ହସ୍ତଶିଳ୍ପ ବିକାଶ ପାଇଁ ହେବ ୧୦ ବର୍ଷିଆ ଯୋଜନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟର ହସ୍ତଶିଳ୍ପ ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର। ଏଥିପାଇଁ ପ୍ରସ୍ତୁତ ହେବ ୧୦ ବର୍ଷିଆ ପ୍ଲାନ୍‌ ଡକ୍ୟୁମେଣ୍ଟ। ହସ୍ତଶିଳ୍ପୀଙ୍କୁ ଚିହ୍ନଟ ସହିତ ସେମାନଙ୍କ ଶିଳ୍ପର ବ୍ରାଣ୍ଡିଂ ଓ ମାର୍କେଟିଂ କରାଯିବ। ଅତ୍ୟାଧୁନିକ ଡିଜାଇନ୍‌ ଓ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଉଚ୍ଚସ୍ତରୀୟ ମାନ୍ୟତାପ୍ରାପ୍ତ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହାସହ ବଜାର ଚାହିଦା ଅନୁଯାୟୀ ଡିଜାଇନ ବିକାଶ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାରିଗରଙ୍କ ପାଇଁ ‘ହାଉସିଂ କମ୍‌ ୱାର୍କଶପ୍‌ କମ୍‌ ଶୋରୁମ୍‌ ସ୍କିମ୍‌’ କରାଯିବା ଉପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଗୁରୁତ୍ୱ ଦେବ ବୋଲି ବିଭାଗୀୟ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି।
ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପଥର ଖୋଦେଇ, କାଠ ଖୋଦେଇ ଓ ଚାନ୍ଦୁଆ ଶିଳ୍ପ ଉପରେ ବୁଧବାର ଭୁବନେଶ୍ୱର ଜିଲା ଶିଳ୍ପକେନ୍ଦ୍ର ସମ୍ମିଳନୀ କକ୍ଷରେ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଚିବ ଶର୍ମା ହସ୍ପଶିଳ୍ପୀଙ୍କ ବିକାଶ ଉପରେ ଆଲୋକପାତ କରିଥିଲେ। ୨୧ ଜିଲାରୁ ୧୩୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଓ କାରିଗର ଉପସ୍ଥିତ ରହି କଞ୍ଚାମାଲର ଉପଲବ୍ଧି, ତାଲିମ ପଦ୍ଧତି, ବିକ୍ରିବଟା, ଆର୍ଥିକ ସହାୟତା, ସାମାଜିକ ନିରାପତ୍ତା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପିପିଲିରେ ଚାନ୍ଦୁଆ ଶିଳ୍ପୀଙ୍କ ପାଇଁ ଥିବା ଉତ୍କଳିକାର ‘କଞ୍ଚାମାଲ ବ୍ୟାଙ୍କ୍‌’ ଢାଞ୍ଚାରେ ରାଜ୍ୟର ଅନ୍ୟ ଜିଲାରେ ଭିନ୍ନ ଭିନ୍ନ ହସ୍ତଶିଳ୍ପ ପାଇଁ କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଶିଳ୍ପୀମାନେ ଦାବି କରିଥିଲେ। ଏହାବ୍ୟତୀତ ଜିଲା ସଦର ମହକୁମାରେ ନିର୍ମିତ ହେଉଥିବା ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟରୁ କିଛି ଦୋକାନ ଘର ହସ୍ତଶିଳ୍ପ ପାଇଁ ସଂରକ୍ଷଣ କରାଗଲେ ତାହା ହସ୍ତଶିଳ୍ପ ସାମଗ୍ରୀର ବିକ୍ରିବଟାରେ ସହାୟକ ହେବ ବୋଲି ସେମାନେ କହିଥିଲେ। ସେହିଭଳି ପୁରୀ ପିପିଲି, ଖୋର୍ଦ୍ଧା ବନମାଳୀପୁର, ବୌଦ୍ଧ ଜିଲାର ବଟୁପଲ୍ଲୀ, ବଲାଙ୍ଗୀରର ରାଣୀପୁର ଓ ଝରିଆଲଠାରେ ପ୍ରାୟ ୧୧ ହଜାର ଚାନ୍ଦୁଆ ଶିଳ୍ପୀ ରହିଛନ୍ତି। ତେଣୁ ପିପିଲିରେ ଥିବା ଚାନ୍ଦୁଆ କଞ୍ଚାମାଲ ବ୍ୟାଙ୍କର ସମ୍ପ୍ରସାରଣ ସହ ଅନ୍ୟ ଜିଲାରେ ଏହା ପ୍ରତିଷ୍ଠା କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। କଟକ ଜିଲାର ଲଳିତଗିରି, ଯାଜପୁରର ସୁଖୁଆପଡ଼ା, ମୟୂରଭଞ୍ଜର ଖିଚିଙ୍ଗ ଏବଂ ପୁରୀ ଜିଲାର ପୁରୀ ଓ କୋଣାର୍କ, କେନ୍ଦୁଝରର ଧାକୋଟା, ଖୋର୍ଦ୍ଧାର ଭୁବନେଶ୍ୱର ଏବଂ ବାଲେଶ୍ୱର ଜିଲାର ବଉଳାଗଡ଼ିଆଠାରେ ପ୍ରାୟ ୭ ହଜାର ପଥର ଖୋଦେଇ ଶିଳ୍ପୀ ରହିଛନ୍ତି। ସେମାନଙ୍କ ପାଇଁ କଞ୍ଚାମାଲ ଅଭାବ ଏବେ ସବୁଠାରୁ ବଡ଼ ସମସ୍ୟା ହୋଇଥିବାରୁ ସରକାରଙ୍କ ଦ୍ୱାରା ଅଧିକୃତ କଞ୍ଚାମାଲର ସୁବ୍ୟବସ୍ଥା କରିବାକୁ ପଥର ଖୋଦେଇ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ପଦ୍ମଶ୍ରୀ ପ୍ରଭାକର ମହାରାଣା, ଶିଳ୍ପୀ ଉଦୟ ମହାନ୍ତି ପ୍ରମୁଖ ଦାବି କରିଥିଲେ। ଅନ୍ୟପକ୍ଷରେ ଭୁବନେଶ୍ୱର, ପୁରୀ ସହର, ନୟାଗଡ଼ ଜିଲାର ଖଣ୍ଡପଡ଼ା, କଳାହାଣ୍ଡିର ଖଇରପଦର ଓ ଭଦ୍ରକର ବେତାଳି ଗାଁରେ ପ୍ରାୟ ୫ ହଜାର କାଠ ଖୋଦେଇ ଶିଳ୍ପୀ ରହିଥିବାବେଳେ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ମତ ପ୍ରକାଶ ପାଇଥିଲା।
କର୍ମଶାଳାର ଉଦ୍‌ଘାଟନୀ ଅଧିବେଶନରେ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ସ୍ବାଗତ ଭାଷଣ ଦେଇଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା, ଉତ୍କଳିକା ଏମ୍‌ଡି ଅନୁଜ ଦାସପଟ୍ଟନାୟକ, ସ୍ପେଶାଲ ଅଫିସର ସନାତନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri