ହନୁମାଙ୍କଡ଼ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଣା: ଟ୍ରାଙ୍କୁଲାଇଜ କରି ଧରାଗଲା

ଭୁବନେଶ୍ୱର/ବାରଙ୍ଗ,୯।୫(ବ୍ୟୁରୋ/ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକା ଥାନା ଅର୍ନ୍ତଗତ ଗିରିଙ୍ଗାପୁଟ ଗ୍ରାମରେ ହନୁମାଙ୍କଡ ଆକ୍ରମଣରେ ଶୁକ୍ରବାର ଜଣେ ବିଧବା ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ କଅଁଳ ମାଝୀ। ତେବେ ଆକ୍ରମଣ କରିଥିବା ମାଙ୍କଡ଼କୁ ଶନିବାର ଟ୍ରାଙ୍କୁଲାଇଜ କରି ଧରାଯାଇଛି।
ପ୍ରକାଶ ଯେ, କଅଁଳ କାମସାରି ଘରକୁ ଫେରୁଥିବା ବେଳେ ଗ୍ରାମମୁଣ୍ଡ ଶନି ମନ୍ଦିର ନିକଟ ଗଛରେ ଥିବା ହନୁମାଙ୍କଡ ତାଙ୍କ ଉପରକୁ ଡେଇଁପଡିଥିଲା। ତାଙ୍କୁ କାମୁଡି କ୍ଷତାକ୍ତ କରିଥିଲା। ଫଳରେ କଅଁଳ ତଳେ ପଡିଯିବାରୁ ରାସ୍ତାକଡ଼ରେ ଥିବା ପଥରରେ ମୁଣ୍ଡଟି ସକ୍ତ ଆଘାତ ହୋଇ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ସ୍ଥାନୀୟ କେତେକ ଯୁବକ ଏହା ଦେଖି ମାଙ୍କଡ଼କୁ ଗୋଡ଼ାଇବାରୁ ସେ ପଳାଇଯାଇଥିଲା। ପରିବାର ଲୋକ ପୋଲିସକୁ ଖବର ଦେବା ସହ ଚିକିତ୍ସା ପାଇଁ କଅଁଳକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦକା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଚନ୍ଦକା ବନବିଭାଗ କର୍ମଚାରୀମାନେ ଶନିବାର ସକାଳେ ଟ୍ରାଙ୍କୁଲାଇଜ କରି ମାଙ୍କଡ଼କୁ ଧରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋକୁ ଧକ୍କା ଦେଇ ଡମ୍ପର ଫେରାର: ୩ ଗୁରୁତର

ବସ୍ତା,୩୧।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥର ବସ୍ତା ବାହାର୍ଦ୍ଦା ମଧ୍ୟବର୍ତ୍ତୀ ପୁନସିଦାଠାରେ ବୁଧବାର ଅପରାହ୍ନ ୩ଟାରେ ଏକ ଦୁର୍ଘଟଣା ଘଟିଛି।...

ପାଠକ ବାପପୁଅଙ୍କୁ ଜାମିନ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବୁଧବାର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରୁ ଜାମିନ ମିଳିଛି। ଗିରଫ ହେବାର ୬୦ ଦିନ...

ଆଜିଠୁ ପଟିଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୧୮।୬: ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନମଣ୍ଡପରେ କରିଛନ୍ତି ସ୍ନାନ। ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇ ଚତୁର୍ଦ୍ଧାବିଗ୍ରହ ଏବେ ଅଣସର...

ଝଟକିବ କେନ୍ଦୁଝର ପୁରୁଣା ସହର

କେନ୍ଦୁଝର,୭ା୫(ସ୍ବ.ପ୍ର.) ପୁରୀ ଭଳି କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ପୁରୁଣା ସହରର ବିକାଶ ହେବ। ମନ୍ଦିର ପରିସରର ବିକାଶ କାମ...

ପୁସ୍ତକ ଅସୁମାରି ସ୍ବପ୍ନ ସମାଜ ପାଇଁ ଆଲୋକ ବର୍ତ୍ତିକା

ସୋନପୁର,୨୬ା୧(ନି.ପ୍ର.) – ପୁସ୍ତକ ଅସୁମାରି ସ୍ବପ୍ନ ଏକ ପ୍ରବନ୍ଧ ସଙ୍କଳନ। ଏହା ସମାଜରେ ସୁଧାର ଆଣିବ। ସମସାମୟିକ ସାମାଜିକ ସମସ୍ୟା ସମ୍ପର୍କରେ ଏଥିରେ ସୁନ୍ଦର ଭାବେ...

ଛାତ୍ରୀ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୬ା୧୧-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୨ ଜଗଦୀଶ ପ୍ରସାଦ ମହାନ୍ତି ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଅଭିଯୁକ୍ତ ନରସିଂହ...

ସତର୍କ ରହିବାକୁ ପଡ଼ିବ ଆହୁରି ୨ରୁ ୩ମାସ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ତଥାପି ଆଗାମୀ ୨ରୁ ୩ ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ, ମାସ୍କ ପିନ୍ଧିବା,...

କରୋନା ଗୀତକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ପ୍ରାଣଘାତୀ କରୋନା ଭୂତାଣୁକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ କମ୍ପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି...

Advertisement
Archives

Model This Week