Posted inରାଜ୍ୟ

ହାଟବେଳେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି; ଚପିଗଲା ଚାରି ଜୀବନ

ଢେଙ୍କାନାଳ ଅଫିସ,୧୦ା୬

ହାଟର ନାଁ ଅଳସୁଆ। ହେଲେ ହାଟୁଆମାନେ ଆଦୌ ଅଳସୁଆ ନୁହନ୍ତି। ସେଥିପାଇଁ ପ୍ରତି ସପ୍ତାହର ଶେଷ ଦିନରେ ଭାରି ଭିଡ଼ ହୁଏ ଢେଙ୍କାନାଳ ଷ୍ଟେଶନ ବଜାର ରୋଡ୍‌ରେ ଥିବା ଏହି ହାଟରେ। ସବୁଥର ପରି ରବିବାର ବି ବସିଥିଲା ହାଟ। ଭଲ ବେପାର ଆଶାରେ ଆସିଥିଲେ ବ୍ୟବସାୟୀ। ତାଜା ପରିବା ନେବାକୁ ପହଞ୍ଚିଥିଲେ ଗରାଖ। କିଣା ବିକା ଜୋର୍‌ ଧରୁଥିବା ବେଳେ ହଠାତ୍‌ ଘଟିଗଲା ଏକ ଦୁର୍ଘଟଣା। ସକାଳ ୮ଟା ୧୫ରେ ଭୁଶୁଡ଼ି ପଡ଼ିଲା ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ର ପାଚେରି, ଯାହା ତଳେ ଚପିଗଲା ୪ ବ୍ୟବସାୟୀଙ୍କ ଜୀବନ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ଆହତମାନଙ୍କ ଚିକିତ୍ସା ବିନା ମୂଲ୍ୟରେ କରାଯିବ ବୋଲି ସେ କହିଛନ୍ତି।
ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ଢେଙ୍କାନାଳ ପୌର ପରିଷଦ ଅଧୀନରେ ଥିବା ଅଳସୁଆ ହାଟ। ଅପରାହ୍ନ ଯାଏ ଏହା ଚାଲିବାକୁ ଥିବାରୁ ଖରାରୁ ବର୍ତ୍ତିବା ପାଇଁ କେତେଜଣ ବ୍ୟବସାୟୀ ହାଟ ପାର୍ଶ୍ୱ ଡି. ହଂସରାଜ ନାମକ ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଛାଇରେ ବସିଥିଲେ। କିଛି ଗ୍ରାହକ ସମ୍ପୃକ୍ତ ବେପାରୀଙ୍କଠାରୁ ପରିବା କିଣୁଥିବା ବେଳେ ୧୦ରୁ ଅଧିକ ବାଇକ୍‌ ସେଠାରେ ରହିଥିଲା। ଏହି ସମୟରେ ହଠାତ୍‌ ୪୦ ବର୍ଷ ପୁରୁଣା ଉକ୍ତ ପାଚେରି ଭୁଶୁଡି ପଡିଥିଲା। ଫଳରେ ଏହା ତଳେ ବସିଥିବା ୪ ପରିବା ବ୍ୟବସାୟୀ ସଦର ଥାନା ଚାଇଁପୁରପାଟଣାର ସଂଗ୍ରାମ ସାହୁ(୨୫), ଗେଙ୍ଗୁଟିଆ ଗ୍ରାମର ରାମଚନ୍ଦ୍ର ସାହୁ(୩୨), ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ(୬୫), ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି କମଗରା ସିଦ୍ଧପଡା ଗ୍ରାମର ମାୟାଧର ମଲିକ(୭୦) ଚାପି ହୋଇଯାଇଥିଲେ। ପରିବା ନେବାକୁ ଆସିଥିବା ସୋଗର କଣପାଳ ଗ୍ରାମର କିଣା ବେହେରା(୪୫), ସଦରଥାନା ଗୁଣ୍ଡିଚାପଡା ଗ୍ରୀଡ୍‌ର ସୁରକ୍ଷା କର୍ମୀ ଭାବେ କାମ କରୁଥିବା ଗଁଦିଆ ଥାନା ନୂଆଗଡର କାମେଶ ପାତ୍ର ଓ ରାସୋଳ ଥାନା ଗଞ୍ଜରା ଗ୍ରାମର ଶରତ ରାଉତ (୬୦) ମଧ୍ୟ ପାଚେରି ତଳେ ରହିଯାଇଥିଲେ। ହାଟରେ ଉପସ୍ଥିତ ଲୋକେ ପାଚେରି ତଳୁ ସମସ୍ତଙ୍କୁ ବାହାର କରିବାକୁ ଉଦ୍ୟମ କରୁଥିବା ବେଳେ ଖବରପାଇ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ଗୁରୁତର ଅବସ୍ଥାରେ ୭ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ା ହେଲେ ସେଠାରେ ଡାକ୍ତର ୪ ବେପାରୀ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ଅଭିମନ୍ୟୁ ବିଶ୍ୱାଳ ଓ ମାୟାଧର ମଲିକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣାରେ ସାମାନ୍ୟ ଆହତ ହୋଇଥିବା ଢେଙ୍କାନାଳ ସହର ଟାଉନ ପ୍ଲାନିଂ ଅଞ୍ଚଳର ୨ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଖବରପାଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଏସ୍‌ପି ଅନୁପମା ଜେମ୍‌ସ ପ୍ରମୁଖ ଘଟଣାସ୍ଥଳ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ଦିଆଯାଇଥିବା ବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ଟାଉନ ଥାନାରେ ନଂ. ୧୯/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ମୃତ ବ୍ୟବସାୟୀଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦାବିରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାଶୁଝା କରିଥିଲେ। ଅଧିକ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଜଣାଯାଇଛି ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଦୁର୍ଘଟଣା ପରେ ପୌରସଂସ୍ଥା ପକ୍ଷରୁ ତୁରନ୍ତ ଅଳସୁଆ ହାଟ ପାର୍ଶ୍ୱରେ ଥିବା ଉକ୍ତ ପରିତ୍ୟକ୍ତ ପାଚେରିର ଅନ୍ୟ ଅଂଶ ସହ ପରିତ୍ୟକ୍ତ ଘର ଗୁଡିକୁ ଜେସିବି ମେଶିନ ସାହାଯ୍ୟରେ ଭଙ୍ଗା ଯାଇଥିଲା।
ଏ ସମ୍ପର୍କରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ମୃତ ବ୍ୟବସାୟୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। କଟକରେ ୩ ଗୁରୁତରଙ୍କ ଚିକିତ୍ସାର ତଦାରଖ କରାଯାଉଛି। ଯେଉଁମାନେ ସାମାନ୍ୟ ଆହତ ହୋଇଥିଲେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଛାଡି ଦିଆଯାଇଛି। ରାଇସମିଲ୍‌ କରିଥିବା ସଂସ୍ଥା କିଭଳି ଲିଜ୍‌ ନେଇଥିଲା ଏବଂ କେବେଠାରୁ ତାହା ବନ୍ଦ ପଡିଥିଲା ସେ ସମ୍ପର୍କରେ ତଦନ୍ତ କରାଯାଇ ନୋଟିସ୍‌ ଜାରି କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଟ ପାର୍ଶ୍ୱରେ ଥିବା ବିପଦସଙ୍କୁଳ ସମସ୍ତ ପାଚେରି, ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri