ହରଭଙ୍ଗା ବ୍ଲକ: ଜଳିଗଲାଣି ପଲ୍‌ହାଘାରି, ଗଜାମରୁଡି ଆଶଙ୍କା

ପୁରୁଣାକଟକ,୧୫।୭ (ଡି.ଏନ.ଏ) : କେଉଁ ବର୍ଷ ମରୁଡି ତ କେଉଁ ବର୍ଷ ବନ୍ୟା । ଏଭଳି ଗତ ୩୦ ବର୍ଷ ଧରି ପ୍ରକୃତ ଦାଉ ସାଧୁଥିବାରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଏହି ବ୍ଲକର ଚାଷୀମାନେ ଚାଷ ପାଇଁ କେବଳ ବର୍ଷା ଉପରେ ନିର୍ଭର କରିଥାନ୍ତି। ଚଳିତବର୍ଷ ଆଷାଢ ମାସରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଗଜାମରୁଡି ଆଶଙ୍କା ଦେଖାଦେଇଛି । ବର୍ଷାଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ତଳିଘାରି ଶୁଖିଲା ପଡିଛି । ଏହାସହିତ ଧାନରୁଆ, ବେଉଷୁଣ ମଧ୍ୟ ହୋଇପାରୁନାହିଁ ।
ସୂଚନା ଅନୁଯାୟୀ, ହରଭଙ୍ଗାର ବ୍ଲକରେ ଧାନଚାଷ ପାଇଁ ୧୫ହଜାର ୪୫୦ହେକ୍ଟର, ଅଣଧାନ ଚାଷ ପାଇଁ ୯ହଜାର ୭୮୫ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୮ହଜାର ୧୨୪ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ରହିଛିି । ଚିଳିତବର୍ଷ ଚାଷୀ ଧାନ ବିହନ ଆଣି ଚାଷକାର୍ଯ୍ୟକୁ ଆଗେଇ ନେଇଥିଲା। ଧାନ ବୁଣା ସହିତ ତଳିପକା କାର୍ଯ୍ୟକୁ ଆଗେଇନେଇ ଜମିପ୍ରସ୍ତୁତ କରିନେଇଥିଲା । ମାତ୍ର ବର୍ଷାର ଲୁଚକାଳି ଖେଳ ଯୋଗୁ ସମ୍ପ୍ରତି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଖାଲୁଆ ଜମିରେ ବୁଣା ହୋଇଥିବା ଧାନ ବର୍ଷାଭାବରୁ ବେଉଷୁଣ ହୋଇପାରୁନାହିଁ। ତଳିଘାରିରେ ପାଣି ଅଭାବ ଯୋଗୁ ଧାନରୁଆ କାର୍ଯ୍ୟ ମଧ୍ୟ ଆଗେଇ ପାରୁନାହିଁ। ବହୁସ୍ଥାନରେ ତଳିଘାରି ଫାଟି ଆଁ କଲାଣି। ଏଭଳିସ୍ଥିତିରେ ଚାଷୀ ବର୍ଷାକୁ ଚାତକ ଭଳି ଅନେଇ ବସିଛି । ବ୍ଲକର ସବୁ ପଞ୍ଚାୟତରେ ଜଳସେଚନ ସୁବିଧା ନ ଥିବାରୁ ଚାଷକାର୍ଯ୍ୟ ହୋଇ ପାରୁନାହିଁ । ଜୁନ୍‌ ମାସରେ ୨୩୩.୮୦ମି.ମି ବର୍ଷା ହେବା ପରିବର୍ତ୍ତେ ହାରାହାରି ୧୬୪ମି.ମି ହୋଇଛି । ସେହିପରି ଜୁଲାଇରେ ୪୧୮.୫୦ମି.ମି ପରିବର୍ତ୍ତେ ବର୍ତ୍ତମାନ ସୁଦ୍ଧା ଜିଲାରେ ହାରାହାରି ୧୨୮ ମି.ମି ବର୍ଷା ରେକର୍ଡ ହୋଇଛି । ବୃଷ୍ଟିପାତ ରିପୋର୍ଟ ଅନୁସାରେ ଚଳିତବର୍ଷ ଜୁନ୍‌ରେ ହରଭଙ୍ଗାରେ ୧୪୪ମି.ମି, ବୌଦ୍ଧରେ ୯୫ମି.ମି ଏବଂ କଣ୍ଟାମାଳରେ ୧୪୫ମି.ମି ବର୍ଷା ହୋଇଛି। ସେହିପରି ଜୁଲାଇ ୧୩ ସୁଦ୍ଧା ହରଭଙ୍ଗାରେ ୧୭୧ମି.ମି, ବୌଦ୍ଧରେ ୧୭୧ମି.ମି ଏବଂ କଣ୍ଟାମାଳରେ ୧୫୦ମି.ମି ବର୍ଷା ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଜୁଲାଇରେ ୬୯ ପ୍ରତିଶ୍ରତ କମ୍‌ ବର୍ଷା ହୋଇଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ଲକ୍ଷଧାର୍ଯ୍ୟ ଅନୁସାରେ ବୃଷ୍ଟିପାତ ନ ହେଲେ ଚାଷ ଉଜୁୁଡିବା ସମ୍ଭାବନା ରହିଛି ବୋଲି କୃଷକ ନେତା ସଲିଳ କୁମାର ଭୋକ୍ତା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri