ହାତୀ ପାଇଁ ହାତ ଟେକିଦେଲେ

ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଛି। ସଂରକ୍ଷିତ ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ ଏବେ ହାତୀ ଭଳି ବିଶାଳକାୟ ଜନ୍ତୁକୁ ଜନବସତିମୁହଁା କରାଉଛି। ଫଳସ୍ବରୂପ ଏବେ ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି। ପ୍ରତିଦିନ ଜିଲାର କେଉଁଠି ନା କେଉଁଠି ହାତୀ ଉତ୍ପାତ, ହାତୀ ମୃତ୍ୟୁ ଖବର ଶିରୋନାମା ପାଲଟୁଛି। ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଯୋଜନା କରାଯାଉ ନ ଥିବାବେଳେ ଅସହାୟ ବନ ବିଭାଗ ଏବେ ହାତ ଟେକିଦେଇଛି। ଜିଲାର ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲ, ଥଣ୍ଡା ପରିବେଶ ହାତୀଙ୍କୁ ଦୀର୍ଘଦିନରୁ ଆକର୍ଷିତ କରିଆସିଛି। ହାତୀସଂଖ୍ୟାରେ ଶିମିଳିପାଳ ପରେ ଢେଙ୍କାନାଳର ସ୍ଥାନ ଦ୍ୱିତୀୟ। ତେବେ ହାତୀମୃତ୍ୟୁରେ ଢେଙ୍କାନାଳ ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ରହି ବଦ୍‌ନାମ ମୁଣ୍ଡାଇଛି। ସରକାରୀ ଖାତାରେ ଜିଲାରେ ବିଚରଣ କରୁଥିବା ହାତୀସଂଖ୍ୟା ୧୬୬। ହେଲେ ବେସରକାରୀ ସୂତ୍ରରେ ଏହା ୪୦୦ରୁ ଊର୍ଦ୍ଧ୍ୱ। ଜିଲା ବାହାରୁ ହାତୀଙ୍କ ପ୍ରବେଶ ପରେ ଏହି ସଂଖ୍ୟା ବଢ଼ିଚାଲିଛି। ୨୦୧୪-୧୯ ମଧ୍ୟରେ ବିଭିନ୍ନ କାରଣରୁ ଜିଲାରେ ୭୫ହାତୀଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ତାର, ଟ୍ରେନ୍‌ ଧକ୍କା, ଶିକାରୀ ଫାଶ, ଉପଯୁକ୍ତ ଚିକିତ୍ସା ଅଭାବ ହାତୀମୃତ୍ୟୁର ପ୍ରମୁଖ କାରଣ। ସେହିପରି ଏହି ସମୟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୯୮ଜଣ ବ୍ୟକ୍ତି। ୧୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ପ୍ରାକୃତିକ ବାସସ୍ଥଳୀରେ ଶିକାରୀ ଭୟ, ଖାଦ୍ୟାଭାବ ହାତୀଙ୍କୁ ଜନବସତିମୁହଁା କରାଯାଉଛି। ଫଳସ୍ବରୂପ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଏବେ ନିତିଦିନିଆ ହୋଇଯାଇଛି। ହାତୀ ଆକ୍ରମଣରେ ମୃତ୍ୟୁହେଲେ କେବଳ କ୍ଷତିପୂରଣ ଦିଆଯାଇ ମାମଲାକୁ ରଫାଦଫା କରିଦିଆଯାଉଛି। ହାତୀମୃତ୍ୟୁ ଘଟଣା ତଦନ୍ତରେ ସୀମିତ ହୋଇ ରହିଯାଉଛି। ବନ ବିଭାଗର ସ୍ବଳ୍ପସଂଖ୍ୟକ କର୍ମଚାରୀ ଜଙ୍ଗଲ ସୁରକ୍ଷା, କାଠ ଚୋରଙ୍କୁ ଧରିବା, ଚାରାରୋପଣରେ ନିୟୋଜିତ ରହୁଥିବାବେଳେ ହାତୀ ଘଉଡ଼ାଇବା ନେଇ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରୁନାହିଁ। ଏତେ ସଂଖ୍ୟାରେ ହାତୀଙ୍କୁ ସୁରକ୍ଷା ଦେବା ସହିତ ଏକାଥରକେ ହାତୀ ଉପଦ୍ରୁତ ଗ୍ରାମରେ ପାଟ୍ରୋଲିଂ କରିବା ଅସମ୍ଭବ ହୋଇପଡୁଛି। ଜିଲାର ଜୀବନଧାରା କୁହାଯାଉଥିବା ୫୩ ଏବଂ ୫୫ନଂ ଜାତୀୟ ରାଜପଥକୁ ହାତୀପଲ ଅବରୋଧ କରି ରଖୁଛନ୍ତି। ଜନବସତିରେ ପଶି ବ୍ୟାପକ ଉପଦ୍ରବ କରିବା ସହ ଫସଲ ନଷ୍ଟ କରୁଛନ୍ତି। ହାତୀ ପାଇଁ ଯାତାୟାତ ବାଧାପ୍ରାପ୍ତ ହେଉଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜିବା ଆରମ୍ଭ ହେଲାଣି। ଏହାର ସମାଧାନ ଲାଗି କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଯୋଜନା କରାଯାଉନାହିଁ। କେନ୍ଦ୍ର ସରକାର ହାତୀକୁ ଜାତୀୟ ଐତିହ୍ୟ ପ୍ରାଣୀର ମାନ୍ୟତା ଦେଇଛନ୍ତି ସତ, ହେଲେ ସେମାନଙ୍କ ସୁରକ୍ଷା ଦିଗରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ ହେଉନାହିଁ। ‘ହାତୀ ମୋର ସାଥୀ’, ‘ଗଜବନ୍ଧୁ’ ଯୋଜନାର ସଫଳ ରୂପାୟନ ହୋଇ ନ ପାରିବା ହାତୀବଂଶକୁ ବିପଦରେ ପକାଇଛି।
– ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା: ସ୍ବଚ୍ଛତା, ଦକ୍ଷତା ବୃଦ୍ଧି ସମସ୍ତଙ୍କ ଲକ୍ଷ୍ୟ ହେଉ

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଜିଲାରେ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।...

ସୋଲାର ହିଟରକୁ ମିଳିବ ମାନ୍ୟତା

ଢେଙ୍କାନାଳ ଅଫିସ୍‌,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି...

ବ୍ରାହ୍ମଣୀ ତଟରେ ମେଣ୍ଟୁନି ଶୋଷ

ଭୁବନ, ୨୨।୪ ସହରଠାରୁ ଅନତି ଦୂରରେ ପ୍ରବାହିତ ହେଉଛି ବ୍ରାହ୍ମଣୀ। ଓଡ଼ିଶାର ଏହି ଦ୍ୱିତୀୟ ବୃହତ୍ତମ ନଦୀ ପରିପୁଷ୍ଟ କରୁଛି ଜନଜୀବନକୁ। ଏଠାରୁ ଟଣା ହୋଇଯାଉଥିବା...

ଆଇଆଇଏମ୍‌ସି ପ୍ରତିଷ୍ଠା ଦିବସ: ଜାତୀୟତାବାଦ ସୃଷ୍ଟିରେ ଖବରକାଗଜ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୮।୮:  ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ...

ପରିବହନ କାର୍ଯ୍ୟାଳୟରେ ଦଲାଲ ରାଜ: ହାତଗୁଞ୍ଜା ନେଇ କିରାଣିଙ୍କ ପରି କରୁଛନ୍ତି କାମ

ଅନୁଗୋଳ ଅଫିସ, ୧୯।୯ – ସଂଶୋଧିତ ମୋଟରଯାନ ଆଇନ ଲାଗୁ ପରେ ଏବେ ରାଜ୍ୟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଅସମ୍ଭବ ଭିଡ଼ ହେଉଛି। ଗାଡ଼ି...

ମେଲାଣି ନେଲେ ମା’: ଦୁଲୁକିଲା ସହର

କାମାକ୍ଷାନଗର, ୧୦।୧୦(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଦଶହରାର ଅନ୍ତିମପର୍ବ ଭସାଣି ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ଭସାଣି ଶୋଭାଯାତ୍ରାରେ ୧୫ ମେଢ଼...

ବିଜେଡି-ଭାଜପା ମୁଖ୍ୟ ଲଢ଼େଇ

ଢେଙ୍କାନାଳ ଅଫିସ, ୩୦ା୧: ଜୋର୍‌ ଧରିଲାଣି ପ୍ରଚାର। ଗ୍ରାମାଞ୍ଚଳରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା। ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଘରମୁହଁା ହୋଇଥିବାବେଳେ ସୋସିଆଲ ମିଡିଆରେ ଚାଲିଛି ନୀତିଆଦର୍ଶର...

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହିନ୍ଦୋଳ, ୨ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖର୍ଦ୍ଦାଳି ଗ୍ରାମର ଦମୟନ୍ତୀ ବିଶ୍ୱାଳଙ୍କ ଶନିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସକାଳେ...

Advertisement
Archives

Model This Week