ହତ୍ୟା ଉଦ୍ୟମ, ଜଣେ ଗିରଫ

ଗୋପାଳପୁର,୧ା୧୨-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶନିବାର ଗୋପାଳପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଏସ. ଚନ୍ଦ୍ରେୟା। ଏ ନେଇ ପୋଲିସ ନଂ.୧୩୭/୧୯ରେ ମାମଲା ରୁଜୁ କରିଛି। ଚନ୍ଦ୍ରେୟାଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛିି।
ପ୍ରକାଶ ଯେ, ଗୋପାଳପୁର ଥାନା ନୂଆଗୋଳାବନ୍ଧର ଜେ. ବୈରାଗୀ ବାଇକ୍‌ରେ ଶୁକ୍ରବାର ନୂଆ କମଳାପୁର ଆସୁଥିବା ବେଳେ ଚନ୍ଦ୍ରେୟା ବୈରାଗୀଙ୍କୁ ଗାଳିଗୁଲଜ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ପରେ ବୈରାଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ଚନ୍ଦ୍ରେୟାଙ୍କ ପରିବାର ପକ୍ଷରୁ ମହିଳାମାନେ ପକ୍ଷପାତିତା କରି ପୋଲିସ ଆମ ନାଁରେ ମାମଲା ରୁଜୁ କରିଛି ବୋଲି ବ୍ରହ୍ମପୁର ଏସ୍‌ପିଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଗ୍ରାମରୁ ଚନ୍ଦ୍ରେୟାଙ୍କୁ ଧରାଯାଇଥିଲା। ସୂଚନାଥାଉକି, ଦୁଇମାସ ତଳେ ଚନ୍ଦ୍ରେୟା ଓ ତାଙ୍କ ଭାଇ ମିଳିତ ହୋଇ ଜେ. ବୈରାଗୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ବୈରାଗୀ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ଚନ୍ଦ୍ରେୟା ଓ ତାଙ୍କ ଭାଇମାନେ ଫେରାର୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଡ୍ୟୁଟିକୁ ମନା କଲେ ଜେଲ

ଛତ୍ରପୁର,୨ା୬(ଡି.ଏନ.ଏ.)-କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯିବ। ଜୁନ ମାସରେ କଟକଣା ବଳବତ୍ତର ରହିବ। ବିନା ମାସ୍କରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସବୁ ଦୋକାନୀ...

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ

ଫୁଲବାଣୀ ଅଫିସ, ୮ା୧୦- ଫୁଲବାଣୀ ସହର ନଦୀଖଣ୍ଡି ସାହିରେ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ସେଠାରୁ ନଗଦ ୬୩,୪୦୦...

ସାଇଜ୍‌ ଶାଳ କାଠ, ୩ ସାଇକେଲ ଜବତ

ବୁଗୁଡ଼ା,୨୧ା୯(ଡି.ଏନ.ଏ.)-ବୁଗୁଡ଼ା ବନ ବିଭାଗ ଶନିବାର ସକାଳେ ଗୋଲିଆ ନିକଟରେ ୩ ସାଇକେଲ ଓ ୧୬ ଖଣ୍ଡ ସାଇଜ୍‌ ଶାଳ କାଠ ଜବତ କରିଛି । କାଠ...

ଉପଜିଲାପାଳଙ୍କ ପାଖରେ ଫେରାଦ ହେଲେ ଚାଷୀ: ଧାନ କିଣୁନାହାନ୍ତି ମିଲର, ନଷ୍ଟ ହେଉଛି ଟୋକନ

ପୁରୁଷୋତ୍ତମପୁର,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀଙ୍କ ଧାନକୁ ମିଲର ଓ ସମବାୟ ସମିତି କିଣୁ ନ ଥିବା ଅଭିଯୋଗ ହୋଇଛି। ଏ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା...

ଘରୋଇକରଣ ପ୍ରୀତି

ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ପୌରସଂସ୍ଥାକୁ ୧୫୨ ବର୍ଷ ପୂରିଛି। ୧୦ ବର୍ଷ ତଳୁ ସରକାରଙ୍କ ପକ୍ଷରୁ ମହାନଗର ନିଗମ ମାନ୍ୟତା ମିଳିଛି। ତେଣୁ...

ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ବାଇକ୍‌ ଚଳାଚଳ ନିଷେଧ

ଛତ୍ରପୁର, ୨।୬(ଡି.ଏନ୍‌.ଏ.) ଗଞ୍ଜାମ ଜିଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବାଇକ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ମେଡିକାଲ, କୃଷି କାର୍ଯ୍ୟ ପାଇଁ ପରିଚୟପତ୍ର ଦେଖାଇ...

ଦିଗପହଣ୍ଡି ଗ୍ରାମାଞ୍ଚଳରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ର ମୂକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ...

Advertisement
Archives

Model This Week