ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ:  ହାଇକୋର୍ଟରେ ପିଟିଶନ, ଶୁଣାଣି ଆଜି

କଟକ ଅଫିସ,୭ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ସଂକ୍ରାନ୍ତରେ କେନ୍ଦ୍ର ସରକାର ଗତ ୨ ତାରିଖରେ ଏକ ଗେଜେଟ୍‌ ନୋଟିଫିକେଶନ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୋଟିଫିକେଶନକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର କଟକ ସ୍ୟାଟ୍‌ ବାର ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ପିଟିଶନ ଦାଏର କରାଯାଇଛି। ବୁଧବାର ଏହି ମାମଲାର ଶୁଣାଣି ହେବ। ହାଇକୋର୍ଟ ସ୍ୟାଟ୍‌କୁ ନେଇ ତାଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ଦେବେ ବୋଲି ସୂଚନା ମିଳିଛି। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, ହାଇକୋର୍ଟରେ ସ୍ୟାଟ୍‌ ଉଚ୍ଛେଦ ନେଇ ମାମଲା ବିଚାରାଧୀନ ରହିଛି। ମାମଲା ଶେଷ ହୋଇ ନ ଥିବାବେଳେ କେନ୍ଦ୍ର ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହା ବେଆଇନ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ଏହି ବ୍ୟବସ୍ଥା ଉଚ୍ଛେଦ କରିବାର କ୍ଷମତା ନାହିଁ। କେବଳ ପାର୍ଲାମେଣ୍ଟର ଉଚ୍ଛେଦ କ୍ଷମତା ରହିଛି। ତେଣୁ ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନକାରୀ ଦର୍ଶାଇଛନ୍ତି। ଏହି ମାମଲାରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ଆକ୍ଟ ୧୯୮୫ ଧାର(୨) ଓ ଜେନେରାଲ କ୍ଲଜେସ୍‌ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ଅନୁଯାୟୀ ସ୍ୟାଟ୍‌ ଉଚ୍ଛେଦ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଓଡ଼ିଶା ସରକାର ସ୍ୟାଟ୍‌ ଉଚ୍ଛେଦ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ହାଇକୋର୍ଟ ଅନୁମୋଦନ କରିଥିଲେ। ସୂଚନାଯୋଗ୍ୟ ଯେ, ୧୯୮୬ ଜୁଲାଇ ୧୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯାଇଥିଲା। ୨୦୧୪ ଫେବୃୟାରୀ ୧୮ରେ ସ୍ୟାଟ୍‌ରେ ୮ଜଣ ସଦସ୍ୟ ରହିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଭୁବନେଶ୍ୱର ଏହାର ପ୍ରମୁଖ ବେଞ୍ଚ ହୋଇଥିଲା। ତେବେ କଟକ ବେଞ୍ଚ ସହିତ ସମ୍ବଲପୁର ଓ ବ୍ରହ୍ମପୁର ସର୍କିଟ୍‌ ବେଞ୍ଚ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ୨୦୧୫ରେ ସେପ୍ଟେମ୍ବର ୯ରେ ସ୍ୟାଟ୍‌ ଉଚ୍ଛେଦ ଲାଗି ନିଷ୍ପତ୍ତି ନେଇ ହାଇକୋର୍ଟଙ୍କୁ ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହାକୁ ନେଇ ପୂର୍ବରୁ ଉଭୟ ଭୁବନେଶ୍ୱର ଓ କଟକ ସ୍ୟାଟ୍‌ ବାର ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲା ଚାଲୁରହିଛି। ଗତ ଜୁଲାଇ ୧୮ରେ ହାଇକୋର୍ଟ ସ୍ୟାଟ୍‌ରେ ନିଯୁକ୍ତି ସଂକ୍ରାନ୍ତରେ ସରକାର କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କିତ ତଥ୍ୟ ଅଗଷ୍ଟ ୮ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିରାଡ଼ମ୍ବରରେ ହିଙ୍ଗୁଳାଯାତ୍ରା ସମ୍ପନ୍ନ

ତାଳଚେର,୧୬ା୪(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ଚଳିତବର୍ଷ ଏହା ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ...

ନୂଆପଡ଼ା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ  

ନୂଆପଡା ଅଫିସ/ଖଡିଆଳ,୮ା୫-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଶୁକ୍ରବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ଫେରିଛନ୍ତି। ନୂଆପଡ଼ା ଜିଲା ସଦର...

ପୁଣି କରୋନା ନେଲା ୧୯ ଜୀବନ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୧୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୫୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ଦାବି ପୂରଣ ନ ହେଲେ ଷ୍ଟିୟରିଂ ଛାଡ଼ିବାକୁ ଚେତାବନୀ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। କରୋନା ମହାମାରୀ...

ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଞ୍ଜନଗର,୧୯।୪(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଗଝୋଳରେ ବୁଧବାର ରାତିରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ପ୍ରଧାନ (୨୬)। ରାଜନୈତିକ...

ପ୍ରକୃତିକୁ ଫେରନ୍ତୁ ପର୍ଯ୍ୟଟକ

ଅନୁଗୋଳ ଅଫିସ, ୧୬।୧୨ – ରାଜ୍ୟ ପର୍ଯ୍ୟଟନରେ ଅନୁଗୋଳ ଜିଲାର ବେଶ୍‌ ଗୁରୁତ୍ୱ ରହିଛି। ସରକାରୀ ମାନଚିତ୍ରରେ ଏଠାକାର ୧୩ଟି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ସେଥିରୁ...

ଅଣଓଡ଼ିଆଙ୍କ ନିୟନ୍ତ୍ରଣରେ ନିଶା କାରବାର

ବାରିପଦା ଅଫିସ,୧୭।୭- ମୟୂରଭଞ୍ଜ ଜିଲାରେ ଚୋରା ମଦ ଓ ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୀମାନ୍ତ ପଶ୍ଚିମବଙ୍ଗରୁ ଏହି ଜିଲାକୁ...

ଧାନ କିଣିବାକୁ ଇଣ୍ଟରାକ୍ଟିଭ ଭଏସ୍‌ ରେସ୍‌ପନ୍ସ ସିଷ୍ଟମ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ ୫-ଟି ଆଧାରରେ ରାଜ୍ୟର ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣାକୁ ଅଧିକ ଲୋକାଭିମୁଖୀ ଓ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ଇଣ୍ଟରାକ୍ଟିଭ୍‌ ଭଏସ୍‌...

Advertisement


Archives

Model This Week