ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

ଲୋଇସିଂହା,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟଛି l ମୃତ ଚାଷୀ ଜଣଙ୍କ ହେଲେ ଗୋପାଳ ପୋଢ଼(୪୮)l ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି l ଉତ୍ତେଜିତ ଲୋକଙ୍କ ଆକ୍ରମଣରେ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନାନୁସାରେ, ଗତ କିଛି ଦିନ ହେଲା ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ଧାନ ଫସଲ ନଷ୍ଟ ହେଉଛି l ରବିବାର ରାତିରେ ହାତୀପଲ ବୁର୍ଡ଼l, ଲୁହୁରାପାଲି, ଯୋଗିସର୍ଡl ଅଞ୍ଚଳରେ ଉପଦ୍ରବ ମଚାଇ ଭାଲୁପାଲି ନିକଟସ୍ଥ ରମାଇ ପାହାଡ଼କୁ ଫେରୁଥଲେ l ସକାଳ ସାଢେ ୬ଟା ସମୟରେ ଗୋପାଳ ତାଙ୍କ ଝାଙ୍କର ବାହାଲି ସ୍ଥିତ ଖେତରେ ଭିରା ହୋଇଥିବା ଧାନ ଦେଖିବାକୁ ଯାଇ ହାତୀ ପଲ ହାବୁଡ଼ରେ ପଡି ଯାଇଥିଲେ l ଏକ ମାଈହାତୀ ଗୋପାଳଙ୍କୁ ଦଳି କଚାଡି ଶରୀର ଦୁଇ ଖଣ୍ଡ କରି ମାରିଦେଇଥିଲା l ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ ବନ ବିଭାଗର ଅବହେଳା ଯୋଗ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ହତ୍ୟାକାରୀଙ୍କ ନିକଟତର ପୋଲିସ

ଫୁଲବାଣୀ ଅଫିସ, ୨୭ା୧୨: କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳିକରି ହତ୍ୟା କରିବା ଘଟଣାରେ...

ଅମଳ କମିବ, ଆୟ ପ୍ରଭାବିତ ହେବ

ରସୁଲପୁର,୬ା୧୨(ଡି.ଏନ.ଏ.): ବାତ୍ୟା ଜଓ୍ବାଦ ବିପଦ ଟଳିଥିବାରୁ ରସୁଲପୁର ବ୍ଲକ ଅଞ୍ଚଳରେ ପବନ ବେଗ କମ ପରିଲକ୍ଷିତ ହୋଇଛି। ଫଳରେ ମଞ୍ଚା ଜାତୀୟ ଫସଲ ବିଶେଷକରି ପାନବରଜ...

ଗ୍ୟାସ୍‌ ଲିକ୍‌ ହୋଇ ନିଆଁରେ ପୋଡିଗଲେ ଖୁଡି, ଝିଆରୀ

ଲୋଇସିଂହା,୧୧।୧: ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଯିବାରେ ବଲାଙ୍ଗୀର ଜିଲା ଲୋଇସିଂହା ଜଡାମୁଣ୍ଡା ବସ୍ତିର ଜଣେ ମହିଳା ଓ ତାଙ୍କ...

ଜଙ୍ଗଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର: ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା

ପରଜଙ୍ଗ,୧୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଏକ ଗ୍ରାମର ବେରଣା ବଡକଟା ଜଙ୍ଗଲରୁ ରବିବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର...

ବେଆଇନ ପାଚେରି ନିର୍ମାଣକୁ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ: ଘଟଣାସ୍ଥଳ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

କୁଆଁରମୁଣ୍ଡା,୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସରକାରୀ ଡାଏରି ଫାର୍ମର ୨୦ ଏକରରୁ ଊର୍ଦ୍ଧ୍ୱ ଜାଗାରେ ବେଆଇନ ପାଚେରି ନିର୍ମାଣକୁ...

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି, ହିତାଧିକାରୀ ନିରାଶ

କୁଆଁରମୁଣ୍ଡା, ୨୪।୪(ଡି.ଏନ.ଏ.)-ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ପରିବାରକୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାରେ କଂକ୍ରିଟ ଛାତ ଘର ନିର୍ମାଣ ନିମନ୍ତେ...

ମମିତା ହତ୍ୟାକାଣ୍ଡରେ ବ୍ୟବହୃତ ଜେସିବି, ସ୍କୁଟି ଜବତ

ଭବାନୀପାଟଣା,୧।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ରବିବାର...

ଲକଡାଉନବେଳେ ଉଦାହରଣ ସୃଷ୍ଟି କଲେ ପୁଅ: ୩ ଜଣରେ ସାରିଲେ ବାପାଙ୍କ ଦଶାହ କର୍ମ

ବନ୍ତଳା, ୨୯ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ଜାରି କରିଛନ୍ତି । ଲୋକେ ଯେପରି କୌଣସି ସ୍ଥାନରେ ଏକାଠି ନ ହେବେ ଏବଂ ପଦାକୁ...

Advertisement


Archives

Model This Week