ହାଇୱା – ଟ୍ରକ ମୁହାଁମୁହିଁ ଧକ୍କା: ୩ ଗୁରୁତର

କୁତ୍ରା, ୨୨।୮ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ଦେଇ ଯାଇଥିବା ୧୦ନଂ. ରାଜ୍ୟ ରାଜପଥର କୁତ୍ରା ଥାନା ପାଖରେ ଗୁରୁବାର ଦୁର୍ଘଟଣା ଘଟିଛି। ଭୁଲ ପାର୍ଶ୍ୱରେ ଆସୁଥିବା ଏକ ହାଇୱା ନଂ. ଓଡି ୧୪ ସି- ୬୯୯୧ ସହ ଏକ ଟ୍ରକ ନଂ. ଓଡି ୧୬ ସି- ୨୫୯୨ର ମୁହାଁମୁହିଁ ଧକ୍କା ଦେବା ଫଳରେ ୩ଜଣ ଗୁରୁତର ହୋଇଛନ୍ତି। ଅପରାହ୍ନ ୩ଟାରେ ଏକ ସ୍ଲାପ ବୋଝେଇ ହାଇୱା କୁତ୍ରାରୁ କନ୍ଦେଇମୁଣ୍ଡାଠାରେ ଥିବା ଏକ ସିମେଣ୍ଟ କାରଖାନାକୁ ଯାଉଥିଲା। ଉକ୍ତ ହାଇୱା କୁତ୍ରାରୁ ଠିକ୍‌ ସାଇଡରେ ନ ଯାଇ ଭୁଲ ସାଇଡରେ ଦ୍ରୁତଗତିରେ ଯାଉଥିଲା। ଫଳରେ ସୁନ୍ଦରଗଡରୁ ରାଉରକେଲା ପଟକୁ ଯାଉଥିବା ଏକ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର ଓ କ୍ଲିନର ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ କର୍ମଚାରୀ, ପୋଲିସ ପହଞ୍ଚି ଜେସିବି ମେଶିନ ସାହାର୍ଯ୍ୟରେ ଦୁଇ ଘଣ୍ଟା ପ୍ରୟାସ ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ କୋଟିପତି ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୨ା୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ (ବୈଦ୍ୟୁତିକ) ବିଭାଗ ଆମ୍ବପୁଆ କାର୍ଯ୍ୟାଳୟର ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଶୁକ୍ରବାର...

ଅଭାବ ଅନାଟନ ସବୁଦିନିଅଁ। ସଖା:ନିଶା ଟ୍ରାଫିକ ସଚେତନତା

ଅତାବିରା, ୧୫।୬ (ଡି.ଏନ.ଏ): ଟ୍ରାଫିକ ନିୟନ୍ତ୍ରଣ ଆର ସଚେତନତାର ଲାଗି ରାଏଜ୍‌ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ସମସିଆର ସମାଧାନ ହେବାର...

ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୧୧ା୨- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ।...

ଗଣେଶ ପୂଜା ପାଇଁ ପ୍ରସ୍ତୁତି: ୩୮ ମଣ୍ଡପରେ ପୂଜାର୍ଚ୍ଚନା

ଢେଙ୍କାନାଳ ଅଫିସ, ୧୦।୮ – ଢେଙ୍କାନାଳ ସହରରେ ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଛି ବିଘ୍ନରାଜ ଗଜାନନଙ୍କ ପୂଜା। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ଶୁକ୍ରବାର...

ପୋଲିଂ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ,୧୭ା୪ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଙ୍ଗୁନିପଦର ବୁଥ୍‌କୁ ପୋଲିଂ କର୍ମଚାରୀମାନେ ଯାଉଥିବାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ବାହାରକୁ ଡାକି ଗାଡ଼ି ଜାଳି ଦେଇଛନ୍ତି। ଏହା...

ବୃନ୍ଦାବନଙ୍କ ଘରେ ପଡ଼ିଛି ତାଲା, ରାସ୍ତାରେ ବୃଦ୍ଧା ମା’

ଛତ୍ରପୁର,୨୯ା୨(ଡି.ଏନ.ଏ) – ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁରସ୍ଥିତ ଘରୁ ବୃନ୍ଦାବନ ବେହେରା ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ଓ ଝିଅ ସୁନିତାଙ୍କ ମୃତଦେହ ବୁଧବାର...

ଷଣ୍ଢ ପେଟରୁ ବାହାରିଲା ୬୦ କିଗ୍ରା ପଲିଥିନ୍‌

ବାଙ୍କୀ, ୯ା୨(ସ୍ବ.ପ୍ର.): ବାଙ୍କୀ ସହର ଅଞ୍ଚଳରେ ଏକ ବୁଲା ଷଣ୍ଢ ଅସୁସ୍ଥ ଅବସ୍ଥାରେ ପଡିଥିବାରୁ ତାର ପେଟକୁ ଅପରେଶନ କରାଯାଇ ୬୦କେଜିରୁ ଊର୍ଦ୍ଧ୍ୱ ପଲିଥିନ ବୁଧବାର...

ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

Advertisement
Archives

Model This Week