ହନ୍ତା ଭାଇରସ୍‌ ସଂକ୍ରମଣରେ ଜଣେ ମୃତ

ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର ସଂକ୍ରମଣରେ ଚାଇନାର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଭୂତାଣୁକୁ ହନ୍ତା ଭାଇରସ୍‌ ବୋଲି ନାମକରଣ କରାଯାଇଛି।
ଚାଇନାର ଗ୍ଲୋବାଲ୍‌ ଟାଇମ୍ସ ପକ୍ଷରୁ କରାଯାଇଥିବା ଟୁଇଟ୍‌ ଅନୁସାରେ ୟୁନାନ ପ୍ରଦେଶର ଜଣେ ବ୍ୟକ୍ତି ସୋମବାର ଶାନ୍‌ଡୋଙ୍ଗ୍‌ ପ୍ରଦେଶକୁ କାମ ପାଇଁ ବସ୍‌ରେ ଯାଉଥିବାବେଳେ ଏହି ହନ୍ତା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯାଇଛି। ତେବେ ଅନ୍ୟମାନଙ୍କ ଦେହରେ ଏହି ଭୂତାଣୁର ଲକ୍ଷଣ ଥିବା ଜଣାପଡ଼ିନାହିଁ।
ହନ୍ତା ଭାଇରସ୍‌ କ’ଣ:
ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସିପି) ଅନୁସାରେ ହନ୍ତା ଭାଇରସ୍‌ ହେଉଛି ରୋଡେଣ୍ଟ (ମୂଷକ ବା କର୍ତ୍ତଦନ୍ତୀ ମୂଷା ଜାତୀୟ ଜୀବ)ଠାରୁ ସଂକ୍ରମିତ ଭୂତାଣୁ। ଏହି ଭୂତାଣୁରେ ସଂକ୍ରମିତ ହେଲେ ଲୋକଙ୍କ ଦେହକୁ ବିଭିନ୍ନ ରୋଗ ଆସିବାର ଆଶଙ୍କା ରହିଛି। ଏଥିଯୋଗୁ ହନ୍ତା ଭାଇରସ୍‌ ପୁଲମୋନାରି ସିଣ୍ଡ୍ରୋମ୍‌ (ଏଚ୍‌ପିଏସ୍‌) ଏବଂ ହେମୋରହାଜିକ୍‌ ଫିଭର ସହ ରିନାଲ ସିଣ୍ଡ୍ରୋମ୍‌ (ଏଚ୍‌ଏଫ୍‌ଆର୍‌ଏସ୍‌) ମଧ୍ୟ ସୃଷ୍ଟି ହୋଇଥାଏ। ଏହା ବାୟୁବାହକ ରୋଗ ନୁହେଁ। ରୋଡେଣ୍ଟମାନଙ୍କ ମଳ, ମୂତ୍ର ଓ ଲାଳ ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ।
ହନ୍ତା ଭାଇରସର ଲକ୍ଷଣ:
ଏଚ୍‌ପିଏସ୍‌ର ପ୍ରାଥମିକ ଲକ୍ଷଣ ହେଉଛି ଏଥିରେ ସଂକ୍ରମିତ ବ୍ୟକ୍ତି କ୍ଳାନ୍ତ ଅନୁଭବ କରିବେ। ତାଙ୍କୁ ଜ୍ୱର ହେବା ସହ ଶୀରା ପୀଡ଼ା, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦେହ ଶୀତାଇବା ଓ ପେଟ ସମସ୍ୟା ଦେଖାଦେବା ଆଦି ଅସୁବିଧା ଦେଖାଦେଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରା ନ ଗଲେ କଫ ଜମିବା ସହ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହେବ ଓ ତାଙ୍କର ଜୀବନ ମଧ୍ୟ ଚାଲିଯାଇପାରେ। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ଆଶଙ୍କା ୩୮% ରହିଛି। ଏଚ୍‌ଏଫ୍‌ଆର୍‌ଏସ୍‌ର ପ୍ରାଥମିକ ଅବସ୍ଥା ମଧ୍ୟ ଅନୁରୂପ ରହିଥାଏ। ଏଥିଯୋଗୁ ନିମ୍ନ ରକ୍ତଚାପ, ତୀବ୍ର ଆଘାତ, ରକ୍ତକୋଷିକାରେ ଲିକେଜ୍‌ ଓ କିଡ୍‌ନୀ ଫେଲ୍‌ ହେବାର ମଧ୍ୟ ଆଶଙ୍କା ରହିଛି। ଏଚ୍‌ପିଏସ୍‌ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ଯାଉ ନ ଥିବାବେଳେ ଲୋକଙ୍କ ମଧ୍ୟରେ ଏଚ୍‌ଏଫ୍‌ଆର୍‌ଏସ୍‌ର ଟ୍ରାନ୍ସମିଶନ ବିରଳ ବୋଲି ସିଡିସିପି ପକ୍ଷରୁ କୁହାଯାଇଛି। ଏହି ରୋଗରୁ ବର୍ତ୍ତିବା ପାଇଁ ରୋଡେଣ୍ଟ ସଂଖ୍ୟା ହ୍ରାସ କରିବା ହେଉଛି ପ୍ରାଥମିକ ରଣନୀତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri