ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଦୁଇ ଭାଇ

ଦିଗପହଣ୍ଡି,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ବ୍ରାହ୍ମଣ ନୂଆପଡ଼ା ଗାଁର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛିି। ଉଭୟଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରାଯାଇଥିବା ଆଇଆଇସି ମାଧବାନନ୍ଦ ନାୟକ କହିଛନ୍ତି। କେସ୍‌ ନଂ. ୧୦୮/୨୦ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ନୂଆପଡ଼ା ଗ୍ରାମ ନୂଆସାହିର ମୋହନ ଗୌଡ଼ ତାଙ୍କ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଶନିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଶ୍ୟାମସୁନ୍ଦର, ଶ୍ରୀରାମଲୁ ଓ ତାଙ୍କ ବାପା ବାଇରି କଟୁରି, ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ମୋହନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଏତଲା ହେବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ଏହି ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ବି. ବାଇରି ଗିରଫ ଭୟରେ ଫେରାର ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ନୂଆପଡ଼ା ଫାଣ୍ଡି ଏଏସ୍‌ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଅପରାଧ ଘଟଣାରେ ୭ ଗିରଫ : ବ୍ରାଉନ୍‌ସୁଗାର, ବିପୁଳ ଟଙ୍କା, ମାରଣାସ୍ତ୍ର ଜବତ

ଜଟଣୀ,୨୨ା୭(ଡି.ଏନ.ଏ.) : ପୃଥକ୍‌ ଦୁଇ ଅପରାଧ ଘଟଣା ଚୋରା ବ୍ରାଉନ୍‌ସୁଗାର କାରବାର ଓ ଡକାୟତି ଯୋଜନା କରୁଥିବା ସମୟରେ ଜଟଣୀ ଥାନା ପୋଲିସ ଚଢାଉ କରି...

ୟୁନିୟନ୍‌ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ,୨୦।୩: ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ରେ ରହିବ। ଏନେଇ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ...

ଜାତୀୟ ଏକଦା ଦିବସରେ ଗଣଦୌଡ଼

ସଜନାଗଡ଼,୩୧।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳିର ଭାଜପା ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୫ତମ ଜନ୍ମଦିବସ ପାଳିତ ହୋଇଯାଇଛି। ଏହି ଦିବସକୁ ଜାତୀୟ ଏକତା ଦିବସ...

ଗୁଆ ଘିଅରେ ତିଆରି ହୁଏ ସମସ୍ତ ଭୋଗ

ଡେରାବିଶ, ୨୭ା୯(ସ୍ବ.ପ୍ର.):ଶାରଦୀୟ ଦୁର୍ଗାପୂଜା ପାଇଁ ଡେରାବିଶର ବିଭିନ୍ନ ଅଞ୍ଚଳ ଉତ୍ସବ ମୁଖର ହେବାକୁ ଯାଉଛି। ପୂଜା ଆଉ ମାତ୍ର ୫ ଦିନ ଥିବାବେଳେ ବ୍ଲକ ଅଧୀନ...

ଜିଲାରେ ଜୈବିକ କୃଷି ପ୍ରତି ଆଗ୍ରହ ବଢୁନି

କେନ୍ଦ୍ରାପଡ଼ା, ୧୩।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଧାନଚାଷ ପରେ ସର୍ବାଧିକ କ୍ଷେତରେ ତୈଳ ବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା...

ଲୋପ ପାଇବାକୁ ବସିଲାଣି ହାବସପୁରୀ ଶାଢ଼ି

ଭବାନୀପାଟଣା,୧୮।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଢ଼ି ପ୍ରସ୍ତୁତ କରାଯାଏ। ସେଗୁଡିକ ହେଲା ବରପାଲି ଶାଢ଼ି, ସୋନପୁରୀ ଶାଢ଼ି, ବାନ୍ଧ ଶାଢ଼ି, ବଉଦ...

କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର

କଟକ ଅଫିସ,୫ା୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ...

ଗୋବିନ୍ଦପୁର ସୂତାକଳ ଭୂତକୋଠି

ଢେଙ୍କାନାଳ ଅଫିସ, ୨୨।୬:  ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ କଳିଙ୍ଗ ସମବାୟ ସୂତାକଳ ୧୮ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ପରିଚାଳନା ଅଭାବରୁ ଏହା ଏବେ ଭୂତକୋଠିରେ...

Advertisement
Archives

Model This Week