ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଭାଲୁଘେରା ଜଙ୍ଗଲରୁ ମଙ୍ଗଳବାର ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ଏହି ହାତୀ ଶାବକର ମୃତ୍ୟୁ ସାଧାରଣ ଅଥବା ପରସ୍ପର ମଧ୍ୟରେ ଲଢେଇ କାରଣରୁ ହୋଇଥାଇ ପାରେ ବୋଲି ବାରିପଦା ଡିଏଫଓ ସୟମ ମଲ୍ଲିକ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ ପ୍ରକାଶ କରିଛନ୍ତି। ରାସଗୋବିନ୍ଦପୁର ରେଞ୍ଜ ମୋରଡା ବ୍ଲକ ଅଞ୍ଚଳକୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଝାଡଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ହାତୀ ପଶ୍ଚିମବଙ୍ଗ ପଟେ ଆସିଥିଲେ। ୫୦ଟି ହାତୀ ବେତନଟୀ ରେଞ୍ଜ ଅଞ୍ଚଳକୁ ଚାଲିଯାଇଥିବା ବେଳେ ୧୦ଟି ହାତୀ ଭାଲୁଘେରା ଜଙ୍ଗଲରେ ରହିଯାଇଥିଲେ। ସୋମବାର ରାତିରେ ଉକ୍ତ ହାତୀ ପଲ ବେତନଟୀ ରେଞ୍ଜ ଅଭିମୁଖେ ଚାଲିଯାଇଥିଲା ବେଳେ ମଙ୍ଗଳବାର ହାତୀ ଶାବକର ମୃତଦେହ ମିଳିଥିଲା। ମୃତ ଶାବକଟିର ବୟସ ୪ରୁ ୫ ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜିଲେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ

କେନ୍ଦ୍ରାପଡ଼ା ଅଫିସି,୧୪।୯: କେନ୍ଦ୍ରାପଡ଼ା ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପୀତାମ୍ବର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି ।ଜେଲ କର୍ତ୍ତୃପକ୍ଷ ଏହା ହୃଦ୍‌ଘାତଜନିତ ବୋଲି ପ୍ରାଥମିକ...

ସେପ୍ଟେମ୍ବର ପହିଲାରୁ ସରକାରୀ ଅଫିସକୁ ଜନସାଧାଣଙ୍କୁ ଯିବା ପାଇଁ ଅନୁମତି

ଛତ୍ରପୁର,୨୮।୮(ଡି.ଏନ୍‌.ଏ): ଆସନ୍ତା ସେପ୍ଟେମ୍ବର ପହିଲାରୁ ଗଞ୍ଜାମ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଯିବା ପାଇଁ ଅନୁମତି ମିଳିବ। ଶୁକ୍ରବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ...

ଜାତୀୟସ୍ତରରେ ବ୍ରହ୍ମପୁରର ତବଲା ବାଦକ ଦୀପ୍ତ ପୁରସ୍କୃତ

ବ୍ରହ୍ମପୁର ଅଫିସ,୬ା୨-ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଏହି ବୟସରେ ତାଙ୍କର ତବଲା ବାଦନ ଆଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତିି । ନିଜର ପ୍ରତିଭା...

ବଢୁଛି ଚୋରାମଦ କାରବାର

ବଇଣ୍ଡା,୧୮।୪(ଡି.ଏନ.ଏ.): ଆଠମଲ୍ଲିକ ଓ ଠାକୁରଗଡ଼ ଥାନା ଅଞ୍ଚଳରେ କିଛିଦିନ ହେଲା ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ବିଶେଷକରି ଜାମୁଡୋଲି, ଲୁହାସିଂହା, ନଅଁଗା, ଠାକୁରଗଡ଼, କୃତ୍ତିବାସପୁର,...

ଯୁକ୍ତ୨ ପରୀକ୍ଷା ଆରମ୍ଭ: ଢେଙ୍କାନାଳର ୪୨ ପରୀକ୍ଷା କେନ୍ଦ୍ରରେ ୭ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେବେ ପରୀକ୍ଷା

ଢେଙ୍କାନାଳ ଅଫିସ,୩।୩: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା...

କନ୍ଧମାଳରେ ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଲା

ଫୁଲବାଣୀ ଅଫିସ, ୬|୬ – କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗୁରୁବାର ସୁଦ୍ଧା ଜିଲାରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଆଉ...

କଳାହାଣ୍ଡିରେ ପ୍ରଥମେ ବ୍ୟବହୃତ ହେଲା ଟଙ୍କା ବିଶୋଧନ ଯନ୍ତ୍ର

ଜୁନାଗଡ,୨୪।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲସ୍ଥିତ ସିଦ୍ଧାନ୍ତ ଫୁଏଲ ପେଟ୍ରୋଲ ପମ୍ପରେ ଶୁକ୍ରବାର ପ୍ରଥମ କରି ଟଙ୍କା ବିଶୋଧନ ଯନ୍ତ୍ର ବ୍ୟବହାର କରାଯାଇଛି। ଏହି ଯନ୍ତ୍ରକୁ...

ମହାପ୍ରଭୁଙ୍କୁ ସମ୍ପତ୍ତି ଦାନ ଦେବେ ଆସାମ ଭକ୍ତ

ପୁରୀ ଅଫିସ,୧୪।୩: ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ଏବେ ଚାଲିଛି ଟଣାଓଟରା। କିଏ ଠାକୁରଙ୍କ ଅମୃତମଣୋହି ସମ୍ପତ୍ତି ମାଡ଼ି ବସିଛନ୍ତି ତ ଆଉ କେହି ବ୍ୟକ୍ତିଗତ ଫାଇଦା...

Advertisement
Archives

Model This Week