବାରରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ଫଗୁଣ ଦେଇଛି ପହିଲି ଚିଠି, ଶୂନ ଫୋଟକା, ବେତାଳ କଥା, ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ, ଚଉଠି ରାତିର ଚଉଦ କଥା, ବରଷା ରାତିର ସାଥୀ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

OTT ଫିଲ୍ମଫେୟାର ପୁରସ୍କାର: ପଞ୍ଚାୟତକୁ ମିଳିଲା ବେଷ୍ଟ କମେଡି ଓ୍ବେବ ସିରିଜ୍‌ ପୁରସ୍କାର

ମୁମ୍ବାଇ: ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାରର ପ୍ରଥମ ସଂସ୍କରଣ ଶନିବାର ମୁମ୍ବାଇର ତାଜ ଲ୍ୟାଣ୍ଡ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଓ୍ବାର୍ଡ ଶୋ’ରେ ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ...

ରଣବୀରଙ୍କ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ସିମ୍ବା ଷ୍ଟାର ଶନିବାର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିବସରେ ରଣବୀର ସିଂହ ତାଙ୍କର ଅପ୍‌କମିଂ ଫିଲ୍ମ ‘୮୩’ର...

ସାଉଥ୍‌ଷ୍ଟାରଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଚାହୁଁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ ‘ଥଲାଇବି’ ପାଇଁ ପୂରା ବ୍ୟସ୍ତ ଅଛନ୍ତି । ସେପ୍ଟେମ୍ବର ୧୦ରେ ଫିଲ୍ମଟି ରିଲିଜ୍ ହେବାକୁ...

ମା’ ହେଲେ ଅଭିନେତ୍ରୀ

ଅଭିନେତ୍ରୀ ପ୍ରଣିଥା ସୁବାସ ମା’ହେଇଛନ୍ତି। ସେ ଏକ କନ୍ୟାନଙ୍କୁ ଜନ୍ମ ଦେଇଛନ୍ତି। ଯାହାର ଫାଷ୍ଟ ଲୁକ ସେ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।...

ବଲିଉଡ ଅଭିନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ,୧୧।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ଅଫତାବ ଶିବଦାସାନୀ। ଏ ନେଇ ଅଫତାବ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ସହ...

ଗୁନୀତଙ୍କ ବାୟୋପିକ୍‌ରେ ସୁରୈୟା

ମସାନ, ଜୁବାନ, ଦି ଲଞ୍ଚବକ୍ସ, ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର ପରି ଫିଲ୍ମ ନିର୍ମାଣ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିବା ନିର୍ମାତା ଗୁନୀତ ମୋଙ୍ଗା ।...

‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ

ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର...

ସୁଶାନ୍ତ ମାନସିକ ଅବସାଦରେ ଥିବା ଜାଣି ନ ଥିଲି: ପିତା କେ କେ ସିଂ

ମୁମ୍ବାଇ,୧୭।୬: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ମାନସିକ...

Advertisement
Archives

Model This Week