Posted inଜାତୀୟ

ହତ୍ୟାର ତୃତୀୟ କାରଣ ପ୍ରେମ

ନୂଆଦିଲ୍ଲୀ,୨୦-୧୧:ଭାରତରେ ହତ୍ୟାର ତୃତୀୟ ବଡ଼ କାରଣ ହେଉଛି ପ୍ରେମ ବ୍ୟାପାର। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟାନୁସାରେ ୨୦୦୧ରୁ ୨୦୦୭ ମଧ୍ୟରେ ପ୍ରେମକୁ ନେଇ ହତ୍ୟାକାଣ୍ଡ ସବୁଠୁ ବେଶି ବୃଦ୍ଧି ପାଇଛି। ବିଶ୍ୱର ଅଧିକାଂଶ ଦେଶ ଭଳି ଭାରତରେ ମଧ୍ୟ ହତ୍ୟାର ହାର ବିଗତ କିଛି ବର୍ଷ ମଧ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ ପଛରେ ତୃତୀୟ ମୁଖ୍ୟ କାରଣ ସାଜିଛି ପ୍ରେମ ବ୍ୟାପାର। ନିକଟରେ ଜାରି ହୋଇଥିବା ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି ଯେ, ୨୦୦୧ରେ ୩୬,୨୦୨ ହତ୍ୟା ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୭ ବେଳକୁ ଏହି ସଂଖ୍ୟା ୨୮,୬୫୩କୁ ଖସିଯାଇଥିଲା। ଅର୍ଥାତ୍‌ ଏହି ଅବଧି ମଧ୍ୟରେ ହତ୍ୟା ମାମଲା ୨୧% ହ୍ରାସ ପାଇଥିଲା। ଏହି ହତ୍ୟାକାଣ୍ଡଗୁଡ଼ିକ ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ୪.୩% ଏବଂ ସମ୍ପତ୍ତି ବିବାଦ ୧୨% ଦାୟୀ। ସେହିପରି ପ୍ରେମ ବ୍ୟାପାର ଓ ଅନୈତିକ ସମ୍ପର୍କ ଯୋଗୁ ୨୮% ହତ୍ୟାକାଣ୍ଡ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟର ବିଶ୍ଳେଷଣରୁ ଜଣାପଡ଼ିଛି।

୧୪ ରାଜ୍ୟରେ ନଂ.୧
ହତ୍ୟାକାରୀ ପ୍ରେମ
୨୦୧୭ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ହାରାହାରି ୩୮୪ ଲୋକ ପ୍ରେମଜନିତ ହିଂସା କାରଣରୁ ହତ୍ୟାର ଶିକାର ହୋଇଛନ୍ତି। ଅର୍ଥାତ୍‌ ଆନ୍ଧ୍ର ଓ ତେଲଙ୍ଗାନାରେ ଦିନକୁ ଅନୂ୍ୟନ ଜଣଙ୍କ ଜୀବନ ପ୍ରେମ ଯୋଗୁ ଯାଉଛି।
ସବୁଠୁ ଆଗରେ ଉତ୍ତରପ୍ରଦେଶ
ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ସବୁଠୁ ଆଗରେ ରହିଛି ଉତ୍ତରପ୍ରଦେଶ। ଏହା ପଛକୁ ରହିଛି ତାମିଲନାଡ଼ୁ, କର୍ନାଟକ ଓ ଦିଲ୍ଲୀ। ଅଧିକାଂଶ ରାଜ୍ୟରେ ପ୍ରେମ ବ୍ୟାପାର ହତ୍ୟା ପଛର ତୃତୀୟ କିମ୍ବା ଚତୁର୍ଥ ବଡ଼ କାରଣ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଓ ଆସାମ।
କେରଳ, ପଶ୍ଚିମବଙ୍ଗରେ ସବୁଠୁ କମ୍‌
କେରଳ ଓ ପଶ୍ଚିମବଙ୍ଗରେ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ର ଟପ୍‌ ୫ କାରଣ ମଧ୍ୟରେ ପ୍ରେମ ରହିଛି। ଏହାସତ୍ତ୍ୱେ ଏହି ଦୁଇ ରାଜ୍ୟରେ ସବୁଠୁ କମ୍‌ ପ୍ରେମଜନିତ ହତ୍ୟାକାଣ୍ଡ ଘଟିଛି।
ଅନର୍‌ କିଲିଂ: ୨୦୧୬ରେ ୭୧, ୨୦୧୭ରେ ୯୨
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ପ୍ରେମକୁ ନେଇ ହତ୍ୟାର ମୁଖ୍ୟ କାରଣ ହେଉଛି ତ୍ରିକୋଣୀୟ ପ୍ରେମ ବା ଅନୈତିକ ସମ୍ପର୍କ। ସେହିପରି ଅନର୍‌ କିଲିଂ ମଧ୍ୟ ଏହାର ଅନ୍ୟତମ ପ୍ରମୁଖ କାରଣ। ୨୦୧୬ରେ ସମ୍ମାନ ପାଇଁ ୭୧ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୨୦୧୭ରେ ଅନରକିଲିଂ ଯୋଗୁ ୯୨ ଜଣଙ୍କ ଜୀବନ ଯାଇଥିଲା। ଭିନ୍ନ ଜାତି, ବର୍ଗ ଓ ଧର୍ମରେ ବିବାହ ଯୋଗୁ ପ୍ରେମୀ ଯୁଗଳ ପରିବାର ଏବଂ ସମ୍ପର୍କୀୟ ଲୋକଙ୍କ ହତ୍ୟାର ଶିକାର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିପାତ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛନ୍ତି। ଜମ୍ମୁକଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)...

ସିଏଏ, ଏନ୍‌ଆର୍‌ସିକୁ ନେଇ ପାର୍ଲାମେଣ୍ଟରେ ଅଚଳାବସ୍ଥା

ନୂଆଦିଲ୍ଲୀ,୪ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସୋମବାର ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ...

ମତୁଆ ସମ୍ପ୍ରଦାୟଙ୍କ ୭୦ ବିଧାନସଭା ଆସନ ହାତେଇବା ଲକ୍ଷ୍ୟରେ ଭାଜପା-ତୃଣମୂଳ

କୋଲକାତା,୨।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ...

ପିଏମ୍‌ କେୟାର୍ସ ଫଣ୍ଡକୁ ମାର୍ଚ୍ଚ ସୁଦ୍ଧା ମିଳିଛି ୧୩ ହଜାର କୋଟିରୁ ଅଧିକ, ୬୦ ପ୍ରତିଶତ କରୋନା ଲଢ଼େଇରେ ଖର୍ଚ୍ଚ…

ନୂଆଦିଲ୍ଲୀ,୧୩।୧୨ : ପିଏମ୍‌ କେୟାର୍ସ ଫଣ୍ଡକୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୧୩ ହଜାର କୋଟିରୁ ଅଧିକ ଟଙ୍କା ଆସିଥିଲା। ମାର୍ଚ୍ଚ ଶେଷ ସୁଦ୍ଧା...

ବଜେଟ ପୂର୍ବରୁ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ଭେଟିବେ ନିର୍ମଳା ସୀତାରାମନ

ନୂଆଦିଲ୍ଲୀ, ୨୦।୬: ଆସନ୍ତା ଜୁଲାଇ ୫ରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ...

ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ

ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ...

ଲୋକଙ୍କୁ ଭ୍ରମରେ ପକାଉଛନ୍ତି କେନ୍ଦ୍ର ସରକାର; ଶରଦ ପାୱାର

ନୂଆଦିଲ୍ଲୀ,୧୬ ।୮: ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ଓବିସି ସଂରକ୍ଷଣକୁ ନେଇ ସେ କେନ୍ଦ୍ର...

୨୦୨୩ରେ ୯୪ ଦିନ ସୁପ୍ରିମ୍‌କୋର୍ଟ ଛୁଟି…

ନୂଆଦିଲ୍ଲୀ,୧୮।୧୨ : ଦେଶରେ ବହୁ ମାମଲା ବିଚାର ନହୋଇ ପଡ଼ି ରହିଥିବାବେଳେ ସୁପ୍ରିମକୋର୍ଟର ଦୀର୍ଘ ଛୁଟି ନେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ...

Advertisement
Archives

Model This Week