Posted inଜାତୀୟ

ହସ୍ପିଟାଲରୁ ଲୁଚି ପଳାଇଲେ ଚାଇନା ଫେରନ୍ତା ଛାତ୍ର: ଲୋକେ ଭୟଭୀତ

ଭୋପାଳ,୩।୨: ମଧ୍ୟପ୍ରଦେଶ ଛତରପୁରର ନୌଗାଁଓ ଅଞ୍ଚଳରେ ଚାଇନରୁ ଫେରିଥିବା ଜଣେ ଛାତ୍ରଙ୍କୁ କରୋନାଭାଇରସ ସଂକ୍ରମଣର ଆଶଙ୍କା କରି ଭର୍ତ୍ତି କରାଯାଇଥିଲା। ହେଲେ ସେ ହଠାତ୍‌ ହସ୍ପିଟାଲରୁ ଲୁଚି ପଳାଇବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପ୍ରାୟ ୨୦ ଦିନ ପୂର୍ବରୁ ମେଡିକାଲ ପଢୁଥିବା ଉକ୍ତ ଛାତ୍ର ଜଣକ ଚାଇନାରୁ ଫେରିଥିଲେ। କାଳେ ସେ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ଥିବେ ଏହା ସନ୍ଦେହ କରି ତାଙ୍କୁ ଜିଲା ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ଏହାସହ ତାଙ୍କର ରକ୍ତ ନମୁନା ପୁଣେ ପଠାଯାଇଥିବା ବେଳେ ହଠାତ୍‌ ସେ ହସ୍ପିଟାଲରୁ ଉଭାନ୍‌ ହୋଇଯିବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସୂଚନାଯୋଗ୍ୟ, କରୋନାଭାଇରସରେ ସଂକ୍ରମିତ ହୋଇ ଏବେ ପର୍ଯ୍ୟନ୍ତ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ହଜାରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଅଛନ୍ତି। ଏହା ଏବେ କେବଳ ଚାଇନା ନୁହେଁ ସେଠାରୁ ବିଶ୍ୱର ବିଭିନ୍ନ ଦେଶକୁ ଫେରୁଥିବା ନାଗରିକଙ୍କ ପାଖରେ ମଧ୍ୟ ଦେଖା ଗଲାଣି। ତେଣୁ କରୋନାଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୬ ଘଣ୍ଟା ଆମ୍ବୁଲାନ୍ସ୍‌ରେ ବୁଲିବୁଲି ହସ୍ପିଟାଲ ଦ୍ୱାରରେ ଜୀବନ ହାରିଲେ ୫୨ ବର୍ଷ ବୟସ୍କ ବ୍ୟକ୍ତି

ବେଙ୍ଗାଲୁର, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ବହୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ନ ଥିବାବେଳେ କେତେକ ହସ୍ପିଟାଲ...

ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ପାଓ୍ବାର

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ମହାଭାରତର ଅଭେଦ୍ୟ ଦୁର୍ଗକୁ ପଶିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଗୋଟିଏ ପଟେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାରତୀୟ...

ପ୍ରଚାର ସମୟରେ ଖାଦ୍ୟ ପରଷିବାରୁ ଅଡ଼ୁଆରେ ପଡ଼ିଗଲେ ପ୍ରିୟଙ୍କା

ଓ୍ବାୟନାଡ଼,୨୨।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ନିଜ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନୂଆ ନିର୍ବାଚନମଣ୍ଡଳୀ କେରଳ ଓ୍ବାୟନାଡରେ ପହଞ୍ଚିଥିଲେ।...

ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା: ସଞ୍ଜୟ

ମୁମ୍ବାଇ,୬।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଏବେ ସଞ୍ଜୟ ରାଉତ କହିଛନ୍ତି କଙ୍ଗନା ମହାରାଷ୍ଟ୍ରକୁ କ୍ଷମା...

ମତେ ବି ମିଳିଥିଲା ଗୁଆହାଟୀ ଯିବାକୁ ଅଫର, କହିଲେ ସଞ୍ଜୟ…

ମୁମ୍ବାଇ, ୨।୭ : ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ପ୍ରକାଶ କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୁଆହାଟୀ ଯିବାକୁ ଅଫର ମିଳିଛି। ରାଉତ...

ଆଜମ ଖାନ୍‌ଙ୍କୁ ଲୋକ ସଭାରେ ରହିବାର ଅଧିକାର ନାହିଁ:ରମା ଦେବୀ

ନୂଆଦିଲ୍ଲୀ, ୨୬।୭: ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାନଙ୍କୁ ନେଇ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବାଚସ୍ପତି ଓମ ବିର୍ଲାଙ୍କ ଅନୁପସ୍ଥିତିରେ ଭାଜପା...

ଏୟାର ଇଣ୍ଡିଆକୁ ମିଳିବ ବି୭୭୭ ବିମାନ

ନୂଆଦିଲ୍ଲୀ,୯ା୬: ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏୟାର ଇଣ୍ଡିଆକୁ ବୋଇଂ କମ୍ପାନୀ ଦୁଇଟି ଅତ୍ୟାଧୁନିକ ବି୭୭୭ ବିମାନ...

ବାୟୁ ପ୍ରଦୂଷଣ ରୋକିବାରେ ସରକାର ବିଫଳ: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୭ା୧୧(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଉତ୍କଟ ବାୟୁ ପ୍ରଦୂଷଣ ରୋକିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ନଡ଼ା ନ ପୋଡିବା...

Advertisement
Archives

Model This Week