ହାଟରେ ସାମାଜିକ ଦୂରତ୍ୱ ଶିଖାଇଲେ ଏସ୍‌ପି

ଫୁଲବାଣୀ ଅଫିସ, ୨୭ା୩-ହାଟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖିହେବ ସେ ସମ୍ପର୍କରେ ଲୋକଙ୍କୁ କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ ଶିଖାଇଛନ୍ତି। ହାଟପଦାରେ ପାଖାପାଖି ହୋଇ ବସୁଥିବା ବ୍ୟବସାୟୀଙ୍କୁ ଭାଗ ଭାଗ କରି ବସାଇ ହାଟର ପରିସୀମାକୁ ବୃଦ୍ଧି କରିଛନ୍ତି। ନିର୍ଦ୍ଧାରିତ ବ୍ୟବଧାନରେ ବ୍ୟବସାୟୀଙ୍କୁ ବସାଇବା ସହ ଲୋକମାନେ କିଭଳି ଗୋଲେଇ ଚିହ୍ନିତ ସ୍ଥାନରେ ରହି ପନିପରିବା କିଣିବେ ତାହା ବୁଝାଇଛନ୍ତି। ହାଟ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବିନା କାରଣରେ ବଜାର ବୁଲୁଥିବା ଯୁବକ ଓ ଲୋକମାନଙ୍କ ଉପରେ କଡ଼ା ନଜର ରଖିବାକୁ ଥାନା ଅଧିକାରୀଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପିଙ୍କ ସହ ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଆଦର୍ଶ ଥାନାଧିକାରୀ ନରେଶ କୁମାର ସାହୁ, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ଏହି ଅଭିଯାନରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଢ଼ି ମିକ୍ସଚର ଦେଇଛେ ଜୀବନ୍‌ଜିବ୍‌କା

କର୍ଲାମୁଣ୍ଡା, ୨୨।୧ (ଡି.ଏନ୍‌.ଏ.)-କଥାରେ ଅଛେ କାମ୍‌କେ ଛୋଟ୍‌ ବଡ଼ ନାଇଁ ଭାବି କରି କରମ୍‌ କରୁଥିବାର ଲୋକ୍‌ର ପେଟ୍‌ କେଭେ ଖାଲି ନାଇଁ ରହେ। ଏନ୍‌ତା...

ଗୁଗଲର ନିଆରା ଡୁଡଲ: ମାସ୍କ ଲଗାଇ ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ,୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହାର ନୂଆ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଭାକ୍ସିନ୍‌ ଆସିଯାଇଥିଲେ...

ଯତ୍ନ ନେଇପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୨୧।୧୦ –  କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଅର୍ଥ ପ୍ରଦାନ କରାଯାଉଛି। ସଂକ୍ରମିତଙ୍କୁ କିପରି ସୁସ୍ଥ କରାଯିବ ସେ ନେଇ ଦୈନିକ...

ପରୀକ୍ଷା ପାଇଁ ପଠାଗଲା ୨ସନ୍ଦିଗ୍ଧଙ୍କ ସ୍ବାବ

ଛତ୍ରପୁର,୨ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ଜଗନ୍ନାଥପୁର ଛକ ନିକଟରେ ସୋମବାର ସନ୍ଧ୍ୟାରେ ପୋଲିସ ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏକ ଟ୍ରକ୍‌ରୁ ଉଦ୍ଧାର କରିଥିବା ୬୦ ଜଣ ଏବେ ଚମାଖଣ୍ଡିସ୍ଥିତ...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ:ବିବାଦୀୟ ହେବାକୁ ଚାହୁଁନି ପ୍ରଶାସନ

ପୁରୀ ଅଫିସ, ୨୩ା୮:ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। କେବଳ କେତେକ ମନ୍ଦିର ଓ ମଠକୁ...

ଘର ଘର ବୁଲି ସ୍ବାସ୍ଥ୍ୟଯାଞ୍ଚର ଶୁଭାରମ୍ଭ କଲେ ଜିଲାପାଳ

ଶେରଗଡ଼,୧୦ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକ ଅଲାରିଗଡ଼ରେ ପହଞ୍ଚତ୍ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚର ଶୁଭାରମ୍ଭ କରିଛନ୍ତି। କୌଣସି...

ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି, ଚାଲେଞ୍ଜକୁ ସାମ୍ନା କରିବି : ଦିବ୍ୟଶଙ୍କର

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): ବିମାନ ଉଡ଼ାଉଥିବା ପାଇଲଟରୁ ରାଜନେତା ବନିଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।...

ଗଞ୍ଜାମରେ ବଢୁଛି ସଂଖ୍ୟା: ୪ ମେଡିକାଲର ୧୫୦ ଡାକ୍ତର, ଷ୍ଟାଫ୍‌ଙ୍କ ହେଲା କୋଭିଡ ଟେଷ୍ଟ

ଛତ୍ରପୁର, ୧୫।୫(ଡି.ଏନ୍‌.ଏ.): ରାଜ୍ୟର ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ସର୍ବାଧିକ ରହିଛି। ଏହି ପରିପ୍ରେକ୍ଷୀରେ ୪ ଟି ମେଡିକାଲର ଡାକ୍ତର, ନର୍ସ, ଆଟେନାଣ୍ଟ, ଡ୍ରାଇଭର,...

Advertisement
Archives

Model This Week