Posted inଖେଳ

ହକି ପ୍ରୋ ଲିଗ୍‌: ଭାରତ ବିପକ୍ଷ ମ୍ୟାଚ୍‌ ଅଲିମ୍ପକ୍ସ ପ୍ରସ୍ତୁତିରେ ସହାୟକ ହେବ: ଜାଲଓ୍ବେସ୍କି

ଭୁବନେଶ୍ୱର,୧୭।୨(ପି.ଟି.): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ରୋ ଲିଗ୍‌ର ଦୁଇଟି ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଆସନ୍ତା ଶୁକ୍ରବାର ଓ ଶନିବାର ଦିନ ଆୟୋଜନ ହେବାକୁ ଥିବା ଏହି ଦୁଇଟି ମ୍ୟାଚ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଦଳ ରବିବାର ରାତିରେ ଏଠାରେ ଆସି ପହଞ୍ଚିଛି। ଭାରତ ବିପକ୍ଷ ଏହି ଦୁଇଟି ମ୍ୟାଚ୍‌ ଅଲିମ୍ପିକ୍ସ ପ୍ରସ୍ତୁତିରେ ବେଶ୍‌ ସହାୟକ ହେବ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ଆରାପ ଜାଲଓ୍ବେସ୍କି କହିଛନ୍ତି।
ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ବେଲଜିୟମଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ ଅଷ୍ଟ୍ରେଲିଆ ଗ୍ରେଟ ବ୍ରିଟେନକୁ ହରାଇ ଜବଦଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଏବେ ଭାରତ ବିପକ୍ଷରେ ମଧ୍ୟ ବିଜୟୀ ହେବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଛି। ଘରୋଇ ଦର୍ଶକଙ୍କ ସାମ୍‌ନାର ବିଶ୍ୱର ୪ ନମ୍ବର ଦଳ ଭାରତକୁ ହରାଇବା ନିଶ୍ଚିତ ଭାବେ କଷ୍ଟକର ବୋଲି ଜାଲଓ୍ବେସ୍କି ସ୍ବୀକାର କରିଛନ୍ତି। ଆଗକୁ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଥିବାରୁ ଏହି ଦୁଇଟି ଆଓ୍ବେ ମ୍ୟାଚ୍‌ ପ୍ରସ୍ତୁତିରେ ସହାୟକ ହେବ ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରି ଆସିଛି। ଭାରତ ବିପକ୍ଷରେ ଆମେ ଖେଳିବାକୁ ବେଶ୍‌ ଆଗ୍ରହୀ ଓ ଉତ୍ସାହିତ ଅଛୁ ବୋଲି ସେ କହିଛନ୍ତି। ମ୍ୟାଚ୍‌ ଆୟୋଜନ ହେବାକୁ ଆଉ କିଛି ଦିନି ବାକି ରହିଛି। ତେଣୁ ଏଠାକାର ଜଳବାୟୁ ତଥା ପରିସ୍ଥିତି ସହ ଖୁବ୍‌ଶୀଘ୍ର ଖାପ୍‌ ଖୁଆଇବୁ ଓ ଭଲ ପ୍ରଦର୍ଶନ କରିବୁ ବୋଲି ଆଶା କରୁଛୁ।
୪ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୬ ପଏଣ୍ଟ ହାସଲ କରି ଏବେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ଭାରତ ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ କୋଚ୍‌ କଲିନ୍‌ ବ୍ୟାଚ୍‌ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି। ଭାରତ ବିପକ୍ଷରେ ଖେଳିବାକୁ ପୁଣିଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବାରୁ ଆମେ ବହୁତ ଉତ୍ସାହିତ ବୋଲି ବ୍ୟାଚ୍‌ କହିଛନ୍ତି। ଏପର୍ଯ୍ୟନ୍ତ ପ୍ରୋ ଲିଗ୍‌ରେ ଆମେ ମିଶ୍ରିତ ପ୍ରଦର୍ଶନ କରିଛୁ। ଆୟୋଜକ ଭାରତ ବିପକ୍ଷ ମ୍ୟାଚ୍‌ରେ କଡ଼ା ସଂଘର୍ଷର ସମ୍ମୁଖୀନ ହେବୁ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଦର୍ଶକଭରା ଖଚାଖଚ୍‌ ଷ୍ଟାଡିୟମରେ ଖେଳିବାକୁ ଆମେ ବେଶ୍‌ ଆଗ୍ରହୀ ଅଛୁ ବୋଲି ବ୍ୟାଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୨ରୁ ଆଇପିଏଲରେ ଖେଳିବେ ୧୦ ଦଳ

ଅହମ୍ମଦାବାଦ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୦୨୨ ସଂସ୍କରଣରେ ଦୁଇଟି ନୂଆ ଦଳ ସହ ମୋଟ ୧୦ ଟିମ୍‌ ଅଂଶଗ୍ରହଣ କରିବେ। ଏ ନେଇ ଗୁରୁବାର...

ଲଢିକି ହାରିଗଲେ ଲଭଲିନା: ବ୍ରୋଞ୍ଚ ପଦକରେ ସନ୍ତୁଷ୍ଟ

ଟୋକିଓ,୪।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୩ତମ ଦିନ। ମହିଳା ବକ୍ସର ଲଭଲିନା ବୋର୍ଗୋହେନ ତୁର୍କୀର ବିଶ୍ୱ ଚାମ୍ପିଅନ ବୁସେନାଜ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ ହାରି...

ଆଶାରାମ ବାପୁ, ରାମରହିମ୍‌ ଜେଲ୍‌ ଯାଇଛନ୍ତି,ଶାମି ବି ଯିବେ: ହାସିନ୍‌ ଜହାନ

କୋଲକାତା,୫।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହାସିନ ଜହାନଙ୍କ ଦ୍ୱାରା...

ଇଣ୍ଡିଆନ ସୁପର ଲିଗ୍‌ : ହ୍ୟାଟ୍ରିକ୍‌ ବିଜୟ ସହ ଶ୍ରେଷ୍ଠ- ୪ ସ୍ଥାନ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧୧।୧(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଦମ୍‌ଦାର ଆରମ୍ଭ କରିଛି। ଏଠାରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଓଡ଼ିଶା...

୨୦୨୧ରେ ହୋଇପାରେ ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୦।୨- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପୁରୁଷ ଇଭେଣ୍ଟ ବହୁ ଲୋକପ୍ରିୟତା ଓ ସଫଳତା ହାସଲ କରିଛି। ଏବେ ଆଇସିସି...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ...

୪୦୦ ରନ୍‌ରେ ଆଗୁଆ ଥାଇ ଫଲୋଅନ୍‌ ଦେଲାନି ଅଷ୍ଟ୍ରେଲିଆ

କରାଚୀ,୧୪।୩: ଜାତୀୟ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୦୦ରୁ ଊର୍ଦ୍ଧ୍ୱ ରନ୍‌ରେ ଆଗୁଆ ରହିବା ପରେ ମଧ୍ୟ ପାକିସ୍ତାନକୁ...

ଭାରତରେ ଆୟୋଜନ ହେବ ୨୦୨୩ ହକି ବିଶ୍ୱକପ୍‌

ଲାଓସେନ,୯।୧୧(ପି.ଟି.)- କ୍ରମାଗତ ଦ୍ୱିତୀୟଥର ପାଇଁ ଭାରତ ହକି ବିଶ୍ୱକପ୍‌ ଆୟୋଜନ କରିବା ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର ଆଗାମୀ ୨୦୨୩ ସଂସ୍କରଣକୁ...

Advertisement
Archives

Model This Week