Posted inଖେଳ

ହାମିଲଟନ ଟେଷ୍ଟ ଲଥାମଙ୍କ ଶତକ: ନ୍ୟୁଜିଲାଣ୍ଡ ୧୭୩/୩

ହାମିଲଟନ,୩୦।୧୧(ଏଏଫ୍‌ପି)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୫୪.୩ ଓଭରରେ ୩ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲଥାମ ୧୦୧ ଏବଂ ହେନେରି ନିକୋଲ୍ସ ୫ ରନ କରି ଅପରାଜିତ ରହିଛନ୍ତି। ବର୍ଷା କାରଣରୁ ଖେଳ ଶୀଘ୍ର ସମାପ୍ତ ହୋଇଥିଲା। ଚା’ପାନ ବିରତି ପରେ ମାତ୍ର ୩ଟି ବଲ୍‌ ଖେଳା ଯିବାପରେ ପ୍ରଥମ ଦିନର ଖେଳ ସମାପ୍ତ ହୋଇଥିଲା।
ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୬ ରନରେ ଓପନର ଜିତ ରାଭାଲଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ରାଭାଲ ମାତ୍ର ୫ ରନକରି ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ବଲ୍‌କୁ ଖେଳିବାକୁ ଯାଉଥିଲେ ଓ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା। ଫଳରେ ସେ ପ୍ରଥମ ସ୍ଲିପ୍‌ରେ ଜୋ ରୁଟଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଇନ୍‌ଫର୍ମ ଅଧିନାୟକ କେନ୍‌ ଓ୍ବିଲିୟମସନ ମାତ୍ର ୪ ରନ କରି ଆଉଟ ହୋଇଥିଲେ। କ୍ରସି ଓ୍ବକ୍ସଙ୍କ ବଲ୍‌ ତାଙ୍କ ବ୍ୟାଟ୍‌ର ଏଜ୍‌ ନେଇଥିଲା। ଫଳରେ ସେ ସ୍ଲିପ୍‌ରେ ରୁଟ୍‌ଙ୍କ ହାତରେ ଧରାପଡି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଅଭିଜ୍ଞ ରସ୍‌ ଟେଲରଙ୍କ ପାଳି ପଡିଥିଲା। ଆଉଟ ହେବା ପୂର୍ବରୁ ସେ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ କ୍ୟାରିୟର ୩୨ତମ ଟେଷ୍ଟ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଦ୍ରୁତ ବୋଲର ଓ୍ବକ୍ସଙ୍କ ବଲରେ ସେ ସମାନ ଢଙ୍ଗରେ ସ୍ଲିପ୍‌ରେ ରୁଟଙ୍କୁ କ୍ୟାଚ୍‌ ଦେଇଥିଲେ। ତୃତୀୟ ଉଇକେଟରେ ଟେଲର ଓ ଲଥାମ ୧୧୬ ରନର ଶତକୀୟ ଭାଗୀଦରି ସ୍ଥାପନ କରି ସ୍ଥିତି ସମ୍ଭାଳିଥିଲେ। ଏହା ପରେ ୧୬୪ଟି ବଲର ସମ୍ମୁଖୀନ ହୋଇ ୧୫ଟି ଚୌକା ସହ ଲଥାମ ଶତକ ପୂରଣ କରିଥିଲେ। ଏଥି ସହିତ ସେ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି। ୬୬ ରନରେ ସେ ଅବଶ୍ୟ ଏକ ଜୀବନଦାନ ପାଇଥିଲେ। ଗତ ୧୦ଟି ଟେଷ୍ଟରେ ଲଥାମ ୫ଟି ଶତକ ଅର୍ଜନ କରିଛନ୍ତି। ବୋଲିଂରେ ଇଂଲଣ୍ଡ ତରଫରୁ ଓ୍ବକ୍ସ ୨ଟି ଓ ବ୍ରଡ ଗୋଟିଏ ଉଇକେଟ ହାସଲ କରିଛନ୍ତି। ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକ ଇନିଂସ ୬୫ ରନରେ ବିଜୟୀ ହୋଇ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୫୪.୩ ଓଭରରେ ୧୭୩/୩
(ଟମ୍‌ ଲଥାମ- ୧୦୧*, ରସ୍‌ ଟେଲର- ୫୩, କ୍ରିସ୍‌ ଓ୍ବକ୍ସ- ୨/୪୧, ଷ୍ଟୁଆର୍ଟ ବ୍ରଡ- ୧/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?