Posted inରାଜ୍ୟ

ହଟିଲା ସାମୁଦ୍ରିକ ମାଛଧରା କଟକଣା : ସମୁଦ୍ର ଅଭିମୁଖେ ବାହାରିଲେ ମତ୍ସ୍ୟଜୀବୀ

ପାରାଦୀପ,୧୫ା୬(ସ୍ବ.ପ୍ର.): ଦୀର୍ଘ ୨ ମାସର ନିରବତା ପରେ ରାଜ୍ୟର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ପାରାଦୀପ ମାଛଧରା ବନ୍ଦର ଚଳଚଞ୍ଚଳ ହୋଇପଡିଛି। ଶୁକ୍ରବାର ମଧ୍ୟରାତ୍ରୀରୁ ପ୍ରାୟ ୭୦୦ ମାଛଧରା ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗାରେ ମତ୍ସ୍ୟଜୀବୀମାନେ ସମୁଦ୍ର ଅଭିମୁଖେ ଯାଇଛନ୍ତି। ଏଥିସହ ମତ୍ସ୍ୟଶିଳ୍ପ ସହ ଜଡିତ ଅନ୍ୟ ବ୍ୟବସାୟୀ, ଟ୍ରଲର ମାଲିକମାନେ ବନ୍ଦରରେ ଡେରା ପକାଇଛନ୍ତି। ଏହା ପରେ ରପ୍ତାନୀକାରୀ ମାଛ ବ୍ୟବସାୟୀମାନେ ଆସି ୩ରୁ ୪ ଦିନ ମଧ୍ୟରେ ପହଞ୍ଚତ୍ବେ। ତା’ପରେ ଚାଲିବ ବ୍ୟବସାୟ ଓ ଗହଳି। ପ୍ରକାଶ ଯେ, ସମୁଦ୍ରରେ ମାଛବଂଶ ବୃଦ୍ଧି ନିମନ୍ତେ ସରକାର ଦୁଇ ମାସ ସାମୁଦ୍ରିକ କଟକଣା ଜାରି କରିଥାନ୍ତି। ଏପ୍ରିଲ ୧୫ରୁ ଜୁନ୍‌ ୧୪ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ କେହି ମାଛ ଧରନ୍ତି ନାହିଁ। ଦୁଇ ମାସର ବିରତି ଓ ମୌସୁମୀ ଆଗମନ ଯୋଗୁ ଆସନ୍ତା ମାସକ ମଧ୍ୟରେ ଅପେକ୍ଷାକୃତ ଅଧିକ ପରିମାଣର ମାଛ ମିଳିବ। ତେଣୁ ଟ୍ରଲର ମାଲିକମାନେ ଏହି ପ୍ରଥମ ମାସ ମାଛଧରାକୁ ଅପେକ୍ଷା କରିଥାନ୍ତି। ଏହା ପରେ ଯଦିଓ ମାଛ ଧରା ଅବ୍ୟାହତ ଥାଏ, ତେବେ ପ୍ରକୃତି ପ୍ରତିବନ୍ଧକ ସାଜିଥାଏ। ସାମାନ୍ୟ ବର୍ଷା ପବନର ଆଗୁଆ ସୂଚନା ମିଳିବା ମାତ୍ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଏ। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଏ। ତେଣୁ ଅଧିକାଂଶ ଟ୍ରଲର ଫେରିବାକୁ ବାଧ୍ୟ ହୋଇଥାଏ। ଏହା ଦ୍ୱାରା ସେମାନଙ୍କ ତେଲ ଓ ବରଫ ଖର୍ଚ୍ଚ ମଧ୍ୟ ଉଠେ ନାହିଁ। ଗୋଟିଏ ମାଛଧରା ଟ୍ରଲର ବର୍ଷକୁ ଅତି ବେଶିରେ ୨୦ରୁ ୨୨ଥର ମାଛ ଧରିବାକୁ ସମୁଦ୍ରକୁ ଯାଇଥାଏ। ଏହାକୁ ସେମାନଙ୍କ ଭାଷାରେ ଭଏସ ବୋଲି କୁହାଯାଏ। ଗୋଟିଏ ଭଏସ ପାଇଁ ଏବେ ମାଲିକଙ୍କୁ ୩ରୁ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ବୋଲି କୁହନ୍ତି ମାଲିକ ଅରବିନ୍ଦ ସ୍ବାଇଁ। ସେହି ଖର୍ଚ୍ଚ ସହ ୭ଜଣ ମତ୍ସ୍ୟଜୀବୀଙ୍କ ଖର୍ଚ୍ଚ ରହିଛି। କାରଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ୭ରୁ ୧୦ଦିନ ରହିବାକୁ ପଡ଼େ। ପାଗ ଖରାପ ହେଲେ ଅଧାରୁ ଯେଉଁ ଟ୍ରଲର ଫେରେ ତା’ର କ୍ଷତି ହୋଇଥାଏ। ପୂର୍ବରୁ ସମୁଦ୍ରରେ ଅଧିକ ପରିମାଣର ମାଛ ମିଳୁଥିବାରୁ ମାଲିକଙ୍କୁ ପ୍ରାୟତଃ ଲାଭ ମିଳୁଥିଲା। ଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ ଶିଳ୍ପାୟନ ପ୍ରଦୂଷଣ ଯୋଗୁ ମାଛବଂଶ ଲୋପ ପାଇବାରେ ଲାଗିଛି। ତେଣୁ ଏବେ ସମୁଦ୍ରକୁ ଟ୍ରଲର ପଠାଇବା ଜୁଆ ଖେଳ ଭଳି ହୋଇଛି। ଯଦି ମାଛ ମିଳିଗଲା ତେବେ ଠିକ୍‌ ଅଛି। ନଚେତ ପ୍ରତି ଭଏସରେ କ୍ଷତିର ଭୟ ରହୁଛି ବୋଲି ଅନେକ ମାଲିକ କହିଛନ୍ତି। ଏହାବାଦ୍‌ ମୁହାଣରେ ଦୁର୍ଘଟଣା ଭୟ ଅଛି। ଯେଉଁ ପୁରୁଖା ମତ୍ସ୍ୟଜୀବୀ ଏହି ବ୍ୟବସାୟରେ ରହିଛନ୍ତି ସେମାନେ ଅନ୍ୟ ବୃତ୍ତିକୁ ଯାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଦୀର୍ଘବର୍ଷ ହେଲା କୌଣସି ନୂଆ ଲୋକ ମାଛଧରା ବୃତ୍ତିକୁ ଆସୁ ନ ଥିବା ଓମ୍ଫା ପକ୍ଷରୁ କୁହାଯାଇଛି। ଏହା ସତ୍ତ୍ୱେ ସମୁଦ୍ର ମାଛ ଓ ମାଛଧରା ବନ୍ଦର ପ୍ରତି ଲୋକଙ୍କ ଆଦର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri