ହକ୍‌ ପାଇଁ ଦୁର୍ବାର ଆନ୍ଦୋଳନ ହେବ

ଲୋଇସିଂହା,୫।୯(ଡି.ଏନ.ଏ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତ ୨୦୨୧-୨୨ ଖରିଫ ମରୁଡି କ୍ଷତିପୂରଣ ତାଲିକାରୁ ବାଦ ପଡିଛନ୍ତି। କ୍ଷତିପୂରଣ ଦାବିରେ ଗତ ୨୬ ଜୁଲାଇରେ ଚାଷୀମାନେ ରାସ୍ତାରୋକୋ କରିଥିଲେ। ହେଲେ କୌଣସି ସୁଫଳ ମିଳିଲାନି। ହକ୍‌ ନମିଳିବା ଯାଏ ଆସନ୍ତା ୬ ତାରିଖଠାରୁ ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ରୁଗୁଡିଖାଲଠାରେ ଅନିର୍ଦ୍ଦିଷ୍ଟ କାଳ ରାସ୍ତାରୋକୋ କରିବାକୁ ଆଗଲପୁର ବ୍ଲକ କୃଷକ ସଂଘ ନିଷ୍ପତ୍ତି ନେଇଛି।
ରବିବାର ରୁଗୁଡିଖାଲ ରାମମନ୍ଦିରରେ ସୁବାସ ବହିଦାର, ବଳଦେବ ଭୋଇ, ଶ୍ୟାମସୁନ୍ଦର ବିଶ୍ୱାଳଙ୍କ ଆବାହକତ୍ୱରେ ଅନୁଷ୍ଠିତ କୃଷକ ସଂଘ ବୈଠକରେ ସଂଘ ସଭାପତି ରନତ୍ାକର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇଁବାରୁ ବଞ୍ଚତ୍ତ ଥିବା ନୁନିଆଁପାଲି, ଝରଣୀପାଲି, ବଡଟିକା, ନଅଗାଁ(ଖ)ବେନ୍ଦ୍ରା, ପଟୁଆପାଲି, ସାଲେଭଟା ପଞ୍ଚାୟତର ଚାଷୀ ସାମିଲ ହୋଇଥିଲେ ା ଚାଷୀମାନେ କହିଥିଲେ ଯେ, ୨୦୨୦-୨୧ରେ ସାରା ବଲାଙ୍ଗୀର ଜିଲାରେ ଭୟାବହ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୀମା କମ୍ପାନୀର ପ୍ରିୟାପ୍ରତି ଯୋଗୁ ଏକଶହରୁ ଉର୍ଦ୍ଧ୍ୱ ପଞ୍ଚାୟତର ଚାଷୀ ବୀମା ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। କ୍ଷତିପୂରଣ ଦାବିରେ ରୁଗୁଡିଖାଲଠାରେ ଆଗଲପୁର ବ୍ଲକର ସଂପୃକ୍ତ ପଞ୍ଚାୟତର ଚାଷୀମାନେ ଦୀର୍ଘ ସମୟ ଧରି ରାସ୍ତା ଆବରୋଧ କରାଯାଇଥିଲା। ଜିଲା ପ୍ରଶାସନର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସମେତ ୨ ଜଣ କୃଷି ଅଧିକାରୀ ଅବରୋଧସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟ ଦିବସର ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତାଲିକାଭୁକ୍ତ କରି କ୍ଷତିପୂରଣ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଆନ୍ଦୋଳନରରତ ପଟୁଆପାଲି,ବେନ୍ଦ୍ରା ଓ ସାଲେଭଟା ପଞ୍ଚାୟତକୁ ତାଲିକାଭୁକ୍ତ କରାଯାଇଛି। ବାକି ପଞ୍ଚାୟତ ତାଲିକାରୁ ବାଦ୍‌ ପଡିଛନ୍ତି। ତାଲିକାଭୁକ୍ତ ହୋଇଥିଲେ ବି ସେହି ୩ ପଞ୍ଚାୟତର ଚାଷୀ ଏଯାଏ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାକୁ ନେଇ ଆଗଲପୁର ବ୍ଲକ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୀମା କମ୍ପାନୀ ଓ ସରକାର ଚାଷୀଙ୍କୁ ପ୍ରତାରଣା କରୁଥିବାରୁ ରବିବାର ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ହକ୍‌ ପାଇଁ ଦୁର୍ବାର ଆନ୍ଦୋଳନ କରିବାକୁ ଚାଷୀମାନେ ମତପୋଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଲାଗୁନି ବିଜୁସେତୁ

ଖଡ଼ିଆଳ,୧୦ା୫(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅର୍ନ୍ତଗତ ବିରିଘାଟ ଗ୍ରାମରେ ଥିବା ସୁନ୍ଦରୀ ନଦୀ ଉପରେ ବିଜୁ ସେତୁ ନିର୍ମାଣ ହୋଇଛି। ହେଲେ ସେତୁର ଉଭୟ...

ସାପକାମୁଡ଼ା ଜାଣିବା ପାଇଁ ନୂଆ ବ୍ୟବସ୍ଥା

କଟକ ଅଫିସ,୯ା୧୨: ସାପ କାମୁଡ଼ାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ଏହାର ଫାଇଦା କିଛି ଲୋକ ନେଉଛନ୍ତି। ହୃଦ୍‌ଘାତ କିମ୍ବା...

ଏଟିଏମ୍‌କୁ ଭାଙ୍ଗି ନେଇଗଲେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ପୁରୁଷୋତ୍ତମପୁର,୧୭।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌କୁ ଭାଙ୍ଗି ୯ ଲକ୍ଷ ୨ହଜାର ଟଙ୍କା ଲୁଟି ନେଇଛନ୍ତି...

ରାସ୍ତା ପୁନରୁଦ୍ଧାର ଦାବିରେ ରାଜପଥ ଅବରୋଧ

ବୋଲଗଡ଼,୨୨ା୧୦(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଫାସୀଓଦା ପଞ୍ଚାୟତ କୋଟପଲ୍ଲା ଗ୍ରାମ ରାସ୍ତା ପୁନରୁଦ୍ଧାର ଦାବିରେ ସୋମବାର ଭୀମପଡାଠାରେ ଗ୍ରାମବାସୀ ୫୭ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୀମପଡାଠାରୁ...

ଝାଡ଼ାବାନ୍ତିରେ ଜଣେ ମୃତ, ୩ ଆକ୍ରାନ୍ତ

ପାପଡ଼ାହାଣ୍ଡି,୧୦ା୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ସୋରିଷପଦରଠାରେ ଝାଡ଼ାବାନ୍ତି ବ୍ୟାପୀ ସୋମବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି।...

ବିପଦକୁ ଡାକୁଛି ରାସ୍ତାରୁ ଉଠିଥିବା ଲୁହାଛଡ଼

ଉମରକୋଟ,୨୭ା୩(ଡି.ଏନ୍‌.ଏ.):ଉମରକୋଟ ପୌର ପରିଷଦର ୧୩ ନଂ ଓ୍ବାର୍ଡ ଡିଏନ୍‌କେସ୍ଥିତ ରାମକ୍ରିଷ୍ଣ ମିଶନ ଓ କଳିଙ୍ଗ ବିଦ୍ୟାପୀଠକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି ।...

ପ୍ରାତଃଭ୍ରମଣରେ ଯିବାବଳେ ଅଘଟଣ, ମହିଳାଙ୍କ ଜୀବନ ଗଲା

ତାଳଚେର,୧୩।୧୧(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବ୍ଲକ ଡେରା ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ...

ବିନା ଫିଟ୍‌ନେସରେ ଚାଲୁଛି ବସ୍‌

କେନ୍ଦୁଝର, ୯।୫ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଉପଯୁକ୍ତ ତଦାରଖ ଅଭାବରୁ ବିନା ଇନସ୍ୟୁରାନ୍ସ ଓ ଫିଟ୍‌ନେସ୍‌ରେ ଯାତ୍ରୀବାହୀ ବସ୍‌ ଚାଲିଛି। ଜିଲା ମୁଖ୍ୟାଳୟ ଦେଇ ଏହି...

Advertisement
Archives

Model This Week