Posted inଜାତୀୟ

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା ଘଟଣା: ଅଭିଯୁକ୍ତଙ୍କ ମା’ କହିଲେ ବଳାତ୍କାରୀ ପୁଅକୁ ଜାଳିଦିଅ

ହାଇଦ୍ରାବାଦ,୨ା୧୨: ମୋ ପୁଅ ଯଦି ଅପରାଧ ଘଟାଇଛି, ସେ ମୋ ପାଇଁ କେହି ନୁହେଁ। ସେ ଯଦି ବଳାତ୍କାର ଓ ହତ୍ୟା କରିଛି ତାକୁ ବି ଜାଳିଦିଅ। କାରଣ ଭୁଲକୁ କେବେ ଠିକ୍‌ ବୋଲି କୁହାଯାଇ ପାରିବ ନାହିଁ। ଦୋଷୀକୁ ଦଣ୍ଡ ମିଳୁ। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ପରେ ହତ୍ୟା ଓ ତାଙ୍କ ମୃତଦେହକୁ ପୋଡ଼ିଦେବା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଆନ୍ଦୋଳନକାରୀଙ୍କ ସହ ସ୍ବର ମିଳାଇ ରବିବାର ଏପରି କହିଛନ୍ତି ଜଣେ ଗିରଫ ଅଭିଯୁକ୍ତଙ୍କ ମା’।
ହାଇଦ୍ରାବାଦରେ ବୁଧବାର ରାତିରେ ଜଣେ ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ କେତେଜଣ ଯୁବକ ବଳାତ୍କାର ପରେ ହତ୍ୟା କରିଥିଲେ। ସେମାନେ ପୀଡ଼ିତାଙ୍କୁ ଜୋରଜବରଦସ୍ତ ମଦ ପିଆଇ ଶେଷରେ ଏକ କଲ୍‌ଭର୍ଟ ତଳେ ଜାଳି ଦେଇଥିଲେ। ଏହି ଘଟଣା ତେଲଙ୍ଗାନା ସମେତ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପଲ୍ଲୀରୁ ଦିଲ୍ଲୀ ଯାଏ ବିକ୍ଷୋଭ ଜାରି ରହିଥିବାବେଳେ ରବିବାର ଦୁଇଜଣ ଅଭିଯୁକ୍ତଙ୍କ ମା’ବାପା ମଧ୍ୟ ନିଜ ନିଜ ପୁଅମାନଙ୍କ ଘୃଣ୍ୟ କାର୍ଯ୍ୟକୁ ବିରୋଧ କରିଛନ୍ତି। ଅଭିଯୁକ୍ତ ଚେନ୍ନାକେଶବୁଲୁଙ୍କ ମା’ ଜୟାମ୍ମା କହିଛନ୍ତି, ମା’ ୯ ମାସ ଗର୍ଭଧାରଣ ପରେ ଝିଅକୁ ଜନ୍ମ ଦେଇଥାଏ। ମୋର ବି ଜଣେ ଝିଅ ଅଛି। ତେଣୁ ପୀଡ଼ିତାଙ୍କ ମା’ କେଉଁ ପରିସ୍ଥିତି ଦେଇ ଗତି କରୁଥିବେ ସେହି କଷ୍ଟ ମୁଁ ବୁଝିପାରୁଛି। ମୋ ପୁଅ ଯଦି ଅପରାଧ ଘଟାଇଛି ତାକୁ ବି ପୀଡ଼ିତାଙ୍କ ଭଳି ନିଆଁରେ ଜାଳି ମାରିଦିଅ। ସେହିପରି ମୁଖ୍ୟ ଅଭିଯୁକ୍ତ ଆରିଫ୍‌ଙ୍କ ବାପା ହୁସେନ କହିଛନ୍ତି, ପୁଅ ଯାହା କରିଛି ସେଥିପାଇଁ ତାକୁ ଦଣ୍ଡ ମିଳିବା ଉଚିତ। ପ୍ରକାଶ ଯେ, ଏହି ଲୋମଟାଙ୍କୁରା ବର୍ବରକାଣ୍ଡ ଭିଆଇବା ଅଭିଯୋଗରେ ସାଇବରାବାଦ ପୋଲିସ ଶୁକ୍ରବାର ଜଣେ ଟ୍ରକ୍‌ ଡ୍ରାଇଭର ଓ କ୍ଲିନରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ସମସ୍ତେ ନାରାୟଣପେଟ୍‌ ଜିଲା ବାସିନ୍ଦା। ଆରିଫ୍‌ ଜକ୍କୁଲାରେ ଗ୍ରାମର ହୋଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତ ଗୁଡ଼ିଗଣ୍ଡଲା ନିବାସୀ। ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଶନିବାର ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri