Posted inଖେଳ

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ଡବଲିନ(ଆୟର୍ଲାଣ୍ଡ),୨୯।୫(ପିଟି)- ଶର୍ମିଲା ଦେବୀଙ୍କ ଗୋଲ ସତ୍ତ୍ୱେ ଭାରତୀୟ ମହିଳା ଜୁନିୟର ହକି ଦଳ ୧-୪ ଗୋଲର ପରାଜୟ ସହ ଆୟର୍ଲାଣ୍ଡ ଅଭିଯାନ ଆରମ୍ଭ କରିଛି। ହେଲେ ଭାରତୀୟ ଜୁନିୟର ମହିଳା ଦଳକୁ ପରାସ୍ତ କରିଛି ବିଶ୍ୱକପ୍‌ରେ ରୌପ୍ୟ ହାସଲ କରିଥିବା ଆୟର୍ଲାଣ୍ଡର ସିନିୟର ଦଳ। ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ର ୭ମ ମିନିଟ୍‌ରେ ଘରୋଇ ଦଳ ଖାତା ଖୋଲିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆୟର୍ଲାଣ୍ଡ ଦଳକୁ ପେନାଲ୍ଟି କର୍ନର ମିଳିଥିଲା। କିନ୍ତୁ ବିଚୁ ଦେବୀ ଚମତ୍କାର ସେଭ୍‌ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଆୟୋଜକ ଦଳ ୧-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରରେ ଶର୍ମିଲାଙ୍କ ଜରିଆରେ ଭାରତ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲା। ଏହା ପରେ ଆୟର୍ଲାଣ୍ଡ ଦଳ କ୍ରମାଗତ ବ୍ୟବଧାନରେ ୩ ଗୋଲ ସ୍କୋର କରି ମ୍ୟାଚ୍‌କୁ ଜିତି ନେଇଥିଲା। ଗୁରୁବାର ଭାରତୀୟ ମହିଳା ଜୁନିୟର ହକି ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କାନାଡାର ଜୁନିୟର ଦଳକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri