ସ୍ଲିପର,ଏସି ବଗି ଫାଟକ ବନ୍ଦ: ଯାତ୍ରୀ ହଇରାଣ

ଛତ୍ରପୁର,୧ା୧(ଡି.ଏନ.ଏ): ଛତ୍ରପୁର ଷ୍ଟେଶନରେ ରହୁଥିବା ବିଭିନ୍ନ ଟ୍ରେନ୍‌ର ସ୍ଲିପର ଓ ଏସି ବଗିର ଫାଟକ ବନ୍ଦ ରହୁଛି। ଫଳରେ ଏସବୁ ବଗିରେ ଯିବାପାଇଁ ଟିକେଟ କରିଥିବା ଯାତ୍ରୀମାନେ ଟ୍ରେନ୍‌ରେ ଚଢିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତ୍ରପୁର ଷ୍ଟେଶନରେ ଏକ୍ସପ୍ରେସ୍‌, ସୁପରଫାଷ୍ଟ ଓ ମେଲ୍‌ ଟ୍ରେନ୍‌ ମାତ୍ର ୨ ମିନିଟ ପାଇଁ ରହଣି କରିଥାଏ। ବୁଧବାର ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ୍‌ର ଏସି ବଗି ଫାଟକ ବନ୍ଦ ରହିଥିବାରୁ ଛତ୍ରପୁର ଗୌତମ ନଗରର ଏସ୍‌. ସାମ୍ବା ଶିବା ରାଓଙ୍କ ପରିବାର ସମସ୍ୟାରେ ପଡିଥିଲେ। ପରେ ଏ ସମ୍ପର୍କରେ ଷ୍ଟେଶନ ମ୍ୟାନେଜରଙ୍କୁ ଶିବା ରାଓ ଲିଖିତ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଏପରି ଦେଖା ଦେଉଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ସ୍ଲିପର ଓ ଏସି ଯାତ୍ରୀ ପ୍ରଥମେ ଜେନେରାଲ ଓ ଅନ୍ୟ ବଗିରେ ଚଢିବାକୁ ପଡ଼ୁଛି। ପରେ ବ୍ରହ୍ମପୁର ଓ ବାଲୁଗାଁ ଷ୍ଟେଶନରେ ଓହ୍ଲାଇ ନିଜ ବଗିକୁ ଯିବାକୁ ପଡୁଛି। ଏହି ସମସ୍ୟାର ସମାଧାନ ଦାବି କରିଛନ୍ତି ଓକିଲ ବି. ଶ୍ରୀନିବାସ। ଏସି ବଗିରେ ଆଟେନାଣ୍ଟ ରହୁଥିବାରୁ ଫାଟକ ଖୋଲାଯିବା କଥା। ମାତ୍ର ଏହା କରାଯାଉନି। ଏପରିକି ଛତ୍ରପୁର ଷ୍ଟେଶନରୁ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବୋର୍ଡିଂ ଏଠାରୁ ଟିକେଟ୍‌ ସଂରକ୍ଷଣ ବେଳେ ରହିଥାଏ। ଏଥିପାଇଁ ଟିଟି ମଧ୍ୟ ଧ୍ୟାନ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ୱର,୧।୯ (ବ୍ୟୁରୋ):  ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୨୫ ଜଣ ଓଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ସେମାନଙ୍କ...

ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ପ୍ରସୂତିଙ୍କ ହାତରେ ରହିଗଲା ଭଙ୍ଗା ପ୍ଲାଷ୍ଟିକ ଭେନଫ୍ଲୋନ

ବନ୍ତଳା, ୨୩ା୯(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ପ୍ରସୂତିଙ୍କ ହାତରେ ସାଲାଇନ ପ୍ଲାଷ୍ଟିକ ଭେନଫ୍ଲୋନ ଭାଙ୍ଗି ରହିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।...

ପୁଣି ବାଘଛାଲ ଜବତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ପୁଣି ଏସଟିଏଫ ଦ୍ବାରା ବାଘଛାଲ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବାଣପୁର ଗମ୍ଭାରୀପଡାରୁ ଏସଟିଏଫ ବାଘଛାଲ ଜବତ କରିଛି । ଏ ନେଇ ଜଣଙ୍କୁ...

ଜମି ଗଲେ ଓୟୁଏଟି କରିବ କ’ଣ

ଭୁବନେଶ୍ୱର,୨ା୯(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ୨୧୩.୮୧ ଏକର ମୂଲ୍ୟବାନ ଜମିକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସାଧାରଣ ପ୍ରଶାସନ...

ଟିକା ଲଢ଼େଇ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୨ା୬(ବ୍ୟୁରୋ): କରୋନା ଟିକା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ସଙ୍କଟ ଦୂର ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି...

ଘରୋଇ ବିଦ୍ୟାଳୟ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ବିରୋଧ: ସହର ଅଳିଆ ଫେରିଲା ସହରକୁ

ଅନୁଗୋଳ ଅଫିସ, ୩୦।୮-ଅନୁଗୋଳ ପୌର ସଂସ୍ଥାକୁ ଛାଡ଼ୁନି ଅଳିଆ ବିବାଦ। ସହରର ଅଳିଆ ଯେଉଁଠି ପକାଯିବାକୁ ସ୍ଥାନ ଚିହ୍ନଟ ହେଉଛି ସେଠାରେ ବିରୋଧର ସ୍ବର ଦେଖିବାକୁ...

ଲୋହରା ସମାଜର ସାଧାରଣ ସଭା:ଆଦିବାସୀ ମାନ୍ୟତା ନ ଦେଲେ ଆଗାମି ଦିନରେ ଆନ୍ଦୋଳନ

ଲାଞ୍ଜିଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଆମ୍ବତୋଟାରେ ଲୋହରା ସମାଜର ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲାର ୧୩ଟି ବ୍ଲକରୁ ଲୋହରା...

ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇଙ୍କ ସମେତ ୨ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ପୋଲିସ ପରିଚୟ ଦେଇ ମିଛ ମାମଲାରେ ଫସାଇବାକୁ ଧମକାଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ୨ଜଣଙ୍କୁ ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌...

Advertisement
Archives

Model This Week