ହରିୟାଣାରୁ ଓଡ଼ିଆ ଆଦିବାସୀ ମହିଳା ଉଦ୍ଧାର ଦଲାଲ ଚାଲାଣ କରିଥିବା ସନ୍ଦେହ

ଭୁବନେଶ୍ୱର, ୨୧।୫(ବ୍ୟୁରୋ)- ହରିୟାଣାର ସୋହାନାସ୍ଥିତ ଟାକ୍ସି ଷ୍ଟାଣ୍ଡ୍‌ରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଭାରତ ବିକାଶ ପରିଷଦର ସଦସ୍ୟମାନେ ଉଦ୍ଧାର କରିଛନ୍ତି। ମହିଳାଜଣକ ବୟସ ପ୍ରାୟ ୩୫ ବର୍ଷ ହେବ ଓ ସେ ଓଡିଆରେ କଥା ହେଉଥିବାରୁ ଓଡ଼ିଶାରେ ଥିବା ସଂଗଠନ ସହ ଯୋଗାଯୋଗ କରାଯାଇଥିଲା। ମହିଳା ଜଣକ ନିଜ ଘର ଓଡ଼ିଶାର ମୁନିଗୁଡ଼ା ବୋଲି କହିଥିଲେ। ପରିଷଦର ସଦସ୍ୟମାନେ ରାୟଗଡ଼ା ଏସ୍‌ପି କାର୍ଯ୍ୟାଳୟ ଓ ମୁନିଗୁଡ଼ା ଥାନାକୁ ମହିଳାଙ୍କ ଫଟୋ ପଠାଇଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା। ତେବେ ମହିଳାଙ୍କ ହାତରେ ଏକ ଟାଟୁ ରହିଛି ଯେଉଁଥିରେ ନୀଳିମା ବୋଲି ଲେଖା ରହିଛି। ମହିଳା ଜଣଙ୍କୁ କେହି ଦଲାଲ କୌଣସି ଆଳ ଦେଖାଇ ହରିୟାଣା ଚାଲାଣ କରିଥିବା ଓ ପରେ ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ଛାଡି ଫେରାର ହୋଇଯାଇଥିବା କୁହାଯାଉଛି। ମହିଳା ଜଣକ ନାନା ଭୟ ଓ ଆଶଙ୍କାରେ ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ବସିଥିବାବେଳେ ପରିଷଦ ସଦସ୍ୟମାନେ ଉଦ୍ଧାର କରିଥିଲେ। ଉକ୍ତ ମହିଳାଙ୍କୁ ସ୍ଥାନୀୟ ଶର୍ଟ-ଷ୍ଟେ ହୋମ୍‌ରେ ରଖାଯାଇଛି। ପରିଚୟ ମିଳିବା ପରେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବସ୍‌କୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼: ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୬ା୧(ବ୍ୟୁରୋ):  ମୋ ବସ୍‌କୁ ବଳପୂର୍ବକ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଯୁବକଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି।...

ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍‌, ବ୍ରେସଲେଟ୍‌ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର...

ଜଷ୍ଟିସ ମହମ୍ମଦ ରଫିକ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ଅଫିସ,୨୪ା୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ...

‘ପ୍ରସ୍ତୁତ ହୋଇନି ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ’

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବାରମ୍ବାର...

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ କୁମାର ଦାସ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ ରଞ୍ଜନ କୁମାର ଦାସ ବିଭାଗର ସଚିବ ଭାବେ କାର୍ଯ୍ୟ...

ନୂଆ ଜୀବନ ପାଇଲେ ମାମୁନି

ଭୁବନେଶ୍ୱର,୬ା୭(ବ୍ୟୁରୋ): ଅଭିନେତା ସବ୍ୟସାଚୀଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ଜଗତ୍‌ସିଂହପୁରର ମାମୁନି। ବୟସ ମାତ୍ର ୧୯ବର୍ଷ। ହେଲେ ଏତେ କମ୍‌ ବୟସରେ ତାଙ୍କ କାନ୍ଧରେ ଏବେ...

ରବିଧାନ କିଣା ଦାବି: ଏକକାଳୀନ ୪ଟି ଜାଗାରେ ରାସ୍ତାରୋକୋ

ନୂଆପଡା ଅଫିସ,୧୭ା୬: ବର୍ତ୍ତମାନ ବର୍ଷାଋତୁ ପାଖେଇ ଆସୁଥିବାବେଳେ କାଳବୈଶାଖୀ ବର୍ଷାରେ ଭିଜି ମଣ୍ଡିରେ ପଡ଼ିଥିବା ଧାନ ସବୁ ଗଜା ହେବାରେ ଲାଗିଥିବାବେଳେ ମିଲର୍ସମାନେ କଟନି ଛଟନିଦାବିରେ...

ଏପ୍ରିଲ ୧ରୁ ଆରମ୍ଭ ହେବ ବିଧାନସଭା ଟିଭି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ। ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସରୁ ଏହାର ଶୁଭାରମ୍ଭ ହେବ। ଏଥିଲାଗି ବିଧାନସଭା ପରିସରରେ ଷ୍ଟୁଡିଓ...

Advertisement
Archives

Model This Week