ହକ୍‌ ପାଇଁ ଦୁର୍ବାର ଆନ୍ଦୋଳନ ହେବ

ଲୋଇସିଂହା,୫।୯(ଡି.ଏନ.ଏ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତ ୨୦୨୧-୨୨ ଖରିଫ ମରୁଡି କ୍ଷତିପୂରଣ ତାଲିକାରୁ ବାଦ ପଡିଛନ୍ତି। କ୍ଷତିପୂରଣ ଦାବିରେ ଗତ ୨୬ ଜୁଲାଇରେ ଚାଷୀମାନେ ରାସ୍ତାରୋକୋ କରିଥିଲେ। ହେଲେ କୌଣସି ସୁଫଳ ମିଳିଲାନି। ହକ୍‌ ନମିଳିବା ଯାଏ ଆସନ୍ତା ୬ ତାରିଖଠାରୁ ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ରୁଗୁଡିଖାଲଠାରେ ଅନିର୍ଦ୍ଦିଷ୍ଟ କାଳ ରାସ୍ତାରୋକୋ କରିବାକୁ ଆଗଲପୁର ବ୍ଲକ କୃଷକ ସଂଘ ନିଷ୍ପତ୍ତି ନେଇଛି।
ରବିବାର ରୁଗୁଡିଖାଲ ରାମମନ୍ଦିରରେ ସୁବାସ ବହିଦାର, ବଳଦେବ ଭୋଇ, ଶ୍ୟାମସୁନ୍ଦର ବିଶ୍ୱାଳଙ୍କ ଆବାହକତ୍ୱରେ ଅନୁଷ୍ଠିତ କୃଷକ ସଂଘ ବୈଠକରେ ସଂଘ ସଭାପତି ରନତ୍ାକର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇଁବାରୁ ବଞ୍ଚତ୍ତ ଥିବା ନୁନିଆଁପାଲି, ଝରଣୀପାଲି, ବଡଟିକା, ନଅଗାଁ(ଖ)ବେନ୍ଦ୍ରା, ପଟୁଆପାଲି, ସାଲେଭଟା ପଞ୍ଚାୟତର ଚାଷୀ ସାମିଲ ହୋଇଥିଲେ ା ଚାଷୀମାନେ କହିଥିଲେ ଯେ, ୨୦୨୦-୨୧ରେ ସାରା ବଲାଙ୍ଗୀର ଜିଲାରେ ଭୟାବହ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୀମା କମ୍ପାନୀର ପ୍ରିୟାପ୍ରତି ଯୋଗୁ ଏକଶହରୁ ଉର୍ଦ୍ଧ୍ୱ ପଞ୍ଚାୟତର ଚାଷୀ ବୀମା ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। କ୍ଷତିପୂରଣ ଦାବିରେ ରୁଗୁଡିଖାଲଠାରେ ଆଗଲପୁର ବ୍ଲକର ସଂପୃକ୍ତ ପଞ୍ଚାୟତର ଚାଷୀମାନେ ଦୀର୍ଘ ସମୟ ଧରି ରାସ୍ତା ଆବରୋଧ କରାଯାଇଥିଲା। ଜିଲା ପ୍ରଶାସନର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସମେତ ୨ ଜଣ କୃଷି ଅଧିକାରୀ ଅବରୋଧସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟ ଦିବସର ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତାଲିକାଭୁକ୍ତ କରି କ୍ଷତିପୂରଣ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଆନ୍ଦୋଳନରରତ ପଟୁଆପାଲି,ବେନ୍ଦ୍ରା ଓ ସାଲେଭଟା ପଞ୍ଚାୟତକୁ ତାଲିକାଭୁକ୍ତ କରାଯାଇଛି। ବାକି ପଞ୍ଚାୟତ ତାଲିକାରୁ ବାଦ୍‌ ପଡିଛନ୍ତି। ତାଲିକାଭୁକ୍ତ ହୋଇଥିଲେ ବି ସେହି ୩ ପଞ୍ଚାୟତର ଚାଷୀ ଏଯାଏ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାକୁ ନେଇ ଆଗଲପୁର ବ୍ଲକ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୀମା କମ୍ପାନୀ ଓ ସରକାର ଚାଷୀଙ୍କୁ ପ୍ରତାରଣା କରୁଥିବାରୁ ରବିବାର ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ହକ୍‌ ପାଇଁ ଦୁର୍ବାର ଆନ୍ଦୋଳନ କରିବାକୁ ଚାଷୀମାନେ ମତପୋଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri