ହାତୀ ପାଇଁ ହାତ ଟେକିଦେଲେ

ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଛି। ସଂରକ୍ଷିତ ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ ଏବେ ହାତୀ ଭଳି ବିଶାଳକାୟ ଜନ୍ତୁକୁ ଜନବସତିମୁହଁା କରାଉଛି। ଫଳସ୍ବରୂପ ଏବେ ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି। ପ୍ରତିଦିନ ଜିଲାର କେଉଁଠି ନା କେଉଁଠି ହାତୀ ଉତ୍ପାତ, ହାତୀ ମୃତ୍ୟୁ ଖବର ଶିରୋନାମା ପାଲଟୁଛି। ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଯୋଜନା କରାଯାଉ ନ ଥିବାବେଳେ ଅସହାୟ ବନ ବିଭାଗ ଏବେ ହାତ ଟେକିଦେଇଛି। ଜିଲାର ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲ, ଥଣ୍ଡା ପରିବେଶ ହାତୀଙ୍କୁ ଦୀର୍ଘଦିନରୁ ଆକର୍ଷିତ କରିଆସିଛି। ହାତୀସଂଖ୍ୟାରେ ଶିମିଳିପାଳ ପରେ ଢେଙ୍କାନାଳର ସ୍ଥାନ ଦ୍ୱିତୀୟ। ତେବେ ହାତୀମୃତ୍ୟୁରେ ଢେଙ୍କାନାଳ ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ରହି ବଦ୍‌ନାମ ମୁଣ୍ଡାଇଛି। ସରକାରୀ ଖାତାରେ ଜିଲାରେ ବିଚରଣ କରୁଥିବା ହାତୀସଂଖ୍ୟା ୧୬୬। ହେଲେ ବେସରକାରୀ ସୂତ୍ରରେ ଏହା ୪୦୦ରୁ ଊର୍ଦ୍ଧ୍ୱ। ଜିଲା ବାହାରୁ ହାତୀଙ୍କ ପ୍ରବେଶ ପରେ ଏହି ସଂଖ୍ୟା ବଢ଼ିଚାଲିଛି। ୨୦୧୪-୧୯ ମଧ୍ୟରେ ବିଭିନ୍ନ କାରଣରୁ ଜିଲାରେ ୭୫ହାତୀଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ତାର, ଟ୍ରେନ୍‌ ଧକ୍କା, ଶିକାରୀ ଫାଶ, ଉପଯୁକ୍ତ ଚିକିତ୍ସା ଅଭାବ ହାତୀମୃତ୍ୟୁର ପ୍ରମୁଖ କାରଣ। ସେହିପରି ଏହି ସମୟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୯୮ଜଣ ବ୍ୟକ୍ତି। ୧୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ପ୍ରାକୃତିକ ବାସସ୍ଥଳୀରେ ଶିକାରୀ ଭୟ, ଖାଦ୍ୟାଭାବ ହାତୀଙ୍କୁ ଜନବସତିମୁହଁା କରାଯାଉଛି। ଫଳସ୍ବରୂପ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଏବେ ନିତିଦିନିଆ ହୋଇଯାଇଛି। ହାତୀ ଆକ୍ରମଣରେ ମୃତ୍ୟୁହେଲେ କେବଳ କ୍ଷତିପୂରଣ ଦିଆଯାଇ ମାମଲାକୁ ରଫାଦଫା କରିଦିଆଯାଉଛି। ହାତୀମୃତ୍ୟୁ ଘଟଣା ତଦନ୍ତରେ ସୀମିତ ହୋଇ ରହିଯାଉଛି। ବନ ବିଭାଗର ସ୍ବଳ୍ପସଂଖ୍ୟକ କର୍ମଚାରୀ ଜଙ୍ଗଲ ସୁରକ୍ଷା, କାଠ ଚୋରଙ୍କୁ ଧରିବା, ଚାରାରୋପଣରେ ନିୟୋଜିତ ରହୁଥିବାବେଳେ ହାତୀ ଘଉଡ଼ାଇବା ନେଇ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରୁନାହିଁ। ଏତେ ସଂଖ୍ୟାରେ ହାତୀଙ୍କୁ ସୁରକ୍ଷା ଦେବା ସହିତ ଏକାଥରକେ ହାତୀ ଉପଦ୍ରୁତ ଗ୍ରାମରେ ପାଟ୍ରୋଲିଂ କରିବା ଅସମ୍ଭବ ହୋଇପଡୁଛି। ଜିଲାର ଜୀବନଧାରା କୁହାଯାଉଥିବା ୫୩ ଏବଂ ୫୫ନଂ ଜାତୀୟ ରାଜପଥକୁ ହାତୀପଲ ଅବରୋଧ କରି ରଖୁଛନ୍ତି। ଜନବସତିରେ ପଶି ବ୍ୟାପକ ଉପଦ୍ରବ କରିବା ସହ ଫସଲ ନଷ୍ଟ କରୁଛନ୍ତି। ହାତୀ ପାଇଁ ଯାତାୟାତ ବାଧାପ୍ରାପ୍ତ ହେଉଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜିବା ଆରମ୍ଭ ହେଲାଣି। ଏହାର ସମାଧାନ ଲାଗି କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଯୋଜନା କରାଯାଉନାହିଁ। କେନ୍ଦ୍ର ସରକାର ହାତୀକୁ ଜାତୀୟ ଐତିହ୍ୟ ପ୍ରାଣୀର ମାନ୍ୟତା ଦେଇଛନ୍ତି ସତ, ହେଲେ ସେମାନଙ୍କ ସୁରକ୍ଷା ଦିଗରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ ହେଉନାହିଁ। ‘ହାତୀ ମୋର ସାଥୀ’, ‘ଗଜବନ୍ଧୁ’ ଯୋଜନାର ସଫଳ ରୂପାୟନ ହୋଇ ନ ପାରିବା ହାତୀବଂଶକୁ ବିପଦରେ ପକାଇଛି।
– ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri